Home ଜିଲ୍ଲା ପରିକ୍ରମା ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୪୭ କରୋନା ଆକ୍ରାନ୍ତ

ଜିଲ୍ଲାରୁ ଚିହ୍ନଟ ହେଲେ ଆଉ ୧୪୭ କରୋନା ଆକ୍ରାନ୍ତ

81

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାରୁ ଆଉ ୧୪୭ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାର ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ହୋଇଛି ୧୬ହଜାର ୬୩୭ । ସେମାନଙ୍କ ମ୍ମରୁ ସୁସ୍ଥ ହୋଇ ସାରିଛନ୍ତି ୧୪ ହଜାର ୧୬୨ଜଣ । ଏବେ ସକ୍ରିୟ ଆକ୍ରାନ୍ତ ଅଛନ୍ତି ୨୪୪୨ ଜଣ । ଯେଉଁ ନୂତନ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି ସେମାନେ ଭଦ୍ରକ ପୌରପାଳିକାର ନୂଆବଜାରରୁ ୨ଜଣ, ଅପର୍ତ୍ତିବିନ୍ଧାରୁ ଜଣେ, ରେଲୱେ କଲୋନୀରୁ ଜଣେ, ଚରମ୍ପାରୁ ୩ ଜଣ, ବାଇପାସ୍‌ରୁ ଜଣେ । ଧାମନଗର ବ୍ଲକର ପଦ୍ମପୋଖରୀ ଗ୍ରାମରୁ ଜଣେ, ଦଇପୁରରୁ ୨ଜଣ, ଦଳାଙ୍ଗରୁ ୨ଜଣ, କଟସାହିରୁ ଜଣେ, କଲ୍ୟାଣୀରୁ ୩ଜଣ, ଖଡିପଦାରୁ ଜଣେ, ରାଧାବଲ୍ଳଭପୁରରୁ ୫ଜଣ ଚିହ୍ନଟ ହୋଇଛନ୍ତି । ବାସୁଦେବପୁର ପୌରପାଳିକାରୁ ଜଣେ ଚିହ୍ନଟ ହୋଇଥିବା ବେଳେ ଚାନ୍ଦବାଲି ବିଜ୍ଞାପିତ ଅଞ୍ଚଳ ପରିଷଦର ୮ନଂ ୱାର୍ଡରୁ ୨ଜଣ, ୧୧ ନଂ ଓ ୬ ନଂ ୱାର୍ଡରୁ ଜଣେ ଜଣେ ଚିହ୍ନଟ ହୋଇଛନ୍ତି । ସେହିଭଳି ଚାନ୍ଦବାଲି ବ୍ଲକର ଭାଟପଡାରୁ ୨ଜଣ, ଦୋସିଙ୍ଗାରୁ ଜଣେ, ଖଦାଳପୋଖରୀରୁ ୨ଜଣ, କୋଳିଆଡିଆ ଗ୍ରାମରୁ ଜଣେ, ତେନ୍ତୁଲିଡିହି ଗ୍ରାମରୁ ଜଣେ, ତିହିଡ଼ି ବ୍ଲକର ଭାଟପଡା ଗ୍ରାମରୁ ଜଣେ, ଦୋଳସାହିରୁ ୨ଜଣ, ବାରୋରୁ ଜଣେ, ବାରସର ଗ୍ରାମରୁ ଜଣେ, ବିଲଣାରୁ ଜଣେ,ସେନ୍‌ବାଡ ଗ୍ରାମରୁ ୨ଜଣ, ଗରଦପୁର ଗ୍ରାମରୁ ଜଣେ ଚିହ୍ନଟ ହୋଇଛି ।

ବନ୍ତ ବ୍ଲକର ବଡବର୍ଚ୍ଚିକୟାଁ ଗ୍ରାମରୁ ଜଣେ, ଗଣିଜାଙ୍ଗରୁ ଜଣେ, ଗୋପିନାଥପୁରରୁ ୨ଜଣ, ଓଡଙ୍ଗରୁ ଜଣେ, କୁଣ୍ଡଳାରୁ ଜଣେ, ତୋଡଙ୍ଗାରୁ ଜଣେ ଚିହ୍ନଟ ହୋଇଛନ୍ତି । ସେହିପରି ଭଦ୍ରକ ବ୍ଳକର ଦେଉଳପାଳ ଗ୍ରାମରୁ ଜଣେ, ନଛିପୁରରୁ ୨ଜଣ, ବାଣିତିଆରୁ ଜଣେ, ଏରଡାରୁ ଜଣେ, ନଳାଙ୍ଗରୁ ଜଣେ, ହରିପୁରରୁ ୨ଜଣ, କାଉପୁରରୁ ୨ଜଣ, ରାମନଗରରୁ ଜଣେ, କୋଡବରୁଆଁରୁ ଜଣେ, ଚଣ୍ଡିପଦା ଗ୍ରାମରୁ ୧୩ଜଣ ଚିହ୍ନଟ ହୋଇଥିବା ବେଳେ ଭଣ୍ଡାରିପୋଖରୀ ବ୍ଳକର ବାଲିପୋଖରୀ ଗ୍ରାମରୁ ଜଣେ, ବନ୍ଦାଳୋ ଗ୍ରାମରୁ ଜଣେ, ନେରଡା ଗ୍ରାମରୁ ୨ଜଣ, ଆଲିହା ଗ୍ରାମରୁ ୨ଜଣ, ବାଲିଗଡିଆ ଗ୍ରାମରୁ ଜଣେ, ପାଟୁଳି ଗ୍ରାମରୁ ୩ଜଣ, ତେସିଙ୍ଗା ଗ୍ରାମରୁ ୩ଜଣ, ସରପଦାରୁ ଜଣେ, ରାଜେନ୍ଦ୍ରପୁରରୁ ୨ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଅନ୍ୟ ଜିଲ୍ଲା ଭାବେ ବାଲେଶ୍ୱର ଜିଲ୍ଲା ଖଇରା ବ୍ଲକରୁ ୪ଜଣ, କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଳକରୁ ଜଣେ, କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେହିଭଳି ଭଦ୍ରକ ଜିଲ୍ଲାର ବିଦେଇପୁରର ଜଣେ, ଅର୍ଣ୍ଣପାଳର ଜଣେ, ବାଉଦପୁରର ୩ଜଣ, ଗେଲପୁରର ୪ଜଣ, ହରିପୁରର ୨ଜଣ, ଭଦ୍ରକ ପୌରପାଳିକାର ଜଗନ୍ନାଥପୁରର ଜଣେ, କୁଆଁସର ୫ଜଣ, କଣ୍ଟାପାଳର ୪ଜଣ, ଗବସାହିର ଜଣେ, ବନ୍ତ ବ୍ଳକର ଜଣେ, ତିହିଡ଼ି ବ୍ଳକର ତଳଗୋପବିନ୍ଧାର ୪ଜଣ, ଭଦ୍ରକ ବ୍ଲକ ଅଞ୍ଚଳର ୧୫ ଜଣ, ଭଣ୍ଡାରିପୋଖରୀ ବ୍ଲକର ଷୋଳମପୁର, ରଘୁନାଥପୁର, ମଞ୍ଜୁରୀ, ଆଖୁଆପଦାର ୭ଜଣ ବିଭିନ୍ନ ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ଚିହ୍ନଟ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.