Home Top News ଭାରତୀୟ ରେଳବାଇର ସଫଳତା – ୧୮୦ କିମି ବେଗରେ ଦୌଡ଼ିବ ଏହି ଟ୍ରେନ୍

ଭାରତୀୟ ରେଳବାଇର ସଫଳତା – ୧୮୦ କିମି ବେଗରେ ଦୌଡ଼ିବ ଏହି ଟ୍ରେନ୍

52

ନୂଆ ଦିଲ୍ଲୀ ୨୯-୧୨ (ଓଡ଼ିଆ ପୁଅ) : ଭାରତୀୟ ରେଳବାଇ ଚଳିତ ବର୍ଷ ଶେଷରେ ଆଉ ଏକ ପ୍ରମୁଖ ମାଇଲଖୁଣ୍ଟ ହାସଲ କରିଛି। ୨୦୨୦ ଶେଷ ପୂର୍ବରୁ, ଭିସ୍ତାଡୋମ୍ କୋଚ୍ ସହିତ ଟ୍ରେନ୍ ଘଣ୍ଟା ପ୍ରତି ୧୮୦ କିଲୋମିଟର ବେଗରେ ଚାଲିଛି। ରେଳମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରି ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟଯେ, ଯେ ଏହି ଟ୍ରେନ୍ ସ୍ୱତନ୍ତ୍ର ଭିସ୍ତାଡମ୍ ଟୁରିଷ୍ଟ କୋଚ୍ ସହିତ ନିର୍ମିତ ଏବଂ ଏହାର ଗତି ମଧ୍ୟ ବହୁତ ଦ୍ରୁତ ଅଟେ। ଏହି ଟ୍ରେନର ପରୀକ୍ଷଣ ମଧ୍ୟ ଶେଷ ହୋଇଛି। ଏ ନେଇ ରେଳ ମନ୍ତ୍ରୀ ପୀୟୁଷ ଗୋୟଲ ଟ୍ୱିଟ୍ କରିଛନ୍ତି।

ପୀୟୁଷ ଗୋୟଲ ତାଙ୍କ ଟ୍ୱିଟରେ ଲେଖିଛନ୍ତି ଯେ, ନୂତନ ଭାବେ ପରିକଳ୍ପିତ ଭିସ୍ତାଡୋମ ଟୁରିଷ୍ଟ କୋଚ ୧୮୦ କିଲୋମିଟର ବେଗରେ ଦୌଡ଼ିବାକୁ ସକ୍ଷମ ଏବଂ ଏହାର ସଫଳତାର ସହ ପରୀକ୍ଷା କରାଯାଇଛି। ଏହି କୋଚଗୁଡିକ ଯାତ୍ରୀମାନଙ୍କ ଯାତ୍ରାକୁ ସ୍ମରଣୀୟ କରିବ ଏବଂ ଏହା ଫଳରେ ପର୍ଯ୍ୟଟନ ଶିଳ୍ପର ବୃଦ୍ଧି ଘଟିବ।

ବନ୍ଦେ ଭାରତ ସହିତ ଗତି ସମାନ : ସୂଚନାଯୋଗ୍ୟଯେ, ବେଗ ଦୃଷ୍ଟିକୋଣରୁ ଏହି ଟ୍ରେନ୍ ବନ୍ଦେ ଭାରତ ଏକ୍ସପ୍ରେସ ସହିତ ସମାନ। ଯାହା ପରୀକ୍ଷଣ ସମୟରେ ଘଣ୍ଟା ପ୍ରତି ୧୮୦ କିଲୋମିଟରରୁ ଅଧିକ ବେଗ ହାସଲ କରିଥିଲା। ଏହି ଟ୍ରେନର ସର୍ବାଧିକ ବେଗ ଘଣ୍ଟା ପ୍ରତି ୨୨୦ କିଲୋମିଟର ପର୍ଯ୍ୟନ୍ତ ଅଛି। ଏହା ବ୍ୟତୀତ ଗତିମାନ ଏକ୍ସପ୍ରେସ ସର୍ବାଧିକ ୧୬୦ କିଲୋମିଟର ବେଗରେ ଦିଲ୍ଲୀ ଏବଂ ଝାଂସୀ ମଧ୍ୟରେ ଯାତ୍ରା କରୁଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.