Home ଜିଲ୍ଲା ପରିକ୍ରମା ଜିଲ୍ଲାପାଳଙ୍କ ତାଗିଦ ସମଧାନ କର ନହେଲେଅନ୍ୟତ୍ର ମର୍ଚ୍ଚ ହେବ ସମବାୟ ସମିତି

ଜିଲ୍ଲାପାଳଙ୍କ ତାଗିଦ ସମଧାନ କର ନହେଲେଅନ୍ୟତ୍ର ମର୍ଚ୍ଚ ହେବ ସମବାୟ ସମିତି

42

ବାହାନଗା,୭ା୧(ଭାରତୀ ଦାସ/ ଓଡ଼ିଆ ପୁଅ) : ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକର ପଣପଣା ସେବା ସମବାୟ ସମିତି ବାଦ ବିବାଦ ଭିତରେ ବନ୍ଦ ହୋଇ କୌଣସି କାର୍ଯ୍ୟ କରୁ ନଥିବା ବେଳେ ଚାଷୀ ମାନେ ବିଭିନ୍ନ ସମୟରେ ମନ୍ତ୍ରୀ ଓ ଉପରିସ୍ଥ ଅଫିସରଙ୍କୁ ବାରମ୍ବାର ଜଣ।।ଇବା ଓ ଜିଲ୍ଲା ପାଳଙ୍କର ଅଭିଯୋଗ ପ୍ରକୋଷ୍ଠରେ ମଧ୍ୟ ବାରମ୍ବାର ଅଭିଯୋଗ କରୁଥିବାର ଜଣାପଡ଼ିଥିଲା । ଏହି ସମୟରେ ଧାନ କିଣା ସମୟ ହୋଇ ଥିବାର ବଶେଷତଃ ଚାଷୀ ମାନେ ଧାନ ଦେଇ ନ ପାରି ହନ୍ତ ସନ୍ତ ହେଉଥିବା ଦେଖା ଯାଇଥିଲା । ଫଳରେ ଗୁରୁବାର ଦିନ ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଆସି ପଣାପଣା ସେବା ସମବାୟ ସମିତିରେ ପହଞ୍ଚି ଥିଲେ । ଏବଂ ପାରିପାଶ୍ୱର୍ିକ ଅବସ୍ଥାକୁ ଅନୁଧ୍ୟାନ କରି ଦାୟିତ୍ୱରେ ଥିବା ସମ୍ପାଦକ ଚନ୍ଦ୍ର ଶେଖର ନାୟକ ଓ ବିଭାଗୀୟ ଉପରିସ୍ଥ କର୍ମଚାରୀଙ୍କୁ ତାଗିଦ କରିଥିଲେ ଯଦି ଆପଣ ମାନେ ଏହାକୁ କାର୍ଯ୍ୟକ୍ଷମ ନ କରାନ୍ତି ତାହେଲେ ସମବାୟ ସମିତିକୁ ବନ୍ଦ କରି ଏହାକୁ ଅନ୍ୟତ୍ର ମର୍ଚ୍ଚ କରି ଦିଆ ଯିବ । ଏବଂ ଅଡ଼ିଟ ପରେ ସେବା ସମବାୟ ସମିତିରେ ଜମାକାରୀ ଚାଷୀଙ୍କ ଟଙ୍କା ଫେବ୍ରୁୟାରୀ ୧୫ପରେ ଧିରେ ଧିରେ ଅଳ୍ପ ଅଳ୍ପ ପରିମାଣରେ ଫେରସ୍ତ ପାଇଁ ପ୍ରତିଶୃତି ଦେଇଥିଲେ । ଏହା ପରେ ବିଭାଗୀୟ ଏଆରସିଏସ ସଦାନନ୍ଦ ବେହେରା, ଜିଲ୍ଲା ଯୋଗାଣ ଅଧିକାରୀ ପ୍ରଦ୍ୟୁମ୍ନ ରାଉତରାୟ , ଡିଆରସିଏସ ପ୍ରତିନିଧି ଗୋପବପନ୍ଧୁ ବେହେରା, ସିଏସଓ ଅଜୟ ମଲ୍ଲିକ , ବାଲେଶ୍ୱର – ଭଦ୍ରକ ସେବା ସମବାୟ ବ୍ୟାଙ୍କ ଗୋପାଳପୁର ଶାଖା ପରିଚାଳକ ଯଦୁନାଥ ସ, ଗିରିଶ ଚନ୍ଦ୍ର ଦାଶ, ସମ୍ପାଦକ ଶ୍ରୀ ନାୟକ, ପିଇଓ ପ୍ରଫୁଲ୍ଲ ପଲେଇ , ସାଂସଦ ପ୍ରନିନିଧି ବୈରାଗୀ ବେହେରା, ସମିତି ସଭ୍ୟ ପୂର୍ଣ୍ଣ ଚନ୍ଦ୍ର ସ, ପୂର୍ବତନ ଡାଇରେକ୍ଟବୋର୍ଡ଼ ମେମ୍ବର ଅନିରୁଦ୍ଧ ବେହେରା ସମେତ କିଛି ଚାଷୀ ଏବାବଦରେ ଆଲୋଚନା କରିଥିଲେ । ଫଳରେ ଆସନ୍ତା ୮ ତାରିଖ ଠାରୁ ଧାନ କିଣା ହେବା ସହ ସମବାୟ ସମିତିକୁ ଠିକ ଭାବରେ ଚଲାଇ ବାକୁ ପ୍ରୟାସ କରାଯିବା ସହ ସମସ୍ତଙ୍କର ସହଯୋଗ ଲୋଡ଼ି ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.