Home ଜିଲ୍ଲା ପରିକ୍ରମା ବାତ୍ୟାରେ ଖାଦ୍ୟ ଯୋଗାଣକୁ ନେଇ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ପ୍ରତିନିଧିଙ୍କୁ ଘେରିଲେ ଗ୍ରାମବାସୀ

ବାତ୍ୟାରେ ଖାଦ୍ୟ ଯୋଗାଣକୁ ନେଇ ପଞ୍ଚାୟତ ଅଧିକାରୀ ଓ ସରପଞ୍ଚ ପ୍ରତିନିଧିଙ୍କୁ ଘେରିଲେ ଗ୍ରାମବାସୀ

81

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବନ୍ୟା ସମୟରେ ସରକାରଙ୍କ ପକ୍ଷରୁ ବାତ୍ୟା ଆଶ୍ରୟସ୍ଥଳରେ ରନ୍ଧାଖାଦ୍ୟ ଓ ଶୁଖିଲା ଖାଦ୍ୟ ଯୋଗାଇଦେବା ପାଇଁ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀମାନଙ୍କୁ ନିର୍ଦ୍ଦେଶ ଥିବାବେଳେ ଏହି ଜିଲାର ବାସୁଦେବପୁର ବ୍ଲକ୍‌ର ବିଭିନ୍ନ ପଂଚାୟତରେ ଏହାର ବ୍ୟତିକ୍ରମ ଦେଖାଦେଇଛି । ଏପରି ଏକ ଅଭିଯୋଗ କରିଛନ୍ତି ଗ୍ରାମବାସୀମାନେ । ଏବଂ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଓ ସରପଞ୍ଚ ପ୍ରତିନିଧିଙ୍କୁ ଘେରି ସେମାନଙ୍କ ଦୁଃଖ ଜଣାଇଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଏହି ବ୍ଲକ୍‌ର ପଦ୍ମପୁର ପଞ୍ଚାୟତ ଅଗାପୁର ଗ୍ରାମରେ । ଏହି ଗ୍ରାମଟିର ଅଧିକାଂଶ ଘର ଏବେ ପାଣି ଘେରରେ ରହିଛି । ବାତ୍ୟା ସମୟରେ ଏହି ଗ୍ରାମରେ ଥିବା ବାତ୍ୟା ଆଶ୍ରୟସ୍ଥଳୀରେ ଠିକ୍ ଭାବେ ଖାଇବାକୁ ଦିଆନଯିବାକୁ ନେଇ ଗ୍ରାମବାସୀମାନେ ସରପଞ୍ଚ ପ୍ରତିନିଧି ଓ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଘେରି ଅଭିଯୋଗ କରିଥିବାର ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.