Home ଓଡ଼ିଶା ୧୬ନଂ ଜାତୀୟ ରାଜପଥ ଓସକାଇ ଛକରେ ଦୃର୍ଘଟଣା ୧ଯୁବକ ମୃତ

୧୬ନଂ ଜାତୀୟ ରାଜପଥ ଓସକାଇ ଛକରେ ଦୃର୍ଘଟଣା ୧ଯୁବକ ମୃତ

20

ନୟାଗଡ/୨୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ଚାନ୍ଦପୁର ଥାନା ୧୬ ନଂ ଜାତୀୟ ରାଜପଥ ଓସକାଇ ଖୋଲ ଛକରେ ଏକ ଦୃର୍ଘଟଣା ଘଟିଥିବା ଜଣାପଡିଛି । ଏହି ଦୃର୍ଘଟଣା ରେ ନିକଟସ୍ଥ ଓସ୍ତପଡା ଗ୍ରାମର ସୁର୍ଦଶନ ସାହୁ (୪୮)ଙ୍କର ଘଟଣାସ୍ଥଳ ରେ ମୃତ୍ୟୁ ଘଟିଥିବା ଜଣାପଡିଛି । ସୁର୍ଦଶନ ରାସ୍ତା ଅତିକ୍ରମ କରୁଥିବା ବେଳେ ଏମ ଏଚ୍ ୨୦ଇ କେ ୧୦୦୧ ନମ୍ବର ବିଶିଷ୍ଟ ଏକ କାର୍ ତାଙ୍କୁ ଧକା ଦେଇଥିଲା  । ପୋଲିସ ଘଟଣାସ୍ଥଳ ରେ ପହଂଚି ଥିବା ବେଳେ ସ୍ଥାନୀୟ ଲୋକ ମାନେ ରାସ୍ତା ରୋକ କରିଥିଲେ । ଚାନ୍ଦପୁର ଥାନା ଇନିସ୍ପେକ୍ଟର ସରକାରୀ କାର୍ଯ୍ୟରେ ଅନୁପସ୍ଥିତ ଥିବାରୁ ରଣପୁର ଥାନା ଇନିସ୍ପେକ୍ଟର ଜ୍ୟୋତି ପ୍ରକାଶ ପଣ୍ଡା ଓ ସରଣକୁଳ ଏସ ଡି ପି ଓ ଏସ ଟପୋ ରାସ୍ତା ରୋକ ସ୍ଥାନରେ ପହଂଚି ଲୋକମାନଙ୍କୁ ବୁଝା ସୁଝା କରିଥିଲେ ।

ରଣପୁର ତହସିଲଦାର ସଂଜୟ କୁମାର ସାମନ୍ତରାୟ ଘଟଣାସ୍ଥଳ ରେ ପହଂଚି ମୃତକଙ୍କ ପରିବାର କୁ ରେଡ୍‌କ୍ରସ୍ ତରଫରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରିଥିଲେ । ପରେ ଉତ୍ୟକ୍ତ ଗ୍ରାମବାସୀ ମାନେ ଧାରଣା ସ୍ଥଳରୁ ହଟିଥିଲେ । ପୋଲିସ ଶବ ଜବତ କରି ରଣପୁର ସରକାରୀ ଡାକ୍ତରଖାନା କୁ ପୋଷ୍ଟମର୍ଟମ ପାଇଁ ପଠାଇଥିବା ଜଣାପଡିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.