Home ଅପରାଧ ୧ କ୍ୟୁଣ୍ଟାଲ ଗଂଜେଇ ଜବତ, ୩ ଗିରଫ

୧ କ୍ୟୁଣ୍ଟାଲ ଗଂଜେଇ ଜବତ, ୩ ଗିରଫ

52

ସମ୍ବଲପୁର, ୨୬/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ସମ୍ବଲପୁର ଜ଼ିଲ୍ଲା ରେ ବଢୁଛି ଗଞ୍ଜେଇ ବେପାର ଓ ଚୋରା ଚାଲାଣ। ଗୋଟିଏ ଦିନ ଆଜି ୧ କ୍ୟୁଣ୍ଟାଲ ଅର୍ଥାତ ୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ କରିଛି ଜ଼ିଲ୍ଲାର ନାକ୍ଟିଦେଉଳ ପୋଲିସ। ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜି ନାକ୍ଟିଦେଉଳ ପୋଲିସ ପେଟ୍ରୋଲିଙ୍ଗ କରୁଥିବା ବେଳେ ଚରଡ଼ପୋଷି ଗ୍ରାମ ରାସ୍ତାକଡରେ ସନ୍ଦିଗ୍ଧ ଅବସ୍ଥା ରେ ଛିଡା ହୋଇଥିବା କିଛି ଲୋକଙ୍କୁ ଦେଖି ପୋଲିସ ଗାଡି ଅଟକାଇ ଥିଲା। ସେଠାରେ ପୋଲିସ ୧ କ୍ୟୁଣ୍ଟାଲ ଗଂଜେଇ ଜବତ କରିବା ସହିତ ୩ ଜଣକୁ ଗିରଫ କରିଛି। ଜବତ ଗଂଜେଇ ର ଆନୁମାନିକ ମୂଲ୍ୟ ପ୍ରାୟ ୫ ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.