Home ଓଡ଼ିଶା ଓଡ଼ିଶା ଦଶମ ବୋର୍ଡ଼ ପରୀକ୍ଷାରେ ଉର୍ତୀଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପିସିସି ସଭାପତି...

ଓଡ଼ିଶା ଦଶମ ବୋର୍ଡ଼ ପରୀକ୍ଷାରେ ଉର୍ତୀଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ

125

ଭୁବନେଶ୍ୱର ୨୫.୬ (ଓଡ଼ିଆ ପୁଅ)- କୋଭିଡ ମହାମାରୀ ଯୋଗୁଁ ସୃଷ୍ଟି ହୋଇଥିବା ସମସ୍ତ ବାଧାବିଘ୍ନ ସତ୍ୱେ ଏହି କଠିନ ସମୟରେ ଦଶମ ବୋର୍ଡ ପରୀକ୍ଷା ଫଳ ବାହାରିଛି। ଅତୀତର ସବୁ ଦଶମ ବୋର୍ଡ ପରୀକ୍ଷାଫଳକୁ କାଟି ରେକର୍ଡ ସୃଷ୍ଟି କରିଛି। ଏହି ଅବସରରେ ପରୀକ୍ଷାରେ ଉର୍ତୀଣ୍ଣ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଲେ ପିସିସି ସଭାପତି ଶ୍ରୀଯୁକ୍ତ ନିରଞ୍ଜନ ପଟ୍ଟନାୟକ। ଯେଉଁ ପରୀକ୍ଷା ଫଳ ବାହାରିଛି ଅତି ମେଧାବୀ ପିଲାମାନଙ୍କର ଅସନ୍ତୋଷ ରହିବା ସ୍ୱଭାବିକ। କିନ୍ତୁ ସମସାମୟୀକ ପରିସ୍ଥିତିକୁ ଦେଖି ଏ ବିଷୟରେ ଆଲୋଚନା କରିବା ଅନାବଶ୍ୟକ। ଠିକ୍ ହେଉ କି ଭୁଲ ହେଉ ଏହିପରି ଏକ କଠିନ ସମସ୍ୟାକୁ ସମାଧାନ କରି ସରକାରଙ୍କ ସମେତ ଏହି ନିଷ୍ପତି ଯେଉଁମାନେ ନେଇଛନ୍ତି ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ପିସିସି ସଭାପତି ଶ୍ରୀ ପଟ୍ଟନାୟକ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.