Home କେନ୍ଦ୍ରାପଡ଼ା ୨୦୨ ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ପାଇଁ ଜିଲ୍ଲାକୁ ମିଳିଛି ୫ଲକ୍ଷ ୫୦ହଜାର, ୪ଟି ବ୍ଲକକୁ...

୨୦୨ ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ପାଇଁ ଜିଲ୍ଲାକୁ ମିଳିଛି ୫ଲକ୍ଷ ୫୦ହଜାର, ୪ଟି ବ୍ଲକକୁ ମଞ୍ଜୁର ୧୦ଲକ୍ଷ ଟଙ୍କାର ବିନିଯୋଗ ପ୍ରମାଣପତ୍ର ମିଳୁନି

71

କେନ୍ଦ୍ରାପଡା, ୭/୧ (ଓଡ଼ିଆ ପୁଅ/ଟିତ୍ତରଞ୍ଜନ ଦାସ) – ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରାପଡା ଜିଲ୍ଲାକୁ ୨୦୨ଟି ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ବାବଦକୁ ୫ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ମଞ୍ଜୁର ହୋଇଛି। ୨୦୧୪-୧୫ ଆର୍ଥିକ ବର୍ଷରେ ଜିଲ୍ଲାର ୫୦ଟି ଭାଗବତ ଟୁଙ୍ଗି ନିମନ୍ତେ ପ୍ରତ୍ୟେକ ୨୫ହଜାର ଟଙ୍କା କରି ୧୨ଲକ୍ଷ ୫୦ହଜାର ଟଙ୍କା ମିଳିଥିବା ବେଳେ ୨୦୧୫-୧୬ ଆର୍ଥିକ ବର୍ଷ ପାଇଁ ୫୦ଟି ଭାଗବତ ଟୁଙ୍ଗିକୁ ୧୨ଲକ୍ଷ ୫୦ହଜାର ଟଙ୍କା ଓ ୨୦୧୬-୧୭ ଆର୍ଥିକ ବର୍ଷରେ ଜିଲ୍ଲାର ୧୦୨ଟି ଭାଗବତ ଟୁଙ୍ଗିକୁ ସରକାରୀ ସହାୟତା ଯୋଗାଇ ଦେବାକୁ ୨୫ଲକ୍ଷ ୫୦ହଜାର ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି। ଜିଲ୍ଲାକୁ ମୋଟ ୨୦୨ଟି ଭାଗବତ ଟୁଙ୍ଗି ନିମନ୍ତେ ୫ଲକ୍ଷ ୫୦ହଜାର ଟଙ୍କାର ସରକାରୀ ଅନୁଦାନ ମିଳିଥିବା ବେଳେ ସେଥିମଧ୍ୟରୁ ଜିଲ୍ଲାର ୪ଟି ବ୍ଲକର ୪୦ଟି ଭାଗବତ ଟୁଙ୍ଗିକୁ ୧୦ଲକ୍ଷ ଟଙ୍କାର ଅନୁଦାନ ଗତ ୨୦୧୯ ମସିହା ଜାନୁଆରୀମାସ ୨୨ତାରିଖରୁ ମଞ୍ଜୁର ହୋଇଥିବା ବେଳେ ସେହି ୪ଟି ବ୍ଲକ ଅଦ୍ୟାବଧି ସେହି ଅନୁଦାନର ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରୁନଥିବା ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଲକ୍ଷ୍ମଣ କୁମାର ବେହେରା ସୂଚନା ଦେଇଛନ୍ତି। ସେହି ୪ଟି ବ୍ଲକ ହେଉଛି କେନ୍ଦ୍ରାପଡା ବ୍ଲକର ୧୦ଟି ଭାଗବତ ଟୁଙ୍ଗି ପାଇଁ ୨ଲକ୍ଷ ୫୦ହଜାର ଟଙ୍କା, ମାର୍ଶାଘାଇ ବ୍ଲକର ୧୦ଟି ଭାଗବତ ଟୁଙ୍ଗି ପାଇଁ ୨ଲକ୍ଷ ୫୦ହଜାର ଟଙ୍କା, ଗରଦପୁର ବ୍ଲକର ୧୦ଟି ଭାଗବତ ଟୁଙ୍ଗି ପାଇଁ ୨ଲକ୍ଷ ୫୦ହଜାର ଟଙ୍କା ଓ ଡେରାବିଶି ବ୍ଲକର ୧୦ଟି ଭାଗବତ ଟୁଙ୍ଗି ପାଇଁ ୨ଲକ୍ଷ ୫୦ହଜାର ଟଙ୍କା। ସଂପୃକ୍ତ ୪ଟି ବ୍ଲକର ବିଡିଓମାନଙ୍କୁ ବାରମ୍ବାର ପତ୍ର ଲେଖାଯିବା ଓ ରିମାଇଁଣ୍ଡର ପଠାଯିବା ପରେବି ସେମାନେ ବିନିଯୋଗ ପ୍ରମାଣପତ୍ର ପ୍ରଦାନ କରୁନଥିବାରୁ ଜିଲ୍ଲାରେ ପାଇବାକୁ ଥିବା ଆଉ ୧୬୨ଟି ଭାଗବତ ଟୁଙ୍ଗିକୁ ସରକାରୀ ଅନୁଦାନ ପ୍ରଦାନରେ ବିଳମ୍ବ ଘଟୁଥିବା ଏବଂ ଜିଲ୍ଲାକୁ ମିଳିଥିବା ସରକାରୀ ଅନୁଦାନ ଅର୍ଥ ଫେରିଯିବାର ସମ୍ଭାବନା ସୃଷ୍ଟି ହୋଇଛି। ଏଭଳି ପରିସ୍ଥିତିରେ ଜିଲ୍ଲା ପ୍ରଶାସନ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହୋଇଛି। ଏଥିସହିତ ଯେଉଁ ବ୍ଲକ ଗୁଡିକ ଏହି ସରକାରୀ ଅନୁଦାନ ପାଇନାହାନ୍ତି ସେମାନଙ୍କ ବ୍ଲକରେ ଦରଖାସ୍ତ କରିଥିବା ଭାଗବତ ଟୁଙ୍ଗି ଗୁଡିକର ଦରଖାସ୍ତକୁ ଯାଂଚ କରି ତୁରନ୍ତ ଜିଲ୍ଲା ସଂସ୍କୃତି ଅଧିକାରୀଙ୍କୁ ଅନୁଦାନ ମଞ୍ଜୁର ନିମନ୍ତେ ପଠାଇବା ଆବଶ୍ୟକ ବୋଲି ଭାରପ୍ରାପ୍ତ ଜିଲ୍ଲା ସଂସ୍କୃତି ଅଧିକାରୀ ଶ୍ରୀ ବେହେରା କହିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.