Home ଜିଲ୍ଲା ପରିକ୍ରମା ରଣପୁର ସାଗର ସାହି ପୁର୍ତ୍ତ ରାସ୍ତା ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି

ରଣପୁର ସାଗର ସାହି ପୁର୍ତ୍ତ ରାସ୍ତା ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି

88

ନୟାଗଡ ୨୦/୦୮ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) -ନୟାଗଡ ଜିଲ୍ଲା ରଣପୁର ଏନ୍‌-ଏ-ସି କୁ ୫ବର୍ଷ ବିତିବାକୁ ବସିଥିବା ବେଳେ ରାସ୍ତା ଓ ଡ୍ରେନ୍ ଠିକ୍ ଭାବରେ ହୋଇନାହିଁ। ଏନ୍‌-ଏ-ସି ଅଧିନରେ ଥିବା ସାଗର ସାହି ମୁଖ୍ୟ ରାସ୍ତା ପୁଷ୍କରିଣୀର ଭ୍ରମ ସୃଷ୍ଟି କରୁଛି। ଏହି ରାସ୍ତା ଦେଇ ପ୍ରତିଦିନ ରଣପୁର ରୁ ଚାନ୍ଦପୁର ୧୬ନଂ ଜାତୀୟ ରାଜପଥକୁ ଶହ ଶହ ସଂଖ୍ୟାରେ ମାଲବାହୀ ଓ ଯାତ୍ରୀବାହୀ ଗାଡି ଯାତାୟତ କରିଥାଏ। ରାସ୍ତାର ଜଳ ନିଷ୍କାସନ ହେବାପାଇଁ ରାସ୍ତା ନାହିଁ। ରାସ୍ତାଠାରୁ ଅଧିକ ଉଚ୍ଚରେ ସାଗର ସାହି ଲୋକମାନେ ଘର କରିଛନ୍ତି ବର୍ଷାବେଳେ ରାସ୍ତା ଦେଇ ଗାଡି ମୋଟର ଗଲାବେଳେ ଲୋକଙ୍କ ଘର ଭିତରକୁ ପାଣି ଛିଟିକା ପଡିଥାଏ।

ଏ ସମ୍ପର୍କେ ରଣପୁର ପୁର୍ତ୍ତ ବିଭାଗ ସହକାରୀ ଯନ୍ତ୍ରୀ ଦୟାନିଧି ରାୟଗୁରୁଙ୍କ ସହ ଯୋଗା ଯୋଗ କରିବାରେ କୁହନ୍ତି ଏହି ପିଚୁ ରାସ୍ତା ଅଧିକ ଉଚ୍ଚତା ହୋଇ କଙ୍କ୍ରିଟ୍ ଏବଂ ପୁର୍ବପଟେ ଡ୍ରେନ୍ ର ଆବଶ୍ୟକ ରହିଅଛି। ଚଳିତ ବର୍ଷ ଆକ୍ସନ ପ୍ଲାନ୍ ରେ ଏହି ରାସ୍ତା ଉନ୍ନତି କରଣ ପାଇଁ ଦିଆଯାଇଅଛି। ଏପର୍ଯ୍ୟନ୍ତ ଅର୍ଥ ଆସିନାହିଁ। ଅର୍ଥ ଆସିଲେ ଖୁବ୍ ଶୀଘ୍ର କାର୍ଯ୍ୟ ଆରମ୍ଭ କରାଯିବ। ପୁର୍ତ୍ତ ବିଭାଗ ଜିଲ୍ଲା କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଓ ରାଜ୍ୟ ସୁପରିଟେଣ୍ଟେଟ୍ ଇଂଜିନିୟର୍ ଏଥିପ୍ରତି ଦୃଷ୍ଟି ଦେଇ ସମସ୍ୟା ସମାଧାନ ପାଇଁ ପଦକ୍ଷେପ ନେବାକୁ ସାଗର ସାହିବାଲା ଅନୁରୋଧ କରୁଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.