Home ଆମ ପର୍ବ ପର୍ବାଣୀ ରମ୍ଭିଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଥାନପତୀଙ୍କ ପୀଠରେ ଚଣ୍ଡୀ ପୂଜା

ରମ୍ଭିଳା ଗ୍ରାମରେ ଅଧିଷ୍ଠାତ୍ରୀ ଦେବୀ ମା’ ଥାନପତୀଙ୍କ ପୀଠରେ ଚଣ୍ଡୀ ପୂଜା

46

ଭଦ୍ରକ, ୧୪ା୪ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ପଣାସଂକ୍ରାନ୍ତି ଦିନ ମାଆଙ୍କର ମାନସିକଧାରୀ ଶହଶହ ପାଟ ଭକ୍ତ ଯଥାରୀତି ପୂଜାରେ ଅଂଶ ଗ୍ରହଣ କରି ସାରାଦିନ ଯଜ୍ଞରେ ବସି ସନ୍ଧ୍ୟାରେ ପୂର୍ଣ୍ଣାହୂତି ଦେଇ ଗ୍ରାମର ସମସ୍ତ ମଙ୍ଗଳ ହେଉ ବୋଲି ମାଆଙ୍କ ନିକଟରେ ପ୍ରାର୍ଥନା କରିଥିଲେ, ପଣ୍ଡିତ କୈଳାଶ ଶୁକ୍ଳ, ରତ୍ନାକର ଶୁକ୍ଳ ଚଣ୍ଡୀପାଠ କରିଥିଲେ, ଗ୍ରାମବାସୀଙ୍କ ତରଫରୁ ଗୋବିନ୍ଦ ମହାପାତ୍ର, ଆନନ୍ଦ ମହାପାତ୍ର, ଗଜେନ୍ଦ୍ର ମହାପାତ୍ର, ସ୍ନେହଲତା ମହାପାତ୍ର ଗୌତମୀ ମହାପାତ୍ର, କାର୍ତ୍ତିକ ମହାପାତ୍ର, କୃଷ୍ଣ ମହାପାତ୍ର ସହଯୋଗ କରିଥିଲେ, ମାଆଙ୍କ ସେବକ କୈଳାଶ ଚନ୍ଦ୍ର ମହାପାତ୍ର ଚଣ୍ଡୀହୋମର ପୂର୍ଣ୍ଣାହୂତି ଓ ପୁଷ୍ପାଞ୍ଜଳୀ ଦେଇଥିଲେ, ପ୍ରସାଦ ସେବନ କାର୍ଯ୍ୟରେ ସମସ୍ତ ଗ୍ରାମବାସୀ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.