Home ଜିଲ୍ଲା ପରିକ୍ରମା ୨ଟି ସ୍ଥାନରୁ ବିପୁଳ ପରିମାଣରେ ବାଣ ଜବତ, ୩ ଗିରଫ

୨ଟି ସ୍ଥାନରୁ ବିପୁଳ ପରିମାଣରେ ବାଣ ଜବତ, ୩ ଗିରଫ

93

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କରୋନା କଟକଣା ପାଇଁ ରାଜ୍ୟ ସରକାର ବାଣ ବିକ୍ରି ଉପରେ ରୋକ୍ ଲଗାଇଥିବାବେଳେ ଭଦ୍ରକର ବିଭିନ୍ନ ଅଂଚଳରେ ଚୋରାରେ ବିକ୍ରି ହେଉଛି ବାଣ । ଏକ ବିଶେଷ ସୂତ୍ରରୁ ଖବର ପାଇ ପୁରୁଣାବଜାର ଥାନା ପୁଲିସ୍ ହଳଦିଡିହ ବାଇପାସରେ ଚୋରାରେ ବିକ୍ରି ହେଉଥିବା ଏକ ବାଣ ଗୋଦାମ ଉପରେ ଚଢାଉ କରିଥିଲେ । ଏହି ଚଢାଉ ସମୟରେ ପ୍ରାୟ ୫ ଲକ୍ଷରୁ ଉର୍ଦ୍ଧ୍ୱ ମୂଲ୍ୟର ବାଣ ଜବତ କରିଥିଲା । ଏବଂ ଏଥିରେ ସଂପୃକ୍ତ ଥିବା ଭଦ୍ରକ ବେନ୍ତାଳ ଅଂଚଳର ଦୁଇଜଣଙ୍କୁ ଗିରଫ କରିଥିଲା । ଏଥିନେଇ ସ୍ଥାନୀୟ ଥାନାରେ ୩୬୦/୨୧ ମୂଳେ ଏକ ମାମଲା ରୁଜୁ କରାଯାଇ ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ସେହିପରି ଆଜି ଭଦ୍ରକ ସହରାଞ୍ଚଳ ଥାନା ପୁଲିସ୍ ସ୍ଥାନୀୟ ବଙ୍କସ୍କୁଲ ନିକଟରେ ଚୋରାରେ ବିକ୍ରି ହେଉଥିବା ଏକ ବାଣ ଗୋଦାମ ଉପରେ ଚଢାଉ କରି ଲକ୍ଷାଧିକ ଟଙ୍କାର ବେଆଇନ୍ ବାଣ ଜବତ କରିଛି । ଏହି ଘଟଣାରେ ପୁଲିସ୍ ଜଣକୁ ଗିରଫ କରି ସେ କିଭଳି ଓ କେଉଁ ନିୟମ ବଳରେ ବେଆଇନ୍ ବାଣି କରୁଥିଲା, ତାହାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.