Home ଓଡ଼ିଶା ୨ଲକ୍ଷଟଙ୍କା ପାଇଁ ବିଶାଖାପାଟଣା ହସପିଟାଲରେ ବନ୍ଧାପଡିଛନ୍ତି ବୃଦ୍ଧ ଦେବେନ୍ଦ୍ର,ବାପାଙ୍କୁ ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ...

୨ଲକ୍ଷଟଙ୍କା ପାଇଁ ବିଶାଖାପାଟଣା ହସପିଟାଲରେ ବନ୍ଧାପଡିଛନ୍ତି ବୃଦ୍ଧ ଦେବେନ୍ଦ୍ର,ବାପାଙ୍କୁ ମୁକୁଳାଇବା ପାଇଁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରି କଲେ ପୁଅ

555

ମାଲକାନଗିରି,୭ ।୧ (ଓଡିଆ ପୁଅ ) ଦୁଇଲକ୍ଷ ଟଙ୍କା ପାଇଁ ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ହସପିଟାଲରେ ବନ୍ଧାପଡଛନ୍ତି ଜଣେଗରିବ ରୋଗୀ,ବାପାଙ୍କ ଚିକିତ୍ସାରେ ଜମିବାଡି ସବୁକିଛି ଟଙ୍କା ପଇସା ହରାଇ ଅର୍ଥଅଭାବରୁ ବାପାଙ୍କୁ ହସପିଟାଲରୁ ମୁକାଳାଇ  ନ ପାରି ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ ଗୁହାରୀ କରିଛନ୍ତି ଗରିବ ପୁଅ । ଏମିତି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲାରେ । ମାଲକାନଗିରି ଜିଲ୍ଲାସ୍ଥ ଏମଭି୭୯ ଅଚଂଳର ତମାଲ ବାଗଚି ଙ୍କ ବାପା ଦେବେନ୍ଦ୍ର ବାଗଚି ଙ୍କ ଖାଦ୍ୟ ନଳିରେ ଛିଦ୍ର ହୋଇଥିବାରୁ ସେ ଟଙ୍କାପାଇସା ଧାରକରଜ କରି ନିଜ ବାପାଙ୍କୁ ପ୍ରଥମେ ଛତିଶଗଡ ଜଗଦଲପୁର ର ଏକ ଘରୋଇ ହସପିଟାଲକୁ ନେଇ ଅପରେସନ କରିଥିଲେ,ଅପରେସନର କିଛି ଦିନପରେ ସେ ସ୍ଥାନରେ ସଂକ୍ରମଣ ହୋଇଯିବାରୁ ବାପାଙ୍କର ଅଧିକ ଯନ୍ତ୍ରଣା ହୋଇଥିଲା,ଆନ୍ଦ୍ରପ୍ରଦେଶ ବିଶାଖାପାଟଣା ର ସିଦ୍ଧାର୍ଥନାମକ ଏକ ଘରୋଇ ହସପିଟାଲରେ ଚିକିତ୍ସାପାଇଁ ଭର୍ତି କରିଥିଲେ, ଡାକ୍ତର ମାନେ ଅପରେସନପାଇଁ ଏକ ଲକ୍ଷରୁ ଦୁଇ ଲକ୍ଷ ଟଙ୍କା ଲାଗିବ ବୋଲି କହିଥିଲେ । ତମାଲ ନିଜର ଜମିବାଡି ବନ୍ଧାପକାଇ   ଟଙ୍କା ସଂଗ୍ରହକରି