Home ଓଡ଼ିଶା ପୋଲିସ୍ ଦ୍ୱାରା କାର ସହ ବିଦେଶୀ ମଦ ଜବତ

ପୋଲିସ୍ ଦ୍ୱାରା କାର ସହ ବିଦେଶୀ ମଦ ଜବତ

235

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୮/୦୪-ନୟାଗଡ ଜିଲ୍ଲା ରଣପୁର ଥାନା ତରଫରୁ ଲକ୍‌ଡାଉନ୍ ଚାଲିଥିବା ବେଳେ ଗାଡି ମୋଟର ବ୍ୟାପକ ଚେକିଙ୍ଗ ଚାଲିଅଛି । ଗତ ଏପ୍ରିଲ୍ ୨୭ ତାରିଖ ବିଳମ୍ବିତ ସଂଧ୍ୟାରେ ପୋଲିସ୍ ଚେକିଙ୍ଗ କରୁଥିବା ବେଳେ ଏକ ଙଊ-୩୩ ଜ ୦୬୮୫ ନମ୍ବର ବିଶିଷ୍ଟ ଏକ ୱାଗନର୍ ଗାଡିକୁ ରଣପୁର ବଜାର ନିକଟରେ ସନ୍ଦେହରେ ଚେକିଙ୍ଗ କରିଥିଲେ । ଗାଡି ଭିତରୁ ଏକ ବିଦେଶୀ ମଦ ପେଟି ଦେଖିବାକୁ ପାଇଥିଲା । ତେଣୁ ଗାଡିକୁ ରଣପୁର ଥାନା ଭିତରକୁ ଆଣିଥିଲେ । ଗାଡିରେ ଥିବା ଜଙ୍କିଆ ଥାନା ନାରଗୋଦା ଗ୍ରାମର ପ୍ରଦୀପ୍ କୁମାର ମହାନ୍ତି ଓ ବୃନ୍ଦାବନ ମହାନ୍ତି କୁ ଗିରଫ କରିଥିଲେ ଗାଡି ସହ ମଦ ଜବତ କରିଥିଲେ ।

ଯେଉଁଥିରେ କି ୯ଲିଟର ବିଦେଶୀ ମଦ ପେଟି ଭିତରେ ଥିଲା । ଗିରଫ ୨ଜଣଙ୍କ ଠାରୁ ସୁଚନା ପାଇ ମଦ ବିକ୍ରୟ କରିଥିବା ରଣପୁରର ଜଗନ୍ନାଥ ସାହୁ ଓରଫ ଜଗାଙ୍କୁ ମଧ୍ୟ ଗିରଫ କରିଥିଲେ । ୩ଜଣଙ୍କ ନାମରେ ମାମଲା ଋଜୁ ହେବା ସହ ଲକ୍‌ଡାଉନ୍ ଚାଲିଥିବା ଯୋଗୁଁ ଗିରଫ ପରେ ଥାନାରୁ ନୋଟିସ୍ ଦେଇ ଛାଡିଥିବା ଜଣା ପଡିଛି । ରାଜସୁନାଖଳା ଫାଣ୍ଡି ସବ୍ ଇନିସ୍‌ପେକ୍ଟର ପ୍ରଦୀପ୍ ସାମଲ ମାମଲାର ତଦନ୍ତ ଭାର ନେଇଥିବା ଜଣା ପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.