Home କେନ୍ଦୁଝର ଭୁମୀହୀନଙ୍କୁ ମିଳୁନି ସରକାରୀ ଜମିର ଚିହ୍ନଟ, ଗୃହ ନିର୍ମାଣରୁ ବଞ୍ଚିତ

ଭୁମୀହୀନଙ୍କୁ ମିଳୁନି ସରକାରୀ ଜମିର ଚିହ୍ନଟ, ଗୃହ ନିର୍ମାଣରୁ ବଞ୍ଚିତ

101

ହାଟଡ଼ିହି, ୩୦ /୬/ : (ଓଡିଆପୁଅ / ବିକାଶ ବିଶ୍ୱାଳ) ସରକାର ଭୁମୀହୀନ ମାନଙ୍କୁ ଚିହ୍ନଟ କରି ସେମାନଙ୍କୁ ଘରଡିହ ଯୋଗାଇ ଦେବା ସହିତ ଆବାସ ଯୋଜନାରେ ଘର ଯୋଗାଇ ଦେଉଛନ୍ତି । ଏଥିପାଇଁ ବିଭିନ୍ନ ଯୋଜନା ମଧ୍ୟ ପ୍ରଣୟନ କରିଛନ୍ତି । କିନ୍ତୁ ହିତାଧିକାରୀଙ୍କୁ ଦେଇଥିବା ଜମିର ଚିହ୍ନଟ କରାନଯାଇ ତାଙ୍କୁ ଏହା ହସ୍ତାନ୍ତର କରାଯାଉନି । ଏଭଳି ଏକ ଅଭିଯୋଗ ହୋଇଛି କେନ୍ଦୁଝର ଜିଲ୍ଲା ହାଟଡିହି ତହସିଲରେ । ହାଟଡିହି ତହସିଲ ଅଧିନସ୍ଥ ହାଟଡିହି ଗ୍ରାମର ରବିନ୍ଦ୍ର ଯେନାଙ୍କ ଅଭିଯୋଗ ଅନୁଯାଇ ସେ ଜଣେ ଭୁମୀହୀନ ହୋଇଥିବାରୁ ତାଙ୍କୁ ୧୯୯୫/୯୬ ମସିହାରେ ଖତିୟାନ ନମ୍ବର ୩୪୨/୪୩ରେ ୪ଡିସିମିଲ ଜମି ଯୋଗାଇ ଦିଆଯାଇଥିଲା । ତାଙ୍କର ଗରଦ୍ୱାର ନଥିବାରୁ ସେ ଏକ ପଲାଘରେ ବସବାସ କରି ଆସୁଛନ୍ତି । ସରକାରଙ୍କ ତରଫରୁ ମିଳିଥିବା ପଟ୍ଟା ଖଣ୍ଡିକ ଧରି ସେ ଏ ଅଫିସରୁ ସେ ଅଫିସ ହେଉଛନ୍ତି ସିନା ଜମି ପାଇପାରୁ ନାହାନ୍ତି । ତାଙ୍କୁ ଏହି ଜମିର ଚିହ୍ନଟ ଦିଆଯିବା ପାଇଁ ସେ ବାରମ୍ବାର ତହସିଲକୁ ଯାଇ ନିରାଶ ହେବାପରେ ସେ ଏନେଇ ଆନନ୍ଦପୁର ଉପଜିଲ୍ଲାପାଳ, କେନ୍ଦୁଝର ଜିଲ୍ଲାପାଳଙ୍କୁ ଭେଟି ଗୁହାରୀ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାଙ୍କୁ ଏହି ଜମିର ଚିହ୍ନଟ ଦିଆଯାଇ ପାରିନାହିଁବୋଲି କହିଛନ୍ତି । ଯାହାଦ୍ୱାରାକି ଏହି ଜମିରେ ସେ ଘରଖଣ୍ଡିଏ କରି ରହିବାର ଆଶା ଆଶାରେ ରହିଯାଇଛି । ଜିଲ୍ଲା ପ୍ରଶାସନ ତୁରନ୍ତ ଏଥିରେ ହସ୍ତକ୍ଷେପ କରି ତାଙ୍କୁ ମିଳିଥିବା ସରକାରୀ ଜମିର ଚିହ୍ନଟ ଦିଆଯାଉ ବୋଲି ସେ ନିବେଦନ କରିଛନ୍ତି । ଏ ସମ୍ପର୍କରେ ରାଜସ୍ୱ ନିରୀକ୍ଷକଙ୍କୁ ପଚାରିବାରେ ତାଙ୍କୁ ଦିଆଯାଇଥିବା ପ୍ଲଟଟି ଏକ ପୋଖରୀ ହୁଡା ଓ ସର୍ବସାଧାରଣ ସ୍ଥାନ ଅଛି । ତେଣୁ ଚିହ୍ନଟ ଦେବା ସମ୍ଭବପର ନୁହଁ ବୋଲି କହିଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.