Home ଜିଲ୍ଲା ପରିକ୍ରମା କୃଷି ଧ୍ୱଂସକାରୀ କଳା ଆଇନ୍‌କୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପୋଡାଗଲା

କୃଷି ଧ୍ୱଂସକାରୀ କଳା ଆଇନ୍‌କୁ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ପୋଡାଗଲା

17

ଭଦ୍ରକ, ୧୩ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ଅପରାହ୍ନରେ ସଂଯୁକ୍ତ କୃଷକ ମୋର୍ଚ୍ଚା ଭଦ୍ରକ ପକ୍ଷରୁ ବସ୍‌ଷ୍ଟାଣ୍ଡ ଠାରେ କେନ୍ଦ୍ର ସରକାରଙ୍କର ଦ୍ୱାରା ଆଗତ କୃଷି ଆଇନ୍‌କୁ ପୋଡାଯାଇଛି । ସମଗ୍ର ଦେଶରେ କୃଷି ଓ କୃଷକ ବିରୋଧୀ ତିନୋଟି କଳା ଆଇନ୍‌କୁ କେନ୍ଦ୍ର ସରକାର ସଂସଦରେ ଆଗତ କଲାପରେ ଦେଶବ୍ୟାପୀ କୃଷକମାନେ ଦିଲ୍ଲୀ ଚଲୋ ଅଭିଯାନରେ ସାମିଲ ହୋଇ ଦୀର୍ଘ ୫୯ ଦିନ ଧରି ପ୍ରତିବାଦ କରିବା ମଧ୍ୟରେ ୬୨ ଜଣ କୃଷକ ସହୀଦ ହୋଇଥିଲେ । ଏଭଳି ଅଭାବନୀୟ ଘଟଣାକୁ ଦୃଷ୍ଟିରେ ରଖି ମାନ୍ୟବର ସୁପ୍ରିମ୍ କୋର୍ଟ ଗତକାଲି ଉକ୍ତ ଆଇନ୍‌କୁ କାର୍ଯ୍ୟକାରୀ ନକରିବାରୁ ଆଦେଶ ଦେବା ପରେ ଦେଶବ୍ୟାପୀ ସଂଯୁକ୍ତ କୃଷକ ମୋର୍ଚ୍ଚା ପକ୍ଷରୁ ସେହି ଆଇନ୍‌କୁ ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ମିଳିତ ଭାବେ ଜନସାଧାରଣଙ୍କ ସମ୍ମୁଖରେ ପୋଡିବା ନିମନ୍ତେ ନିଷ୍ପତ୍ତି ହୋଇଥିଲା । ଫଳରେ ଆଜି ସଂଯୁକ୍ତ ମୋର୍ଚ୍ଚା ପକ୍ଷରୁ ବିଶିଷ୍ଟ କୃଷକ ନେତା ଚନ୍ଦ୍ରଶେଖର ନାୟକଙ୍କ ନେତୃତ୍ୱରେ ନିରଂଜନ ପାଣି, ନରହରି ବେହେରା, ଗିରିଧାରୀ ନାଥ, ରାଧା ଦାସ, ସେକ୍ କରିମ୍‌, ସେକ୍ କମର,ଦିଲ୍ଲୀପ ସାହୁ, ମୁକ୍ତିକାନ୍ତ ବାରିକ, ଉପେନ୍ଦ୍ର ମାଝୀ, ସାଦବ କାଦ୍ରୀ, ସେକ୍ ଆସୋ, ସେକ୍ ଅନୁ ପ୍ରମୁଖ ଶତାଧିକ ସଂଯୁକ୍ତ କୃଷକ ମୋର୍ଚ୍ଚାର ସମର୍ଥକମାନେ ଏକଜୁଟ ହୋଇ ଉକ୍ତ ତିନୋଟି ଆଇନ୍‌ର ନକଲକୁ ଜନସାଧାରଣଙ୍କ ସମ୍ମୁଖରେ ପୋଡିଥିଲେ । ବିଶିଷ୍ଟ ଶ୍ରମିକ ନେତା ଦିବ୍ୟସିଂହ ନାୟକ ଉକ୍ତ ନକଲରେ ଅଗ୍ନି ସଂଯୋଗ କରିବା ପରେ ଉପସ୍ଥିତ କୃଷକ ସାଥୀମାନେ କଳା ଆଇନ୍‌କୁ ରଦ୍ଦ କରିବା ପାଇଁ ସ୍ଲୋଗାନ ଦେଇଥିଲେ । ଏହି ଅବସରରେ ଉକ୍ତ ଆଇନ୍ କିଭଳି ସମଗ୍ର କୃଷକ ସମାଜ ଓ ଜନସାଧାରଣଙ୍କ ସର୍ବନାଶ କରିବ, ତାହା ପଢି ଶୁଣାଇଥିଲେ ଅଧିବକ୍ତା ଗିରିଧାରୀ ନାଥ । ଶେଷରେ କୃଷକ ନେତା ଶ୍ରୀ ନାୟକ ଏହି ଆଇନ୍‌କୁ ଅବିଳମ୍ବେ ରଦ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.