Home ଜିଲ୍ଲା ପରିକ୍ରମା ୨୧୦ ଲିଟର ଦେଶୀ ରନ୍ଧାମଦ ସହ ୪ ବାଇକ୍ ଜବତ, ୭ ଗିରଫ

୨୧୦ ଲିଟର ଦେଶୀ ରନ୍ଧାମଦ ସହ ୪ ବାଇକ୍ ଜବତ, ୭ ଗିରଫ

70

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଜିଲାପାଳ ଡ. ଜ୍ଞାନ ଦାସଙ୍କ ନିର୍ଦ୍ଦେଶ କ୍ରମେ ଓ ଉପଜିଲାପାଳ ପୀତାମ୍ବର ସାମଲଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଜିଲା ଅବକାରୀ ବିଭାଗ ପକ୍ଷରୁ ଭଦ୍ରକ ଭ୍ରାମ୍ୟମାଣ ସ୍କ୍ୱାର୍ଡ ଭାରପ୍ରାପ୍ତ ଅଧିକାରୀ ବ୍ରଜମୋହନ ମଲ୍ଲିକ ଓ ଅନ୍ୟ କର୍ମଚାରୀମାନଙ୍କୁ ନେଇ ଗଠିତ ଏକ ସ୍ୱତନ୍ତ୍ର ଟିମ୍ ବାସୁଦେବପୁର ଥାନା ଅଧୀନସ୍ଥ ମାଛହାଟ, ଭୈରବପୁର ଛକ, ବ୍ଲକ୍ ଛକ ଓ ସାବରଙ୍ଗ ଥାନା ଅଧୀନସ୍ଥ ଅଣ୍ଡରାଇ ଛକ ଅଂଚଳରେ ଚଢାଉ କରି ମୋଟ ୨୧୦ ଲିଟର ଦେଶୀ ରନ୍ଧାମଦ ଓ ୪ ଗୋଟି ବାଇକ୍ ଜବତ କରିବା ସହ ଏଥିରେ ସଂପୃକ୍ତ ସମୁଦାୟ ୭ ଜଣଙ୍କୁ ଗିରଫ କରିଛନ୍ତି । ତେବେ ଜଣେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ଗିରଫ ହୋଇଥିବା ବ୍ୟକ୍ତିମାନେ ହେଲେ ସୋରୋ ଥାନା ଅଧୀନସ୍ଥ ପୁରୁଷୋତ୍ତମପୁର ଗ୍ରାମର ବିମ୍ବାଧର ମଳିକ ଓ ରବିନ୍ଦ୍ର ମଲିକ, ସିମୁଳିଆ ଥାନା ଅଧୀନସ୍ଥ ବେଗୁନିଆ ଗ୍ରାମର ଅଶୋକ ପଣ୍ଡା, ନାୟକାଣୀଡିହି ଥାନା ଅଧୀନସ୍ଥ ବିରସ ଗ୍ରାମର ରମେଶ ବଳ, କମଳାକାନ୍ତ ନାୟକ ଓ ତପନ ନାୟକ, ବାସୁଦେବପୁର ଥାନା ଅଧୀନସ୍ଥ ଭୈରବପୁର ଗ୍ରାମର ରବିନ୍ଦ୍ର ବେହେରା । ଜବତ ମଦ ଓ ଗାଡିଗୁଡିକର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ହେବ ବୋଲି ଅବକାରୀ ବିଭାଗ ସୂଚନା ଦେଇଛି । ଏହି ଚଢାଉରେ ଏଏସ୍‌ଆଇ ଭବେଶ ଦାସ, ପ୍ରହ୍ଲାଦ ସାମଲ ଓ କନେଷ୍ଟବଳ ପ୍ରଦୀପ ମଲ୍ଲିକ, ସତ୍ୟରଂଜନ ସେଠୀ, ଅନବାଦିତ୍ୟ ବାରିକ, ଖଗେଶ୍ୱର ଜେନା ଓ ଜେମାମଣି ଜାମୁଡା ପ୍ରମୁଖ ସାମିଲ ଥିଲେ । ଏ ନେଇ ଅବକାରୀ ବିଭାଗ ପକ୍ଷରୁ ୪ଟି ପୃଥକ୍ ପୃଥକ୍ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.