Home ଓଡ଼ିଶା କିରାସିନି ଢାଳି ବଧୂହତ୍ୟା ଉଦ୍ୟମ

କିରାସିନି ଢାଳି ବଧୂହତ୍ୟା ଉଦ୍ୟମ

231

ପୁରୀ, ୧/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ବିବାହ ପରେ ଅଧିକ ଯୌତୁକ ଦାବି କରି ଶାଶୁ ଘର ଲୋକେ କିରୋସିନି ଢାଳି ବୋହୁଙ୍କ ଜୀବନରେ ମାରିଦେବା ଉଦ୍ୟମ କରୁଥିବା ବାସେଳୀସାହି ଥାନାରେ ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ ଆହାତ ମହିଳାଙ୍କୁ ଚିକିତ୍ସା ନିମନ୍ତେ ପ୍ରଥମେ ସଦର ହାସପାତାଳରେ ଭର୍ତି କରାଯାଇଥିଲା। ସ୍ଥିତି ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ହାସପାତଳାକୁ ଚିକିତ୍ସା ପାଇଁ ସ୍ଥାନାନ୍ତରିତ କରାଯାଇଛି।

ନିଆଁ ଲାଗି ଶରୀରର ପ୍ରାୟ ୯୦ ଭାଗ ପୋଡି ଯାଇଥିବା ଡାକ୍ତର ପ୍ରକାଶ କରିଛନ୍ତି। ପାର୍ବତୀପୁର ଲକ୍ଷ୍ମୀନାରାୟଣ ନଗର ମନୁଆ ନନ୍ଦ କଟକ ଟାଙ୍ଗୀ ଅଂଚଳର ଝରଣା ନନ୍ଦଙ୍କୁ ୮ବର୍ଷ ତଳେ ବିବାହ କରିଥିଲେ। ତାଙ୍କର ୨ଟି ପୁତ୍ର ସନ୍ତାନ ରହିଥିବା ଜଣାପଡିଛି। ବିବାହର କିଛିଦିନ ପରେ ଶାଶୁ ଘର ଲୋକେ ଅଧିକ ଯୌତୁକ ପାଇଁ ତାଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଉଥିଲେ।

ଶନିବାର ଦିନ ୧୧ଟା ସମୟରେ ଏହାକୁ କେନ୍ଦ୍ରକରି ପାଟିତୁଣ୍ଡ ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ଶାଶୁ ଘର ଲୋକେ ଝରଣାଙ୍କ ଉପରେ କିରାସିନି ଢାଳି ନିଆଁ ଲଗାଇଦେଇଥିବା ଅଭିଯୋଗ ହୋଇଛି। ଦେହରେ ନିଆଁ ଲାଗିଯିବାରୁ ଝରଣା ପାଟି କରିଥିଲା। ସ୍ଥାନୀୟ ଲୋକଙ୍କ ସହଯୋଗରେ ଆହାତ ଝରଣାଙ୍କୁ ଚିକିତ୍ସା ପାଇଁ ହାସପାତାଳ ନେଇଥିଲେ। ଖବରପାଇ ଝରଣାଙ୍କ ପରିବାର ଲୋକେ ହାସପାତାଳରେ ପହଂଚି ଘଟଣା ସମ୍ପର୍କରେ ବୁଝିବାପରେ ଏ ସମ୍ପର୍କରେ ବାସେଳୀସାହି ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.