Home ଜିଲ୍ଲା ପରିକ୍ରମା ୨କିଡନୀ ହରାଇ ସରକାରୀ ସହାୟତା ଆଶାରେ ଦୈତାରୀ, ବିଧବା ମା ନିଜର ଗୁଜରାଣ ମେଂଟାଇ ପାରୁ...

୨କିଡନୀ ହରାଇ ସରକାରୀ ସହାୟତା ଆଶାରେ ଦୈତାରୀ, ବିଧବା ମା ନିଜର ଗୁଜରାଣ ମେଂଟାଇ ପାରୁ ନଥିବା ବେଳେ ଯବାନ ପୁଅକୁ ବଂଚାଇବା ଆଶା ବଳବତ୍ତର

27

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମରା ଅଂଚଳରେ ଜଣେ ଯୁବକ ନିଜର ୨ଟି କିଡନୀ ହରାଇ ମରଣ ସହ ସଂଗ୍ରାମରତ ହୋଇଥିବା ବେଳେ କିପରି ନିଜର ଜବାନ ପୁଅକୁ ବିଧବା ମା ବଂଚାଇବ ସେଥିନେଇ ଆଶାବାଦୀ । ମାତ୍ର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଧବା ମା ନିଜର ପୁଅକୁ ବଂଚାଇବା ପାଇଁ ପରଘରେ ପାଇଟି କରି ଚଳୁଥିବା ବେଳେ କିପରି ସରକାରଙ୍କ ପାଖରୁ କିଛି ସହାୟତା ଅଥବା ସାହାଯ୍ୟ ପାଇଲେ ନିଜର ପୁଅକୁ ନେଇ ମେଡିକାଲରେ ଚିକିତ୍ସା କରିବେ ସେ ନେଇ ଆଶା ହରାଇ ନାହାନ୍ତି । ପ୍ରାପ୍ତ ଖବରରୁ ଜଣାଯାଇଛି ଧାମରା ନିକଟସ୍ଥ ଦୋସିଙ୍ଗା ପଂଚାୟତ ବାଲିସାହି ଗ୍ରାମର ଦୈତାରୀ ଦାସ ନିଜର ପରିବାର ପ୍ରତିପୋଷଣ କରିବା ପାଇଁ ବାହାର ରାଜ୍ୟରେ ଶ୍ରମିକ ଭାବେ ଅବସ୍ଥାପିତ ହୋଇଥିଲେ । ଘରେ ନିଜର ସ୍ତ୍ରୀ ଏବଂ ବିଧବା ମାକୁ ନେଇ ସଂସ୍କାର ଚଳୁଥିଲା । ନିଜର ଦେହ ଖରାପ ହେବାରୁ ସେ ଯାଇ ମେଡିକାଲରେ ଡାକ୍ତରଙ୍କୁ ଦେଖାଇବା ସହ ବିଭିନ୍ନ ପରୀକ୍ଷା ନିରୀକ୍ଷା କରିବାପରେ ରିପୋର୍ଟ ଆସିଲା ଦୈତାରୀଙ୍କର ୨ଟି ଯାକ କିଡିନୀ ସଂପୂର୍ଣ ଅକାମୀ ହୋଇ ପଡିଛି । ଫଳରେ ଦୈତାରୀ ନିଜ ଘରକୁ ଫେରି ଆସିଥିଲା ।

ନିଜେ ଶ୍ରମିକ ହୋଇଥିବାରୁ ନିଜର କିଛି ଆର୍ଥିକ ସହାୟତା ନପାଇ ପାଖ ପଡୋଶିଙ୍କ ପାଖରୁ ଧାର କରଜ କରି ପୁନଶ୍ଚ ମେଡିକାଲକୁ ଧାଇଁ ଯାଇଥିଲା ସୁସ୍ଥ ହେବା ପାଇଁ, ମାତ୍ର ୨ଟି କିଡନୀ ଖରାପ ହୋଇ ଯାଇଥିବାରୁ କିଡନୀ ପ୍ରତିରୋପଣ ପାଇଁ ୧୨ଲକ୍ଷରୁ ଅଧିକ ଟଙ୍କାର ଆବଶ୍ୟକତା ଅଛି ବୋଲି ଡାକ୍ତର କହିବାରୁ କିଛି ମେଡିସିନ ନେଇ ସେ ଫେରିଆସିଥିଲା ନିଜର ବାସସ୍ଥାନ ବାଲିସାହିକୁ । ଇତି ମଧ୍ୟରେ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ନିଜର କିଛି ସମ୍ବଳ ନଥିବା ବେଳେ ସେ କେବଳ ନିଜର ଭାଗ୍ୟକୁ ଆଦରି ଶୂନ୍ୟକୁ ଚାହିଁ ପଡି ରହିଛି । ନିଜର ବିଧବା ମାର ବୟସ ୬୫ ହୋଇଥିବା ବେଳେ ସେ ବା କିପରି ନିଜର ଯବାନ ପୁଅକୁ ଅକାଳରେ ମୃତ୍ୟୁ ବରଣ କରିବ,ସେହି କଥାକୁ ଚିନ୍ତା କରି ଆଜିଭଳି ଦିନରେ ଖାଇବା ପିଇବା ଛାଡି ଦେଇଛି । ନିଜ ଘର ବୋଲି କହିଲେ ଚାଳ ଛପର ଘର ଦିନରେ ଖରା ,ବର୍ଷା ଶୀତ କାକର ସହି ଚଳିଆସୁଥିବା ଦୈତାରୀ ଏବଂ ତାଙ୍କ ବିଧବା ମାକୁ ଛାଡି ଦୈତାରୀଙ୍କର ଏହି ଅବସ୍ଥା କଥା ଶୁଣି ଦୈତାରଙ୍କ ସ୍ତ୍ରୀ ନିଜ ଶ୍ୱଶୁରଘର ଛାଡି ବାପ ଘରକୁ ଫେରିଯାଇଛି । ଏହି ଅବସ୍ଥାରେ ଦୈତାରୀ ଏବଂ ତାଙ୍କ ବିଧବା ମା ମିନତୀରାଣୀ ଦାସ ଜୀବନ ଅତିବାହିତ କରୁଥିବା ବେଳେ ଦୈତାରୀ କିପରି ଭଲ ହେବେ ସେ ନେଇ ଚିନ୍ତା ପ୍ରକଟ କରିଛନ୍ତି ଅଂଚଳବାସୀ । ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ନଜର ଦେବାକୁ ଅଂଚଳବାସୀ ଦାବୀ କରିଥିବା ବେଳେ ଆଜି ଭଳି ଦିନରେ ରୋଗୀ ହୋଇ ପଡିରହିଥିବା ଦୈତାରୀ କଣ ପଥିଟିକେ ଖାଇବ ଏବଂ ନିଜର ବିଧବା ମା କିପରି ରୋଗିଣା ପୁଅକୁ ଖାଇବାକୁ ଦେବା ସହ ସେବା ଶ୍ରୁଶୁଷା କରାଇ ଭଲ କରାଇବ ତାହା ପ୍ରଶ୍ନବାଚୀ ହୋଇ ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.