Home ଓଡ଼ିଶା ୧୫ ଦିନଧରି ଜଳବନ୍ଦୀ ଘେରରେ ୧୦ରୁ ଉର୍ଦ୍ଧ୍ବ ପରିବାର

୧୫ ଦିନଧରି ଜଳବନ୍ଦୀ ଘେରରେ ୧୦ରୁ ଉର୍ଦ୍ଧ୍ବ ପରିବାର

72

ବାଲେଶ୍ଵର,୧୨/୦୯,(ଓଡ଼ିଆ ପୁଅ ପି ନାଏକ): ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ୍ ଅନ୍ତର୍ଗତ କଲ୍ୟାଣୀ ପଞ୍ଚାୟତ ୬ ନମ୍ବର ୱାର୍ଡ଼ ସେଠୀ ସାହିର ରାସ୍ତା କାର୍ଯ୍ୟ ନୂତନ ଭାବେ ନିର୍ମାଣ ହୋଇଛି । ସ୍ଥାୟୀ ରାସ୍ତା ନିର୍ମାଣ ସରିଥିବାବେଳେ ଡ୍ରେନେଜ ହୋଇନଥିବାରୁ ଜଳ ନିସ୍କାସନ ବ୍ୟବସ୍ଥା ଠପ୍‍ ହୋଇଯାଇଛି ଯାହା ଫଳରେ ଏବେ ୧୦ରୁଉର୍ଦ୍ଧ୍ବ ପରିବାର ୧୫ ଦିନ ହେବ ଜଳବନ୍ଦୀ ହୋଇ ଜୀବନଯାପନ କରୁଛନ୍ତି ।

ରାସ୍ତା ନିର୍ମାଣ ବେଳେ ଡ୍ରେନେଜ ବ୍ୟବସ୍ଥା କରିବା ପାଇଁ ସ୍ଥାନୀୟ ଲୋକମାନେ ବାହାନଗା ତହସିଲଦାର ଦେବଯାନୀ ଭୂୟାଁଙ୍କ ନିକଟରେ ଲିଖିତ ଅଭିଯୋଗ କରିଥିଲେ । ପରେ ତହସିଲ ତରଫରୁ ଜଳ ନିସ୍କାସନ ବ୍ୟବସ୍ଥା ଠପ୍‍ ହୋଇଥିବାରୁ ସରକାରୀ ଜମି କେତେ ଲୋକମାନେ ଅକ୍ତିଆର କରିଛନ୍ତି ତାହାକୁ ମାପି ଚିହ୍ନ ଦେଇଥିଲେ । କିନ୍ତୁ ତହସିଲଦାର ଜବରଦଖଲ ଉଚ୍ଛେଦ ନକରି, ଡ୍ରେନେଜ ବ୍ୟବସ୍ଥା ନ କରାଯାଇ ଆର.ଡି ବିଭାଗ ଠିକାଦାରଙ୍କ ଦ୍ବାରା କଂକ୍ରିଟ ରାସ୍ତା ନିର୍ମାଣ କରିଥିଲେ ଯାହା ଫଳରେ ଜଳ ନିସ୍କାସନ ନ ହୋଇ ଘର ଭିତରକୁ ପାଣି ପସିବା ସହିତ ରାସ୍ତା ଗୁଡିକ ବୁଡି ଯାଇଛି ।

ବାଧ୍ୟ ହୋଇ ଏହି ପରିବାର ମାନେ ବର୍ଷାରେ ଓଦା ହୋଇ ତହସିଲ ଆଗରେ ଧାରଣାରେ ବସି ରହିଛନ୍ତି ଯେତେ ପର୍ଯ୍ୟନ୍ତ ପ୍ରଶାସନ ଜଳ ନିଷ୍କାସନ ପାଇଁ କିଛି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ସେତେ ପର୍ଯ୍ୟନ୍ତ ଧାରଣାରେ ବସି ରହିବେ ବୋଲି ପୀଡିତ ପରିବାରମାନେ କହିଛନ୍ତି ।

ଅତିରିକ୍ତ ତହସିଲଦାରଙ୍କୁ ପଚାରିବାରୁ ତାଙ୍କ କହିବା ଅନୁଯାଇ ଏହି ରାସ୍ତାଟି ଆରଡି ବିଭାଗ କରିଛନ୍ତି । ତାଙ୍କ ସହିତ କଥା ହୋଇ ଯଥାଶୀଘ୍ର ସମାଧାନ କରିବା ପାଇଁ ଚେଷ୍ଟା କରିବେ ବୋଲି କହିଛନ୍ତି । ଧାରଣାରେ ବସିଥିବା ପୀଡିତ ପରିବାରଙ୍କୁ ଆଶ୍ବାସନା ମଧ୍ୟ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.