Home ଜିଲ୍ଲା ପରିକ୍ରମା ଓଜେୟୁ ପକ୍ଷରୁ ଡିଏଫଓ ଡା.ସଞ୍ଜିତ କୁମାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

ଓଜେୟୁ ପକ୍ଷରୁ ଡିଏଫଓ ଡା.ସଞ୍ଜିତ କୁମାରଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା

73

ସମ୍ବଲପୁର, ୨୫/୦୬ (ଓଡ଼ିଆ ପୁଅ/ସରୋଜ ସାହୁ): ଓଡିଶା ସାମ୍ବାଦିକ ସଂଘ (ଓଜେୟୁ) ସମ୍ବଲପୁର ଜିଲ୍ଲା ଶାଖା ପକ୍ଷରୁ ଆଜି ସମ୍ବଲପୁର ଡିଏଫଓ ଡା.ସଞ୍ଜିତ କୁମାର ଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ସଂଘର ଉପ ସଭାପତି ସୁକାନ୍ତ କର ଙ୍କ ନେତୃତ୍ୱରେ ସମ୍ପାଦକ ସରୋଜ ସାହୁ, ସାଧବ ପ୍ରଧାନ, ଜୁଷ୍ମଣ ରଣା, ସୁଶାନ୍ତ ମହାପାତ୍ର, ଦେବାଶିଷ ବେହେରା, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଡିଏଫଓ ଶ୍ରୀ କୁମାର ଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ଉପଢୌକନ ପ୍ରଦାନ ପୂର୍ବକ ବିଦାୟକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ। ଏଠାରେ ସୂଚନାଯୋଗ୍ୟ ଯେ, ଡିଏଫଓ ଡ଼ା.ସଞ୍ଜିତ କୁମାର ଙ୍କୁ ଏଠାରୁ ନନ୍ଦନକାନନ ର ଉପନିର୍ଦେଶକ ଭାବେ ଭୁବନେଶ୍ୱର କୁ ବଦଳି ହୋଇଛି। ସମ୍ବଲପୁର ଡିଏଫଓ ଭାବେ ଗତ ୪ ବର୍ଷ ଧରି ସେ ଏଠାରେ ଅବସ୍ଥାପିତ ଥିଲେ। ତାଙ୍କ ବଦଳରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଡିଏଫଓ ବିଶ୍ୱନାଥନ ନିଳାନମ୍ବର ଙ୍କୁ ସମ୍ବଲପୁର ଡିଏଫଓ ଭାବେ ନିଯୁକ୍ତି ଦିଆଯାଇଛି। ଆଉ ତିନି ଚାରି ଦିନ ମଧ୍ୟରେ ନୂଆ ଡିଏଫଓ ଏଠାରେ ଯୋଗ ଦେବେ ବୋଲି ଜଣାପଡ଼ିଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.