Home ଜିଲ୍ଲା ପରିକ୍ରମା ଆସିୟାନାରେ ଟ୍ରାନ୍ସଜେଣ୍ଡର ଶିଶୁଙ୍କର ସୁରକ୍ଷା ମଙ୍ଗଳ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର

ଆସିୟାନାରେ ଟ୍ରାନ୍ସଜେଣ୍ଡର ଶିଶୁଙ୍କର ସୁରକ୍ଷା ମଙ୍ଗଳ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର

26

ଭଦ୍ରକ, ୩୧ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଆସିୟାନା ଠାରେ ଟ୍ରାନ୍ସଜେଣ୍ଡର ଶିଶୁଙ୍କର ସୁରକ୍ଷା ମଙ୍ଗଳ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ଛୋଟ ପିଲାମାନଙ୍କର ଜେଣ୍ଡର, ଯେପରି ବ୍ୟବହାର, ଲକ୍ଷଣରେ ପରିବର୍ତ୍ତନ ହେଲେ କେମିତି ଯତ୍ନ ନେବା, ଏଥିପାଇଁ ବାପା-ମା’ଙ୍କ କର୍ତ୍ତବ୍ୟ କଣ ରହିବ, ସ୍କୁଲ ଶିକ୍ଷକ, ହାଉସ ମଦର ମାନଙ୍କର ଭୂମିକା କଣ ରହିବ, ସେଥି ନିମନ୍ତେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ଗୋଟେ ପିଲା ଜନ୍ମରୁ ସେ ପୁଅ କି ଝିଅ, ତାକୁ ସମାଜ କୁହେ । ହେଲେ କିଛି ପରିବର୍ତ୍ତନ ତଥା ପୁଲ ପିଲାଟିଏ ଝିଅ ଆଚରଣ କଲେ, ତାକୁ ସମାଜ, ପରିବାର, ସ୍କୁଲ ସବୁଠି ଭିନ୍ନ ଭାବରେ ଦେଖିବା ସହିତ ତାକୁ ଦୃଢ ବିରୋଧ କରିଥାଏ । ବେଳେ ବେଳେ ସେମାନେ ପାଠପଢା ଛାଡିବା, ଘର ଛାଡିବା, ଏପରିକି ଆତ୍ମହତ୍ୟା କରିବା ପର୍ଯ୍ୟନ୍ତ ଉଦ୍ରମ କରିଥାନ୍ତି । ଏଥିପାଇଁ ସରକାରୀ ସ୍ତରରେ କଣ ସୁବିଧା ଦିଆଯାଉଛି ଡିଏସ୍‌ଏସ୍‌ଓ ପଦ୍ମରଂଜନ ଦାସ ସୂଚନା ଦେଇଥିଲେ । ଆଇନଗତ ପଦକ୍ଷେପ କଣ ଅଛି, ଏହା ଉପରେ ଶିଶୁ ମଙ୍ଗଳ ଅଧିକାରୀ ବିଜୟ କେତନ ସାହୁ ବିବରଣୀ ପ୍ରଦାନ କରିବା ସହ ପରିଚାଳନା କରିଥିଲେ । ସାଥୀ ସଂସ୍ଥାର ସହାୟକ ଡାଇରେକ୍ଟର ବିଶ୍ୱଭୂଷଣ ପଟ୍ଟନାୟକ ବୈଷୟିକ ଜ୍ଞାନ ପ୍ରଦାନ କରିଥିବାବେଳେ ମୁଖ୍ୟବକ୍ତା ଭାବେ ସିଡବ୍ଲ୍ୟୁସି ଅଧ୍ୟକ୍ଷ ଡ. ସୁଦର୍ଶନ ବାରିକ ଆଇନ୍ ସୁରକ୍ଷା ବାବଦରେ ଆଲୋଚନା କରିଥିଲେ । ଶେଷରେ ସାଥୀର ମ୍ୟାନେଜର ଧନ୍ୟବାଦ ଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.