ଡାକ୍ତରଖାନାରେ ଜମା ଦେବାପରେ ଅପରେସନ ହୋଇଥିଲା । ତାଙ୍କ ବାପାଙ୍କ ଚିକତ୍ସାରେ ଇତି ମଧ୍ୟରେ ୫ଲକ୍ଷଟଙ୍କା ଖର୍ଚ ହୋଇସାରିଲାଣି । ସେ ଆଇସିୟୁ ରେ ଥିବାରୁ ଦିନକୁ ଦିନ ଅଧିକ ଟଙ୍କା ଫିସ ଦେବାକୁ ପଡୁଥିବାରୁ ଜେନରାଲ ଓ୍ୟାର୍ଡ କୁ ଆଣି  ପରେ ବାପାଙ୍କୁ ଘରକୁ ନେବାପାଇଁ ଚାହିଁବାରୁ ଆହୁରି ଦୁଇଲକ୍ଷ ଟଙ୍କା ଦେଲେ ତୁମ ବାପାଙ୍କୁ ଛାଡି ଦିଆ ଯିବବୋଲି ଡାକ୍ତରଖାନ କର୍ତୁପକ୍ଷ ତମାଲଙ୍କୁ କହି ତାଙ୍କ ବାପାଙ୍କୁ ଆଇସିୟୁରୁ କାଡୁ ନାହାଁନ୍ତିକି ଜେଲରାଲ ଓ୍ୟାର୍ଡକୁ ସ୍ଥାନାନ୍ତରିତ କରୁନହାଁନ୍ତି ।  ତେବେ ତାଙ୍କ ପାଖରେ ଆଉଟଙ୍କା ନଥିବାରୁ ସେ ନିଜ ବାପାଙ୍କୁ ହସପିଟାଲରୁ ମୁକୁଳାଇ ପାରୁନଥିବାରୁ ତାଙ୍କ ଘରେ କାନ୍ଦବୋବାଳି ପଡି ଯାଇଛି, ପରିବାର ଲୋକେ ଦୁଃଖରେ  ରନ୍ଧାବଡା ବନ୍ଦ କରିଦେଇ ଖାଇବା ପିଇବା ଛାଡିଦେଇଛନ୍ତି । ସେଥି ନିମନ୍ତେ ଆଜି ତାମଲ ସୋସିଆଲ ମେଡିଆରେ ତାଙ୍କ ବାପାଙ୍କ ଫଟୋସହିତ ଏକ ଭିଡିଓ ଅପଲୋର୍ଡ କରି ହସପିଟାଲରୁ ତାଙ୍କ ବାପାଙ୍କୁ ମୁକୁଳାଇ ବା ନିମନ୍ତେ ପ୍ରଧାନମନ୍ତ୍ରୀ,ମୁଖ୍ୟମନ୍ତ୍ରୀ ଓ ଜିଲ୍ଲାପ୍ରଶାସନକୁ କାନ୍ଦି କାନ୍ଦି ଗୁହାରୀ ଜଣାଇଛନ୍ତି । ଆନ୍ଦ୍ରପ୍ରଦେଶ ସହିତ ଅନ୍ୟାନ ସ୍ଥାନରେ ଥିବା ଘରୋଇ ହସପିଟାଲ କର୍ତୁପକ୍ଷ ମାନେ  ରୋଗୀ ମାନଙ୍କ  ଚିକିତ୍ସା ପାଇଁ ପ୍ରଥମେ ଅଳ୍ପଟଙ୍କା ଲାଗିବ କହି ହସପିଟାଲରେ ଭର୍ତିକରି ଦିଅନ୍ତି ଚିକିତ୍ସା ହେବା ପରେ ପୁର୍ବରୁ କହିଥିବା ଖର୍ଚ୍ଚର ତିନିରୁ ଚାରିଗୁଣା ବଢାଇ ଦେଇ ବିଲକରି ରୋଗୀମାନଙ୍କୁ ଶୋଷଣ କରିଚାଲିଛନ୍ତି । ଏହାର ବିଧିବଦ୍ଧ ଭାବେ ତଦନ୍ତ କରିବା ଉଚିତ ବୋଲି ବୁଦ୍ଧିଜୀବୀ ମାନେ ଦାବିକରିଛନ୍ତି ।

 

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.