Home ଜିଲ୍ଲା ପରିକ୍ରମା ବସ ଧକ୍କାରେ ବ୍ୟବସାୟୀ ଗୁରୁତର

ବସ ଧକ୍କାରେ ବ୍ୟବସାୟୀ ଗୁରୁତର

29

ହାଟଡ଼ିହି, ୩୧ । ୧୦ (ଓଡିଆପୁଅ / ବିକାଶ ବିଶ୍ୱାଳ) ବସ ଧକ୍କାରେ ଛେନାପଦି ଛକର ଜଣେ ବ୍ୟବସାୟୀ ଗୁରୁତର ଆହତ ହୋଇଥିବା ଜଣାଯାଇଛି । ଖବରରୁ ଜଣାଯାଇଛି ଯେ ଆଜି ସନ୍ଧ୍ୟାରେ ଆନନ୍ଦପୁର- ଭଦ୍ରକ ରାସ୍ତାର ଓଜନ କଣ୍ଟା ନିକଟରେ କେନ୍ଦୁଝରରୁ କୁପାରୀ ଫେରୁଥିବା ସମ୍ବିତ ବସଟି ଜଣେ ବାଇକ ଆରୋହୀଙ୍କୁ ପଛପଟୁ ଧକ୍କା ଦେଇଥିଲା । ଏଥିରେ ବାଇକ ଆରୋହୀ ଛେନାପଦି ଛକର ବ୍ୟବସାୟୀ ମହେଶ୍ୱର ସା ଗୁରୁତର ଆହତ ହୋଇଥିବାବେଳେ ବାଇକଟି ବସ ଚକାତଳେ ଲାଖି ରହିଛି । ଗୁରୁତର ଆହତ ହୋଇଥିବା ମହେଶ୍ୱରକୁ ଆନନ୍ଦପୁର ଉପଖଣ୍ଡ ଚିକିତ୍ସାଳୟକୁ ନିଆଯାଇଥିବା ଜଣାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.