Home ଓଡ଼ିଶା ୧୬ନମ୍ବର ଜାତୀୟ ରାଜପଥ କନ୍ଧନୟାଗଡ ଛକରେ ଓଭରବ୍ରିଜ୍ ନିର୍ମାଣ ସ୍ଥାନ ନିରୁପଣ

୧୬ନମ୍ବର ଜାତୀୟ ରାଜପଥ କନ୍ଧନୟାଗଡ ଛକରେ ଓଭରବ୍ରିଜ୍ ନିର୍ମାଣ ସ୍ଥାନ ନିରୁପଣ

188

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ଅଂଚଳ ଦେଇ ୧୬ନମ୍ବର ଜାତୀୟ ରାଜପଥ ଭୁବନେଶ୍ୱର ରୁ ବ୍ରହ୍ମପୁର ଆଡକୁ ଯାଇଅଛି । ଏହି ଜାତୀୟ ରାଜପଥ ଚାରି ଲାଇନ୍ ବିଶିଷ୍ଟ ହେବା ପରେ କନ୍ଧନୟାଗଡ ଛକଠାରେ ପ୍ରତିବର୍ଷ ବହୁବାର ଦୁର୍ଘଟଣା ହୋଇଥାଏ । ଯାହା ଫଳରେ ଅନେକ ଧନ ଜୀବନ ହାନି ଘଟିଥାଏ । ତେଣୁ ଅନେକ ସମୟରେ ରାସ୍ତା ରୋକ ଆଦି ଆଇନ୍ ଶୃଙ୍ଖଳା ପରିସ୍ଥିତି ଦେଖା ଦେଇଥାଏ ।

କନ୍ଧନୟାଗଡ ଓ ଅଂଚଳ ବାସୀ ଏହି ଛକରେ ଓଭରବ୍ରିଜ୍ ନିର୍ମାଣ ପାଇଁ ବହୁବାର ଦାବି କରି ଆସୁଥିଲେ । ତାଙ୍କ ଦାବିକୁ ଗୁରୁତ୍ୱ ଦେଇ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ସତ୍ୟନାରାୟଣ ପ୍ରଧାନ ଜାତୀୟ ରାଜପଥର ଭୁବନେଶ୍ୱରଠାରେ ଥିବା ଆଂଚଳିକ କାର୍ଯ୍ୟାଳୟକୁ ଚିଠି ଲେଖିଥିଲେ । ବିଧାୟକଙ୍କ ଚିଠିକୁ ଆଧାର କରି ଜାତୀୟ ରାଜପଥର ଢେଙ୍କାନାଳଠାରେ ଥିବା ପ୍ରକଳ୍ପ ନିର୍ଦ୍ଧେଶକ ବିଧାୟକ ସତ୍ୟନାରାୟଣ ପ୍ରଧାନଙ୍କ ଉପସ୍ଥିତିରେ କନ୍ଧନୟାଗଡ ଛକଠାରେ ଓଭର ବ୍ରିଜ୍ ନିର୍ମାଣ ପାଇଁ ସ୍ଥାନ ନିର୍ଦ୍ଧାରଣ କରିଥିବା ବିଧାୟକଙ୍କ ଠାରୁ ସୁଚନା ମିଳିଛି । ଯାହାକି ଲକ୍‌ଡାଉନ୍ ଉଠିବା ପରେ କାର୍ଯ୍ୟ ଆରମ୍ଭ ହେବ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.