Home ଜିଲ୍ଲା ପରିକ୍ରମା ପ୍ରତି ସୋମବାରରେ କୃଷକ ଜନଶୁଣାଣୀ ଶିବିର

ପ୍ରତି ସୋମବାରରେ କୃଷକ ଜନଶୁଣାଣୀ ଶିବିର

151

ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଆମକୃଷି ଯୋଜନା ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଜିଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଜିଲା ପରିଷଦ ଅଧ୍ୟକ୍ଷ ଜ୍ୟୋର୍ତିମୟ ଦଳାଇ ଅଧ୍ୟକ୍ଷତା କରିଥିଲେ। ବୈଠକରେ କୃଷିର ଉନ୍ନତି ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ଏଣିକି ପ୍ରତି ସୋମବାର ଦିନ ପ୍ରତି ବ୍ଲକରେ ଦିନ ୧୨ ଟା ଠାରୁ ଅପରାହ୍ନ ୨ ଟା ପର୍ଯ୍ୟନ୍ତ କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଓ ଶୁଣାଣୀ କରାଯିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା। ଜନ ଶୁଣାଣୀ ଭଳି ଏହି ଶିବିର ହେବ। ଏହି ଶିବିର ସମ୍ପର୍କରେ କୃଷକ ମାନଙ୍କୁ ପୂର୍ବରୁ ସୂଚନା ଦିଆଯିବ।

ଶୁଣାଣୀ ଶିବିରରେ ଉଦ୍ୟାନ କୃଷି ମୂର୍ତିକା ସଂରକ୍ଷଣ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ ରହି କୃଷକ ମାନଙ୍କ ସମସ୍ୟାର ସମାଧାନ କରିବଏେ ବୋଲି ନିଷ୍ପତି ଗ୍ରହଣ କରାଯାଇଛି। ଜିଲାର ସମସ୍ତ ବ୍ଲକରେ ଉନ୍ନତ ମାନର ବିହନ ଯୋଗାଣ କୁ ନିଶ୍ଚିତ କରିବାକୁ ପ୍ରକ୍ଳପ ନିର୍ଦ୍ଦେଶକ ବିଶାଲ ସିଂହ ପରାମର୍ଶ ଦେଇଥିଲେ। ଜିଲାର ସମସ୍ତ ୨୬୮ ଟି ଗ୍ରାମ ପଂଚାୟତ ରୁ ପରୀକ୍ଷା ପାଇଁ ମାଟି ସଂଗ୍ରହ ପ୍ରକ୍ରିୟା ଜାରି ରହିଥିବା ଜିଲା କୃଷି ଅଧିକାରୀ ଚନ୍ଦ୍ର ଶେଖର ରାଓ ସୂଚନା ଦେଇଥିଲେ।

ଜିଲାରେ ଉଦ୍ୟାନ କୃଷି ମତ୍ସ୍ୟ ଓ ପଶୁପାଳନ କୁ ଉତ୍ସାହିତ କରିବା ପାଇଁ ଜିଲା ପରିଷଦ କୃଷି ଷ୍ଟାଣ୍ଡିଙ୍ଗ କମିଟି ଅଧ୍ୟକ୍ଷ କୈଳାସ ପରିଡା ପରାମର୍ଶ ଦେଇଥିଲେ। ବୈଠକରେ ଅତିରିକ୍ତ ପ୍ରକଳ୍ପ ନିର୍ଦ୍ଦେଶକ ରବି ନାରାୟଣ ତ୍ରିପାଠୀ ବିଭିନ୍ନ ବିଭାଗୀୟ ଅଧିକାରୀ ଜିଲା ପରିଷଦ ସଦସ୍ୟ ଓ ପଂଚାୟତ ସମିତି ଅଧ୍ୟକ୍ଷ /ଅଧ୍ୟକ୍ଷା ଯୋଗ ଦେଇଥିଲେ। କୃଷି ଉପାôଦନ ବୃଦ୍ଧି ସହ କୃଷକ ମାନଙ୍କ ଆର୍ଥୀକ ଅବସ୍ଥାରେ ଉନ୍ନତି ଆଣିବା ପାଇଁ ଜିଲା କୃଷି କାର୍ଯ୍ୟାଳୟ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.