Home ଓଡ଼ିଶା ୨୦୨୦-୨୧ ଖଡିରତ୍ନ ପଞ୍ଜିକାକୁ ଅନୁମୋଦନ

୨୦୨୦-୨୧ ଖଡିରତ୍ନ ପଞ୍ଜିକାକୁ ଅନୁମୋଦନ

488

ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ୨୦୨୦-୨୧ ମସିହା ପାଇଁ ଶ୍ରୀ ରାଧାରମଣ ପ୍ରେସ (ଜଗନ୍ନାଥ ପଞ୍ଜିକା) ବିଶୁଦ୍ଧ ଖଡିରତ୍ନ ପଞ୍ଜିକାକୁ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଅନୁମୋଦନ କରିଛି। ବଛା ବଛା ବିଦ୍ୱାନ ମାନଙ୍କ ଦ୍ୱାରା ଆବଶ୍ୟକ ସଂଶୋଧନ କରାଯାଇ ଏହି ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରାଯାଇଛି।

ଏହି ସୂଚନା ଦେଇଛନ୍ତି ମୁକ୍ତି ମଣ୍ଡପ ପଣ୍ଡିତ ସଭାର ସାଧାରଣ ସଂପାଦକ ଗଙ୍ଗାଧର ମହାପାତ୍ର। ଶ୍ରୀ ମହାପାତ୍ର ଙ୍କ ସୂଚନାନୁଯାୟୀ ମୁକ୍ତି ମଣ୍ଡପ ପଣ୍ଡିତ ସଭା ବିଦ୍ୱାନ ପଣ୍ଡିତ ମାନଙ୍କୁ ନେଇ ପଞ୍ଜିକା ପାଣ୍ଡୁଲିପି ପ୍ରସ୍ତୁତ କରେ।

ଏହି ବିଦ୍ୱାନ ମାନଙ୍କ ପରାମର୍ଶ କ୍ରମେ ଆବଶ୍ୟକ ସଂଶୋଧନ କରାଯାଏ। ସେହି ଅନୁଯାୟୀ ପଞ୍ଜିକା ପ୍ରକାଶ ପାଏ। ଏକ ମାତ୍ର ପଞ୍ଜିକା ଭାବେ ମୁକ୍ତି ମଣ୍ଡପ ପଣ୍ଡିତ ସଭା ଶ୍ରୀ ରାଧାରମଣ ପ୍ରେସ୍ ବିଶୁଦ୍ଧ ଖଡିରତ୍ନ ପଞ୍ଜିକାକୁ ସ୍ୱୀକୃତି ପ୍ରଦାନ କରିଛି ପଣ୍ଡିତ ସଭା।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.