Home କେନ୍ଦୁଝର ବଡ଼ବିଲ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମତିଥି ପାଳନ

ବଡ଼ବିଲ ଓକିଲ ସଂଘ ପକ୍ଷରୁ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମତିଥି ପାଳନ

391

ବଡ଼ବିଲ ,ତା ୨୮ ଅପ୍ରେଲ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ) କେନ୍ଦୁଝର ଜିଲ୍ଲା ବଡବିଲ ଓକିଲ ସଂଘ ପକ୍ଷରୁ ଓଡ଼ିଶାର ଶତାବ୍ଦୀ ପୁରୁଷ ଉତ୍କଳ ଗୌରବ ବାରିଷ୍ଟର ମଧୁସୂଦନ ଦାସଙ୍କ ୧୭୨ତମ ଜନ୍ମତିଥି ପାଳନ କରାଯାଇଛି । ଏହି ଅବସରରେ ବଡ଼ବିଲ ଓକିଲ ସଂଘର କର୍ମକର୍ତ୍ତାମାନେ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ଓ ପୁଷ୍ପ ଦେଇ ପୁଣ୍ୟ ଜୟନ୍ତୀକୁ ପାଳନ କରିଥିଲେ । କଟକ ଜିଲ୍ଲାର ସତ୍ୟଭାମାପୁର ଗ୍ରାମରେ ୨୮-୪-୧୮୪୮ ମସିହାରେ ମଧୁବାବୁ ଜନ୍ମଗ୍ରହଣ କରିଥିଲେ । ମଧୁସୂଦନ ଦାସ ପିତାଙ୍କ ନାମ ଚୌଧୁରୀ ରଘୁନାଥ ଦାସ ଓ ମାତା ନାମପାର୍ବତୀ ଦେବୀ । ମଧୁବାବୁ ୧୮୫୯ ସମିହାରେ ରେଭେନ୍ସା କଲିଜିଏଟ ସ୍କୁଲରେ ଶିକ୍ଷାଲାଭ କରିଥିଲେ, ଓ ୧୮୬୪ ମସିହା ମାଟ୍ରିକ ପାସ କରିଥିଲେ । ୧୮୭୦ ମସିହା ପ୍ରଥମ ଓଡ଼ିଆ ଗ୍ରାଜୁଏଟ ଭାବେ କଲିକତାରୁ ବିଏ ପାସ କରିଥିଲେ । ୧୮୭୮ମସିହା ବି.ଏଲ (ଆଇନ ପାସ)ଓକିଲାତି ଆରମ୍ଭ କରିଥିଲେ । ସେ ପ୍ରଥମ ଓଡ଼ିଆ ଭାବେ ବାରିଷ୍ଟର୍ ହୋଇଥିବାରୁ ଓଡିଶାର ଆଇନଜୀବୀମାନେ ଏହି ଦିବସକୁ ଆଇନଜୀବୀ ଦିବସ ଭାବେ ପାଳନ କରିଥାନ୍ତି । ଆହୁରି ମଧ୍ୟ ମଧୁବାବୁ ପ୍ରଥମ ଓଡ଼ିଆ ଭାବେ ବିଦେଶ ଯାତ୍ରା କରିଥିଲେ । ମଧୁବାବୁ ୪-୨-୧୯୩୪ ମସିହାରେ ଇହଧାମ ତ୍ୟାଗ କରିଥିଲେ । ଆଜିର ମଧୁସୂଦନ ଦାସଙ୍କ ଜନ୍ମଦିନ ଅବସରରେ ବଡବିଲ ଓକିଲ ସଂଘ ପକ୍ଷରୁ ଆଇନଜୀବୀ ବଳରାମ ମହାନ୍ତି, ଧୀରେନ୍ଦ୍ର କୁମାର ଦଳେଇ, ଦେବପ୍ରିୟ ରଣା, ପ୍ରତାପ କୁମାର ଜେନା, ପ୍ରଦୀପ ମହାନ୍ତି, ଜଗନ୍ନାଥ ସେଠୀ, ବସନ୍ତ ମହାପାତ୍ର, ପ୍ରମୋଦ କୁମାର ଜେନା, ମିହିର କୁମାର ନମତ୍ଵର, ଅଖୟ କୁମାର ଧିର, ମୁକ୍ତିୟାର ବିଦେଶିବନ୍ଧୁ ସେଠୀ , ଷ୍ଟାମ୍ପ ଭେଣ୍ଡର ଯେ ଏନ ପାଣିଗ୍ରାହୀ ଓ ସମସ୍ତ କର୍ମକର୍ତ୍ତାମାନେ ଉପସ୍ଥିତ ରହି ସ୍ବର୍ଗତ ମଧୁସୂଦନ ଦାସଙ୍କ ଫଟୋଚିତ୍ରରେ ମାଲ୍ୟାଅର୍ପଣ କରିବାସହ ବଡବିଲ ବସଷ୍ଟାଣ୍ଡ ନିକଟରେ ଥିବା ପ୍ରତିମୂର୍ତ୍ତିରେ ମାଲ୍ୟାଅର୍ପଣ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.