Home ଓଡ଼ିଶା  ବିଧାୟକଙ୍କ ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ଦାଶ ଓ ମହାପୁରୁଷ ଙ୍କ ପ୍ରତିମୃର୍ତି ଉମ୍ନୋଚନ

 ବିଧାୟକଙ୍କ ଦ୍ୱାରା ଉତ୍କଳମଣି ଗୋପବନ୍ଧୁ ଦାଶ ଓ ମହାପୁରୁଷ ଙ୍କ ପ୍ରତିମୃର୍ତି ଉମ୍ନୋଚନ

39

ନୟାଗଡ/୨୯/୧୨(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)-ନୟାଗଡ ଜିଲ୍ଲା ରଣପୁର ବଜେନ୍ଦ୍ର ଚନ୍ଦ୍ର ନୋଡାଲ୍ ଉଚ୍ଚ ବିଦ୍ୟାଳୟ ପରିସର ରେ ଉତ୍କଳମଣି ଗୋପବନ୍ଧୁ ଦାଶ, ନେତାଜୀ ସୁବାଷ ଚନ୍ଦ୍ର ବୋଷ, ରାଜା ସାହେବ ବଜେନ୍ଦ୍ର ଚନ୍ଦ୍ର ସିଂହଦେଓ ବୀରବର ବଜ୍ରଧର ନରେନ୍ଦ୍ର ମହାପାତ୍ର, ଉତ୍କଳ ଗୈାରବ ମଧୂସୁଦନ ଦାସ ଓ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ର ସାମନ୍ତ (ପଠାଣି ସାମନ୍ତ) ଙ୍କ ପ୍ରତିମୃର୍ତି ଡିସେମ୍ବର ୨୯ ତାରିଖ ଦିବା ୧ଘଟିକା ସମୟରେ ରଣପୁର ବିଧାୟକ ତଥା ନୟାଗଡ ଜିଲ୍ଲା ଯୋଜନା ବୋର୍ଡ ଅଧକ୍ଷ ସତ୍ୟ ନାରାୟଣ ପ୍ରଧାନ ଙ୍କ ଦ୍ୱାରା ଉମ୍ନୋଚନ ହୋଇଯାଇଅଛି । ଏଥି ସହ ନୂତନ ବିଜ୍ଞାନ କକ୍ଷ ମଧ୍ୟ ଉଦ୍‌ଘାଟନ ହୋଇଯାଇଅଛି । ଏଥିରେ ରଣପୁର ର ପୂର୍ବତନ ବିଧାୟକ ତଥା ପୂର୍ବତନ ରାଜ୍ୟସଭା ସାଂସଦ ରବି ନାରାୟଣ ମହାପାତ୍ର, ରଣପୁର ରାଜା ସାହେବ ଦିଲ୍ଲୀପ ଚନ୍ଦ୍ର ଶ୍ରୀ ଚନ୍ଦନ ନରେନ୍ଦ୍ର ମହାପାତ୍ର, ରଣପୁର ବ୍ଲକ ଶିକ୍ଷା ଅଧିକାରୀ ବନଲତା ମହାପାତ୍ର, ଉତ୍କଳ ସ୍ୱାଭିମାନ ମଂଚ ର ସଭାପତି ରାଧାକାନ୍ତ ଦାସ , ସମ୍ପାଦକ ଡ. ପ୍ରଭାକର ତ୍ରୀପାଠି, ଜିଲ୍ଲା ଅଧକ୍ଷ ଚଣ୍ଡେଶ୍ୱର ମହାପାତ୍ର, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ମାଧବ ଚନ୍ଦ୍ର ପ୍ରଧାନ ଓ ଆଲୁମୁନି କମିଟିର ନବକିଶୋର ରାୟ, ରାଜ କିଶୋର ପଟ୍ଟନାୟକ ଅତିଥି ଭାବେ ଯୋଗ ଦେଇଥିଲେ ।

ପ୍ରତିମୃର୍ତି ଉତ୍କଳ ସ୍ୱାଭିମାନ ମଂଚ , ପୁରୀ ଦ୍ୱାରା ସୈାଜନ୍ୟତାରେ ନିର୍ମାଣ କରାଯାଇଥିଲା । ଏଥିରେ ବିଦ୍ୟାଳୟର କାର୍ଯ୍ୟକାରୀ ପ୍ରଧାନ ଶିକ୍ଷକ ବସନ୍ତ କୁମାର ସାହୁ ଅତିଥି ମାନଙ୍କ ପରିଚୟ ପ୍ରଦାନ କରିଥିଲେ । ବିଦ୍ୟାଳ୍ୟର ଛାତ୍ର ଛାତ୍ରୀ ମାନେ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । ଏହି ଉମ୍ନୋଚନ ଉତ୍ସବରେ ବହୁ ଅବସର ପ୍ରାପ୍ତ ଶିକ୍ଷକ  ଶିକ୍ଷୟତ୍ରୀ ଯୋଗ ଦେଇଥିଲେ । ଛାତ୍ର ଛାତ୍ରୀ ମାନଙ୍କୁ ଅଧ୍ୟୟନ ସମୟରେ ଏହି ମହାପୁରୁଷ ମାନଙ୍କର ପ୍ରତିମୃର୍ତି ଦେଖି ଅଧିକ ଜ୍ଞାନ ଆହରଣ ର ଖୋରାକ ଯୋଗାଇବ ବୋଲି ବିଧାୟକ ବକ୍ତବ୍ୟ ରେ ପ୍ରକାଶ କରିଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.