Home ଜିଲ୍ଲା ପରିକ୍ରମା ଧାମରାରେ ସରକାରୀ ଜାଗା ଶୂନ, ମାଡି ବସିଛନ୍ତି କୋଟି କୋଟି ଟଙ୍କାର ସମ୍ପତିକୁ କୋଟିପତି

ଧାମରାରେ ସରକାରୀ ଜାଗା ଶୂନ, ମାଡି ବସିଛନ୍ତି କୋଟି କୋଟି ଟଙ୍କାର ସମ୍ପତିକୁ କୋଟିପତି

24

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଧାମରା ଅଂଚଳରେ ସରକାରୀ ମୂଲ୍ୟବାନ ସମ୍ପତି ଶୂନ ହେବାରେ ଲାଗିଛି । କେଉଁ ପରିସ୍ଥିତିରେ ୬୦ ଏକରରୁ ଉର୍ଦ୍ଧ ସରକାରୀ ସମ୍ପତି ଥିବା ବେଳେ ସେ ଗୁଡିକୁ ନିଜକୁ ଭୂମି ଏବଂ ଗୃହ ଶୂନ୍ୟ ଦେଖାଇ ନିଜ ନାମରେ ନାମିତ କରିନେଲେ ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି । ଏପରିକି ଏହି ୬୦ ଏକରରୁ ଉର୍ଦ୍ଧ ସରକାରୀ ସମ୍ପତିକୁଧାମରା ଅଂଚଳର ବହୁ ନାମିଦାମୀ ଲୋକ ନେଇଥିବା ବେଳେ ଚାନ୍ଦବାଲି ଅଂଚଳର କୋଟି ପତି ମଧ୍ୟ ନିଜକୁ ଭୂମିଶୂନ୍ୟ ଦେଖାଇ ୪ଡେସିମିଲ ସ୍ଥାନ ନିଜ ବୋହୂ ନାମରେ କିପରି କରିନେଲେ ଏବଂ ତତକାଳୀନ ରାଜସ୍ୱ ନିରୀକ୍ଷକ ଏହି ଲକ୍ଷପତି ଏବଂ କୋଟିପତି ବାବୁଙ୍କୁ ଟଙ୍କା ଲୋଭରେ ନିଜ ନାମରେ ନାମିତ କରିଦେଲେ ତାହାର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ଏହି ସମସ୍ତ ଅଭିଯୋଗ ଭଦ୍ରକ ଜିଲ୍ଲାପାଳ କେନ୍ଦ୍ରୀୟ ରାଜସ୍ୱ ଆୟୋଗଙ୍କ ପାଖରେ ହୋଇଥିଲେ ମଧ୍ୟ ପ୍ରଶାସନର କାର୍ଯ୍ୟନୁଷ୍ଠାନ ଶୂନ ।ପ୍ରାପ୍ତ ଖବର ଅନୁଯାୟୀ ଧାମରା ରାଜସ୍ୱ ନିରୀକ୍ଷକ ତଥା ଧାମରା ଅତିରିକ୍ତ ତହସିଲଦାରଙ୍କ ଅଧିନରେ ଥିବା ଦକ୍ଷିଣ ଧାମରା ମୌଜାରେ ୧୯୮୨ ମସିହାରେ ସରକାରୀ ଖାତାରେ ୬୦ ଏକରରୁ ଉର୍ଦ୍ଧ ସରକାରୀ ଜମି ଥିଲା । ଏହାର କିଷମ ଅନବାଦି, ଆବାଦୀ ଯୋଗ୍ୟ ଅନାବାଦୀ,ରକ୍ଷିତ ଏବଂ ଜଙ୍ଗଲ କିଷମ ବୋଲି ସରକାରୀ ତଥ୍ୟ ରୁ ଜଣାପଡେ । ଏହି ସମୟରେ ସଂପୃକ୍ତ ରାଜସ୍ୱ ନିରୀକ୍ଷକ ଧାମରା ଅଂଚଳରେ ବସବାସ କରୁଥିବା ଲୋକ ମାନଙ୍କୁ ଏବଂ ଚାନ୍ଦବାଲି ଅଂଚଳର କୋଟି ପତି ଲୋକ ମାନଙ୍କୁ ଭୂମି ହୀନ ଦର୍ଶାଇ ସରକାରଙ୍କ ପାଖରୁ ଜମି ହାତେଇବାକୁ ଦରଖାସ୍ତ କରିଦେଲେ ।

