Home ଜିଲ୍ଲା ପରିକ୍ରମା ଦେଶବ୍ୟାପି ଧର୍ମଘଟକୁ ସମର୍ଥନ ପାଇଁ ଶ୍ରମିକ ସଙ୍ଘ ପକ୍ଷରୁ ପଥପ୍ରାନ୍ତ ସଭା

ଦେଶବ୍ୟାପି ଧର୍ମଘଟକୁ ସମର୍ଥନ ପାଇଁ ଶ୍ରମିକ ସଙ୍ଘ ପକ୍ଷରୁ ପଥପ୍ରାନ୍ତ ସଭା

578

ଯାଜପୁର୭ା୧(ଓଡିଆ ପୁଅ/ବିରଞ୍ଚନାରାୟଣ ପତ୍ରୀ) ଦରଦାମ ବୃଦ୍ଧି ବନ୍ଦ କର, ୨୧ହଜାର ଟଙ୍କା ସର୍ବନମ୍ନ ମଜୁରୀ, ସମାନ କାମକୁ ସମାନ ଦରମା, ୧୦ହଜାର ଟଙ୍କା ମାସିକ ପେନସନ, କର୍ପୋରେଟସ୍ୱାର୍ଥରେ ଶ୍ରମ ଆଇନ ପରିବର୍ତବନ ବନ୍ଦ, ସ୍କିମ ୱାର୍କରସ ମାନଙ୍କୁ ଶ୍ରମିକର ମାନ୍ୟତା ପ୍ରଦାନ, ରେଳ,ବୀମା, ବ୍ୟାଙ୍କ, ପ୍ରତିରକ୍ଷା, କୋଇଲା, ଇସ୍ପାତ ସମେତ ସାର୍ବ ଜନିନ କ୍ଷେତ୍ରର ଘରୋଇ କରଣ ବନ୍ଦ ଓ ୧୦୦% ଏଫଆଇଡି ବନ୍ଦ, କୃଷକ ମାନଙ୍କ ପାଇଁ ସ୍ୱାମୀନାଥନ କମିଟି ସୁପାରିଶ ଲାଗୁ କର ଆଦି ଦାବିରେ ଆଇଏନଟିୟୁସି, ଏଆଇଟିୟୁସି, ଏଚଏମଏସ, ସିଆଇଟିୟୁ, ଏଆଇୟୁସିଟିୟୁ, ଏଆଇସିସିଟିୟୁ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି । ଏହି ଧର୍ମଘଟକୁ ସମର୍ଥନ କରିବା ପାଇଁ ଡା. ନିର୍ମଳ ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ପ୍ରଫୁଲ୍ଲ କୁମାର ନାୟକ, ଚନ୍ଦ୍ରମଣି ପାତ୍ର, ରଘୁନାଥ ମାଝୀ, ପରମାନନ୍ଦ ସେଠୀ, ସୁରେଶ ପ୍ରଧାନ ପ୍ରମୁଖ ନିବେଦନ କରଇଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.