Home ଓଡ଼ିଶା ୧୬ ନଂ ଜାତୀୟ ରାଜପଥ ରେ ମହିଳା ଙ୍କ ଠାରୁ ଲୁଟ୍‌

୧୬ ନଂ ଜାତୀୟ ରାଜପଥ ରେ ମହିଳା ଙ୍କ ଠାରୁ ଲୁଟ୍‌

117

ନୟାଗଡ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬- ରାଜ୍ୟ ରେ କୋଭିଡ୍ କଟକଣା ବଢିଚାଲିଥିବା ବେଳେ ଲୁଟେରା ମାନେ ନିଜର ସାମ୍ରାଜ୍ୟ ବିସ୍ତାର କରିଚାଲିଛନ୍ତି । ଜୁନ୍ ୩୦ ତାରିଖ ମଧ୍ୟ୍ୟାନ୍ନ ୧ ଘଟିକା ସମୟରେ ୧୬ ନମ୍ବର ଜାତୀୟ ରାଜପଥ ଓସକାଇ ଖୋଲ ଓ ଉଗ୍ରତାରା ଛକ ମଧ୍ୟରୁ ଜଣେ  ମହିଳା ଙ୍କ ଠାରୁ ଲକ୍ଷାଧିକ ଟଙ୍କାର ସୁନା ହାର ଲୁଟି ନେଇଥିବା ଜଣାପଡିଛି । ଘଟଣାରୁ ପ୍ରକାଶ ସୁନ୍ଦରପୁର ଗ୍ରାମର ସର୍ବେଶ୍ୱର ପରିଡା ତାଙ୍କ ସ୍ତ୍ରୀ ସୁକାନ୍ତି ପରିଡା ଙ୍କୁ ନିଜ ସଶୁର ଘର ବଡପୋଖରିଆ ଗ୍ରାମ କୁ ବାଇକ୍ ଯୋଗେ ଯାଉଥିଲେ । ପଛପଟୁ ଏକ ମଟର ସାଇକେଲ ରେ  ୨ ଜଣ ଯୁବକ ଆସି ସୁକାନ୍ତି ପରିଡା ପିନ୍ଧିଥିବା ସୁନା ହାର ଓ ଭ୍ୟାନିଟ ବ୍ୟାଗ କୁ ଝିଙ୍କି ନେଇ ଖୋର୍ଦ୍ଧା ପଟକୁ ପଳାଇ ଯାଇଥିଲେ ।

ଯାହାଫଳ ରେ ସୁକାନ୍ତି ପରିଡା ତଳେ ପଡିଯାଇ ଆହାତ ହୋଇଥିବା ଜଣାପଡିଛି । ସୁକାନ୍ତି ଙ୍କ ଭ୍ୟାନିଟ୍ ବ୍ୟାଗ ରେ ୨ ଗୋଟି ଦାମି ମୋବାଇଲ ମଧ୍ୟ ରହିଥିଲା । ଲୁଟ୍ ହୋଇଥିବା ସ୍ଥାନ ଚାନ୍ଦପୁର ଥାନା ଓ ଟାଙ୍ଗୀ ଥାନା ମଧ୍ୟ ସ୍ଥଳ ରେ ହୋଇଥିଲେ ମଧ୍ୟ ଲୁଟ ସର୍ମ୍ପକେ ଟାଙ୍ଗୀ ଥାନା ରେ ଲିଖିତ ଅଭିଯୋଗ ହୋଇଥିବା ଜଣାପଡିଛି । ଜାତୀୟ ରାଜପଥ ଠାରୁ ଆରମ୍ଭ କରି ରାଜ୍ୟ ରାଜପଥ ପର୍ଯ୍ୟନ୍ତ କୈାଣସି ରାସ୍ତା ସୁରକ୍ଷିତ ନୁହେଁ । ପୋଲିସ ଲୋଭିଡ୍ କଟକଣା ରେ ବ୍ୟସ୍ତ ଥିଲା ବେଳେ ଲୁଟେରା ମାନେ ଲୁଟ୍ କରି ଚାଲିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.