ପରେ ଚାନ୍ଦବାଲି ତହସିଲଦାର ଏହ ସମସ୍ତ ଦରଖାସ୍ତକୁ ଗ୍ରହଣ କରି ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ଦେଲେ ।ସେହି ସମୟରେ ରାଜ୍ୟ ସରକାର ଯେଉଁ ମାନଙ୍କର ଜମି ନାହିଁ ସେମାନଙ୍କୁ ୪ଡେସିମିଲ ଜାଗା ଦେବାକୁ ଚାନ୍ଦବାଲି ତହସିଲଦାରଙ୍କୁ ନିର୍ଦେଶ ଦେଲେ । ଫଳରେ ବାପ ନାଁରେ ଥିବା ଏକର ଏକର ସମ୍ପତିକୁ ହିସାବକୁ ନ ନେଇ ପୁଅ ମାନଙ୍କ ନାମରେ ଏବଂ ବୋହୂ ମାନଙ୍କ ନାମରେ ଏହି ଭୂମିହୀନ ଜାଗା ଗୁଡିକ ନାମିତ ହୋଇଗଲା । ଏଥିସହ ଧାମରା ଅଂଚଳ ତଥା ମନ୍ଦିର ପାଖରେ ଥିବା ସରକାରୀ ଜମି ଗୁଡିକୁ ନିଜ ଦଖଲକୁ ନେବା ସହ ଚକବନ୍ଦୀ ସମୟରେ ଚକବନ୍ଦୀ ଅଧିକାରୀ ମାନଙ୍କୁ ଅର୍ଥ ଲୋଭ ଦେଖାଇ ସେହି ସମସ୍ତ ସରକାରୀ ସମ୍ପତିକୁ ନିଜ ନାମରେ ନାମିତ କରିନେଲେ । ଅତି ରୋଚକର ବିଷୟ କେନ୍ଦ୍ର ସରକାର ୨୦୦୬ ମସିହାରେ ଜଔାନ ମାନଙ୍କୁ ଭୂମିହୀନ ହୋଇଥିଲେ ୩ଏକର ସମ୍ପତି ଦେବାକୁ ନିୟମ ମଧ୍ୟ କରିଥିଲେ । ହେଲେ ଏହି ଅଂଚଳର କିଛି ଜଔାନ ନିଜର ଏକର ଏକର ସମ୍ପତି ଥିବା ସତ୍ୱେ କିପରି ୩ଏକର ଲେଖାଏ ଜମି ୯୯ବର୍ଷ ପାଇଁ ଲିଜ ସୂତ୍ରରେ ନେଲେ ତାହା ର ବିଦ୍ଧିବଦ୍ଧ ତଦନ୍ତ ହେବା ଜରୁରୀ ହୋଇ ପଡିଛି । ସମସ୍ତ ଭୁଲ ତଥ୍ୟ ଦେଇ ୬୦ଏକରରୁ ଉର୍ଦ୍ଧ ସମସ୍ତ ସରକାରୀ ଜମି ହାତେଇ ନେଇଥିବା ବ୍ୟକ୍ତି ବିଶେଷ କିପରି ସରକାରଙ୍କୁ ଭୁଲ ତଥ୍ୟ ଦେଇ କୋଟି କୋଟି ଟଙ୍କାର ଜମି ହାତେଇ ନେଲେ ଏବଂ ସେହି ସମୟରେ ଥିବା ତହସିଲଦାର ଏହାକୁ ପାଶ କଲେ ତାହାର ତଦନ୍ତ ହେଲେ ବହୁ ରୋଚକ ତଥ୍ୟ ପ୍ରକାଶ ପାଇବା ସହ ସେହି ସମସ୍ତ ଜମି ସରକାରଙ୍କ ଖାତାକୁ ପୁନଃ ଫେରି ଆସିବ ।ଏଠାରେ ଉଲ୍ଲେଖଯୋଗ୍ୟ ଚାନ୍ଦବାଲି ଅଂଚଳର ଜଣେ କୋଟିପତି ବ୍ୟବସାୟୀ ନିଜର ବୋହୂକୁ ଭୂମିହୀନ ଦର୍ଶାଇ ସରକାରଙ୍କ ପାଖରୁ ୪ଡେସିମିଲ ଜମି ଧାମରା ରାଜସ୍ୱ ଗ୍ରାମରେ ପାଇଲେ ତାହାର ତଦନ୍ତ କରିବାକୁ ଏକ ବେସରକାରୀ ସଙ୍ଗଠନ ଭଦ୍ରକ ଜିଲ୍ଲପାଳଙ୍କ ନିକଟରେ ଅଭିଯୋଗ କରିବା ସହ ଏହାର ନକଲ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ, କେନ୍ଦ୍ରାଂଚଳ ରାଜସ୍ୱ କମିଶନର,ମୁଖ୍ୟ ଶାସନ ଶଚିବଙ୍କ ନିକଟକୁ ପଠାଇଚନ୍ତି ।

ଏହି ସମସ୍ତ ବିଷୟରେ ଚାନ୍ଦବାଲି ତହସିଲଦାର ସୁଶାନ୍ତ ସୂତାରଙ୍କୁ ପଚାରିବାରୁ ସେ ଏହି ଅଭିଯୋଗ ବିଷୟରେ ଅବଗତ ଅଛନ୍ତି,ଉପରୁ ନିର୍ଦେଶ ଆସିଲେ ସରକାର ସେମାନଙ୍କ ବିରୁଦ୍ଧରେ ଦୃଢ ଆଇନଗତ ପଦକ୍ଷେପ ନେବା ସହ ସେହି ସମସ୍ତ ଜମିକୁ ସରକାରଙ୍କ ଖାତାକୁ ଫେରାଇ ଅଣାଯିବ ବୋଲି କହିଥିଲେ ।ଅନ୍ୟ ପକ୍ଷରେ ଧାମରା ଅଂଚଳର ବେସରକାରୀ ଜମିକୁ ସରକାର ନିଜ ଅଧିନକୁ ନେଇ ଇଡକୋକୁ ହସ୍ତାନ୍ତରିତ କରୁଥିବା ବେଳେ କିପରି ସହି ସରକାରୀ ଜମି ଗୁଡିକୁ ସାଗମାଛ ଦରରେ ଥିଲବାଲା ଲୋକ,କୋଟିପତି ଲୋକ ମାନଙ୍କୁ ହସ୍ତାନ୍ତରିତ ହେବା ସହ ଜଓାନମାନଙ୍କୁ କୋଟି କୋଟି ଟଙ୍କାର ସମ୍ପତି ହସ୍ତାନ୍ତରିତ କରାଗଲା ତାହା ତଦନ୍ତ ସାପେକ୍ଷ ହୋଇ ପଡିଛି ।ତୁରନ୍ତ ଭଦ୍ରକ ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବା ସହ ଆଇନଗତ କାର୍ଯ୍ୟନୁଷ୍ଠାନ ନେଇ ସରକାରଙ୍କ ଖାତାକୁ ଏହି ଜମି ଫେରାଇ ଆଣିବାକୁ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.