Home ଜିଲ୍ଲା ପରିକ୍ରମା ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ “ଶୋକସଭା”

ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର ସ୍ୱତନ୍ତ୍ର ଅଧିବେଶନ “ଶୋକସଭା”

21

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କୁଆଁସ ସ୍ଥିତ “ନିତ୍ୟାନନ୍ଦ ଭବନ”ର ସମ୍ମିଳନୀ କକ୍ଷରେ ସ୍ୱତନ୍ତ୍ର ଅଧିବେଶନ ଉପସଭାପତି ଉଦୟନାଥ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଶୋକସଭା ଅନୁଷ୍ଠିତ ହୋଇଥିଲା । ମଞ୍ଚାସୀନ ଥିଲେ ଉପସଭାପତି ଡ. ଗୋଲକ ବିହାରୀ ସାହୁ, ହରମୋହନ କୁଅଁର, ମଞ୍ଚ ପରିଚାଳନା କରିଥିଲେ ଉପସଭାପତି ଶାନ୍ତନୁ କୁମାର ରାଉତ । ସାଧାରଣ ସଂପାଦକ ପ୍ରଭାକର ମଲ୍ଲିକ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ । ହିସାବ ସମୀକ୍ଷକ ମୁକ୍ତିକାନ୍ତ ମହାପାତ୍ର ଓ ସଦସ୍ୟ କୈଳାଶ ଚନ୍ଦ୍ର ପଣ୍ଡାଙ୍କ ପ୍ରସ୍ତାବକ୍ରମେ ସଂଘର କାର୍ଯ୍ୟକାରୀ ସଭାପତି ବିଶିଷ୍ଟ ଶିକ୍ଷାବିତ୍‌, ସମାଜସେବୀ ଦଧିଚି ପଦ୍ମନାଭ ପାଢ଼ୀ, ସଂଘର ସମ୍ବର୍ଦ୍ଧିତ ପ୍ରତିଭା କବି, ଲେଖକ ଦିବଂଗତ ଡା. ସୁରେନ୍ଦ୍ର ମିଶ୍ର ଓ ବିଶିଷ୍ଟ କବି, ଲେଖକ ଦିବଂଗତ ପଦ୍ମଶ୍ରୀ ଜୟନ୍ତ ମହାପାତ୍ରଙ୍କ ଆତ୍ମାର ସଦ୍‌ଗତି ନିମନ୍ତେ ସମୂହ ନୀରବ ପ୍ରାର୍ଥନା କରାଯାଇଥିଲା । ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସହ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ କରି ଶୋକସଭାରେ ସେମାନଙ୍କ ସ୍ମୃତିଚାରଣ କରାଯାଇଥିଲା । ସଭାପତି, ଉପସଭାପତି ବୃନ୍ଦ, ସାଧାରଣ ସଂପାଦକ ସେମାନଙ୍କର ସ୍ମୃତିଚାରଣ କରିଥିଲେ । ମଞ୍ଚ ସଂଯୋଜନା କରି ଯୁଗ୍ମ ସଂପାଦକ ଅଜିତ କୁମାର ନାୟକ ସ୍ମୃତିଚାରଣ କରିଥିଲେ । ଉପସ୍ଥିତ କର୍ମକର୍ତ୍ତା ଓ ସଦସ୍ୟ ସଦସ୍ୟାଙ୍କ ମଧ୍ୟରୁ ଡ. ମନୀନ୍ଦ୍ର ମହାନ୍ତି, କୈଳାଶ ଚନ୍ଦ୍ର ପଣ୍ଡା, ଅଗଣି ଜେନା, ବରିଷ୍ଠ ନାଗରିକ ମହାସଂଘର ସଂପାଦକ କୈଳାଶ ଚନ୍ଦ୍ର ମହାପାତ୍ର, ଡା. ମଦନମୋହନ ଦାଶ ତାଙ୍କର କବିତା ମାଧ୍ୟମରେ, ଉପଦେଷ୍ଟା ଅନାଦି ଚରଣ ଦାସ, ଅରବିନ୍ଦ ବସନ୍ତରାୟ, ବୀରନାରାୟଣ ଦାସ, ଅକ୍ଷୟ ମଲ୍ଲିକ, ବାଦଲ କିଶୋର ମହାପାତ୍ର, ହିସାବ ସମୀକ୍ଷକ ଲକ୍ଷ୍ମଣ କୁମାର ମହାନ୍ତି, ବିନୟ କୁମାର ପଣ୍ଡା, ଇଂ. ବିମ୍ବାଧର ବ୍ରହ୍ମ, ରମେଶ ଚନ୍ଦ୍ର ଦାସ, ଚନ୍ଦ୍ରମୋହନ ମହାନ୍ତି, ହରେକୃଷ୍ଣ ସାହୁ, ମୁକ୍ତିକାନ୍ତ ମହାପାତ୍ର, ଯୁଧିଷ୍ଠିର ବାରିକ, ପ୍ରତାପ ଚନ୍ଦ୍ର ଦଳାଇ, ବସନ୍ତ କୁମାର ଦେ, ବସନ୍ତ କୁମାର ଦେ, ହରେକୃଷ୍ଣ ତ୍ରିପାଠୀ, ବିଚିତ୍ରାନନ୍ଦ ମହାନ୍ତି ଓ ଦୁଃଶାସନ ମହାନ୍ତି ସ୍ମୃତିଚାରଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.