Home Coronavirus Outbreak ୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା, ସ୍କୁଲରେ ହେବ ଟିକାକରଣ କେନ୍ଦ୍ର : ତାଲିକା ଦେବେ...

୧୫ରୁ ୧୮ ବର୍ଷ ପିଲାଙ୍କୁ ଟିକା, ସ୍କୁଲରେ ହେବ ଟିକାକରଣ କେନ୍ଦ୍ର : ତାଲିକା ଦେବେ ପ୍ରଧାନ ଶିକ୍ଷକ, କେନ୍ଦ୍ର ଚିହ୍ନଟ କରିବେ ଜିଲ୍ଲାପାଳ ଏବଂ CDMO

137

ଭୁବନେଶ୍ୱର ୨-୧ (ଓଡ଼ିଆ ପୁଅ) ଆସନ୍ତାକାଲିଠୁ ସାରା ଦେଶରେ ୧୫ ବର୍ଷରୁ ୧୮ ବର୍ଷର ପିଲାଙ୍କର ଟିକାକରଣ ଆରମ୍ଭ ହେବ। ଏଥିପାଇଁ କୋ ୱିନ୍‌ ଆପ୍‌ରେ ପଞ୍ଜୀକରଣ କରିଛନ୍ତି ପିଲାମାନେ। ତେବେ ରାଜ୍ୟରେ ଜାନୁୟାରୀ ୮ ତାରିଖ ପରେ ମାଟ୍ରିକ ପିଲାମାନେ ଟିକା ନେବେ। ଏ ନେଇ ଜିଲ୍ଲାରେ କେଉଁ କେଉଁ ସ୍କୁଲରେ ଟିକାକରଣ କେନ୍ଦ୍ର କରାଯିବ ଚିହ୍ନଟ କରିବାକୁ ଜିଲ୍ଲାପାଳ ଏବଂ CDMOଙ୍କୁ ନିର୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ୧୫ରୁ ୧୮ ବର୍ଷର ପିଲାଙ୍କର ଏକ ତାଲିକା ଦେବାକୁ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ନିର୍ଦେଶ ଦିଆଯାଇଥିବା ବେଳେ ଟିକାକରଣ କେନ୍ଦ୍ରରେ କୋ-ୱିନ ପୋର୍ଟାଲରେ ପଞ୍ଜୀକରଣ କରାଯିବ।

ସୂଚନାଯୋଗ୍ୟଯେ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ସଚିବଙ୍କ ଅଧ୍ୟକ୍ଷତା ଏକ ବୈଠକ ବସିଥିଲା। ଏହା ବୈଠକରେ କେତେକ ନିଷତ୍ତି ନିଆଯାଇଛି। ଏକ ଗୁରୁତ୍ତ୍ୱପୂର୍ଣ୍ଣ ନି,୍ପତ୍ତି ଅନୁଯାୟୀ, ଆସନ୍ତା ୫ ତାରିଖରୁ ୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ମାଟ୍ରିକ ସମ୍ମେଟିଭ୍ ପରୀକ୍ଷା ହେବାକୁ ଅଛି। ତେଣୁ ଏହାକୁ ଆଖି ଆଗରେ ରଖି ୮ ତାରିଖ ପରେ ମାଟ୍ରିକ ପିଲାଙ୍କ ଟିକାକରଣ କରିବାକୁ ନିଷ୍ପତ୍ତି ନିଆଯାଇଛି। ଏତଦ୍ ବ୍ୟତୀତ ଏକାଦଶ ଓ ଦ୍ୱାଦଶ ଶ୍ରେଣୀର ପିଲାମାନଙ୍କର ଟିକାକରଣ କରାଯିବ। ଦେଶରେ ଆସନ୍ତା କାଲିଠାରୁ ଟିକାକରଣ ଆରମ୍ଭ ହେଉଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.