Home କେନ୍ଦ୍ରାପଡ଼ା ୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

୨ୟ ବାର୍ଷିକ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ

87

କେନ୍ଦ୍ରାପଡା ୨୧/୧ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) – ଫକିରାବାଦର ଲକି ସ୍ପୋଟିଂ କ୍ଲବ ଆନୁକୁଲ୍ୟରେ କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ରବିବାର ସନ୍ଧ୍ୟାରେ ଦୁଇଦିନିଆ ୨ୟ ଅବଦୁଲ କରିମ ଖାନ ମେମୋରିଆଲ ଟ୍ରଫି ରାଜ୍ୟ ସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଂଟ ଉଦଯାପିତ ହୋଇଯାଇଛି। ଆଜି ଦ୍ୱିତୀୟ ଦିବସରେ ପ୍ରଥମ ସେମିଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ ୫-୪ରେ କଟକର ଚାନ୍ଦ କ୍ଲବକୁ ହରାଇ ଫାଇନାଲରେ ପ୍ରବେଶ କରିଥିବା ବେଳେ ଦ୍ୱିତୀୟ ସେମିଫାଇନାଲ ମ୍ୟାଚରେ କଲିକତାର ୟୁନାଇଟେଡ ଫୁଟବଲ କ୍ଲବ ୨- ୦ ଗୋଲରେ ରାଜକନିକା ଆଥଲେଟିକ ଆସୋସିଏସନକୁ ହରାଇ ଫାଇନାଲରେ ପ୍ରବେଶ କରିଥିଲା। ଅପରାହ୍ନରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ କଟକର ମଙ୍ଗଳା କ୍ଲବ ୫- ୪ ଟ୍ରାଇବ୍ରେକରେ କଲିକତାର ୟୁନାଇଟେଡ ଫୁଟବଲ କ୍ଲବକୁ ହରାଇ ଚମ୍ପିୟନ ହୋଇଥିଲା। ଏହି ଉପଲକ୍ଷେ ଲକି ସ୍ପୋଟିଂ କ୍ଲବର ସଭାପତି ମହମ୍ମଦ ସଲୀମ ଖାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଓଡିଶା ବିଧାନ ସଭାର ବିରୋଧୀଦଳ ନେତା ପ୍ରଦିପ୍ତ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏଭଳି ଟୁର୍ଣ୍ଣାମେଂଟର ଆୟୋଜନ ଫଳରେ ଏ ଅଚଂଳର ଯୁବ କ୍ରୀଡା ପ୍ରତିଭାମାନଙ୍କର ସୃଷ୍ଟି ହେବା ସହ କ୍ରୀଡା କ୍ଷେତ୍ରରେ ସେମାନେ ସୁନାମ ଆଣିପାରିବେ। ଏହି ଅବସରରେ ମୁଖ୍ୟ ଅତିଥି ଉଭୟ ଦଳର ଖେଳାଳିମାନଙ୍କ ସହିତ କରମର୍ଦ୍ଦନ କରି ସେମାନଙ୍କୁ ଶୁଭେଛା ଜଣାଇଥିଲେ। ମୁଖ୍ୟ ଅତିଥି ଶ୍ରୀ ନାୟକ ଫୁଟବଲ ଟୁର୍ଣ୍ଣାମେଂଟର ଚମ୍ପିୟନ ଦଳ କଟକ ମଙ୍ଗଳା କ୍ଲବର ଖେଳାଳିମାନଙ୍କୁ ୨ୟ ଅବଦୁଲ କରିମ ଖାନ ମେମୋରିଆଲ ଚମ୍ପିୟନସ ଟ୍ରଫି ଓ ୨୧ ହଜାର ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ରନର୍ସଅପ ଦଳ କଲିକତା ୟୁନାଇଟେଡ ଫୁଟବଲ କ୍ଲବକୁ ରନର୍ସଅପ ଟ୍ରଫି ସହିତ ୧୫ହଜାର ଟଙ୍କାର ଚେକ ପ୍ରଦାନ କରିଥିଲେ।

ଏଥିସହିତ କେନ୍ଦ୍ରାପଡାର ପୂର୍ବତନ ଫୁଟବଲ ଖେଳାଳିମାନଙ୍କୁ ମଧ୍ୟ ପୁଷ୍ପଗୁଛ ଓ ଉତ୍ତରୀୟ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ଉଦଯାପନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବରେ ଜିଲ୍ଲା ବିଜେପି ସଭାପତି କିଶୋର କୁମାର ପଣ୍ଡା, ବିଜେପି ନେତା ସୁନାକର ବେହେରା ଯୋଗଦେଇ ବକ୍ତବ୍ୟ ରଖିଥିଲେ। ଆଜିର ମ୍ୟାଚକୁ ରେଫରୀ ଭାବରେ ଜ୍ୟୋତିରଞ୍ଜନ ସ୍ୱାଇଁ, ଦୈତାରି କାରୁଆ, ଜନ ନାୟକ ଓ ନକୁଳ ମହାନ୍ତି ପ୍ରମୁଖ ପରିଚାଳନା କରିଥିଲେ। ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଲକି ସ୍ପୋଟିଂ କ୍ଲବର ସମ୍ପାଦକ ସେକ ସାହାବୁଲ୍ଲା, ମହମ୍ମଦ ନିୟାଜ, ଜିଲ୍ଲା କ୍ରୀଡା ସମ୍ପାଦକ ସୟଦ ଅକମଲ ଅଲ୍ଲୀ, ମହମ୍ମଦ ଆଝାରୁଦ୍ଦିନ, ମୀର ସଲିମ, ସେକ ମୁସ୍ତାକ, ସେକ ଲିୟାକତ ଅଲ୍ଲୀ, ମୀର ବକାଉଲ୍ଲା, ମୀର ଫାରୁକ, ସେକ ଅକ୍ତର, ଜାହିଦ ଖାଁ, ୱସିଉଲ୍ଲା ଖାଁ, ଅବଦୁଲ ୱାହିଦ, ମୀର ଜରାର, ଅବଦୁଲ ମଲ୍ଲିକ, ଅୟାଜ ମହମ୍ମଦ, କଲିମ ଖାନ, ସେକ ସପାତୁଲ୍ଲା, ଜୁମା ଖାନ, ମୀର ଅବୁସମା, ଅକିଲ ଅହେମ୍ମଦ, ସେକ ରିଆଜତ, ବାସା ଖାନ, ୟାସିର ଆରାଫତ, ସେକ ଅଦିଲ, ଇକବାଲ, ମୀର ଆବୁ ଓବେଦା, ପୂର୍ବତନ କାଉନସିଲର ହିଫଜୁର ରହେମାନ, କ୍ରୀଡା ଶିକ୍ଷକ ଜ୍ୟୋତିର୍ମୟ ଦାସ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀତା ପରିଚାଳନାରେ ସହଯୋଗ କରିଥିଲେ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.