Home ଓଡ଼ିଶା ଫେରାର ହତ୍ୟା ଅଭିଯୁକ୍ତ ଚାନ୍ଦପୁର ପୋଲିସ ଦ୍ୱାରା କୋର୍ଟ ଚାଲାଣ

ଫେରାର ହତ୍ୟା ଅଭିଯୁକ୍ତ ଚାନ୍ଦପୁର ପୋଲିସ ଦ୍ୱାରା କୋର୍ଟ ଚାଲାଣ

79

ନୟାଗଡ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୩୦/୦୬- ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା କେରଣ୍ଡାଟାଙ୍ଗୀ ଗ୍ରାମ ରେ ୨୭ ମାର୍ଚ୍ଚ ୨୦୨୧ ରେ ରଞ୍ଜନ ପ୍ରଧାନ ନାମକ ଜଣେ ଯୁବକ କୁ ମରଣାନ୍ତକ ଆକ୍ରମଣ କରିବା ପରେ ତାର ମୁତ୍ୟୁ ଘଟିଥିଲା । ଏଥିରେ ୪ ଜଣ ସମ୍ପୃକ୍ତ ଥିଲେ । ଏହି ମାମଲା ରେ ହତ୍ୟାକାଣ୍ଡ ପର ଦିନ ଦିଲ୍ଲୀପ ସ୍ୱାଇଁ ଓ ବାଙ୍କ କୁ ହତ୍ୟା ଅଭିଯୋଗ ରେ ଗିରଫ କରି  ପୋଲିସ କୋର୍ଟ ଚାଲାଣ କରିଥିଲା । ଅନ୍ୟତମ ଅଭିଯୁକ୍ତ ୨ ଜଣ ୩ ମାସ ହେଲା ଫେରାର ଥିଲେ ।

ଗତ ଜୁନ୍ ୨୯ ତାରିଖ ରାତ୍ର ରେ ଚାନ୍ଦପୁର ପୋଲିସ ନିରିକ୍ଷକ ରଶ୍ମୀ ରଞ୍ଜନ ଦାସ , ଉପ ନିରିକ୍ଷକ ଅଞ୍ଜଳି ସା ଓ ଅତିରିକ୍ତ ଉପ ନିରିକ୍ଷକ ରମେଶ ବେହେରା ଖୋର୍ଦ୍ଧା ଜିଲ୍ଲା କୁହୁଡି ଅଂଚଳ ରେ ଚଢାଉ କରିଥିଲେ । ଫେରାର ଥିବା ଅଭିଯୁକ୍ତ ବିନୋଦ ପ୍ରଧାନ ଓରଫ୍ ବିନ  କୁ ଗିରଫ କରିଥିଲେ । ରଣପୁର କୋର୍ଟ କୁ ଚାଲାଣ କରିବା ପରେ ଅଭିିଯୁକ୍ତ ର ଜାମିନ୍ ନାମଞ୍ଜୁର ହେବାରୁ ରଣପୁର ଜେଲ୍ ହାଜତ କୁ ପଠାଇ ଦିଆଯାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.