Home ଓଡ଼ିଶା ଓମିକ୍ରନ୍ ସଂକ୍ରମଣକୁ ନଜରରେ ରଖି ପଶ୍ଚିମବଙ୍ଗରେ ସ୍କୁଲ କଲେଜ ଆସନ୍ତା ଆଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା

ଓମିକ୍ରନ୍ ସଂକ୍ରମଣକୁ ନଜରରେ ରଖି ପଶ୍ଚିମବଙ୍ଗରେ ସ୍କୁଲ କଲେଜ ଆସନ୍ତା ଆଦେଶ ପର୍ଯ୍ୟନ୍ତ ବନ୍ଦ ଘୋଷଣା

87

ନୂଆ ଦିଲ୍ଲୀ ୨-୧ (ଓଡ଼ିଆ ପୁଅ) ନୂତନ କରୋନା ଭାଇରସ୍‌ ଭ୍ୟାରିଆଣ୍ଟ ଓମିକ୍ରନ ଦେଶରେ ସଂକ୍ରମଣ ହାରକୁ ବଢ଼ାଇ ଦେଇଛି। ପ୍ରଥମେ ଦିଲ୍ଲୀ ସ୍କୁଲ ଏବଂ କଲେଜ ତଥା ଶିକ୍ଷାନୁଷ୍ଠାନଗୁଡ଼ିକ ଆସନ୍ତା ଆଦେଶ ପର୍ଯ୍ୟନ୍ତ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଥିଲା। ସେହି କ୍ରମରେ ବିଭିନ୍ନ ରାଜ୍ୟ ସରକାର ମଧ୍ୟ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ କରିବା ପାଇଁ ଆଦେଶ ଦେବା ଆରମ୍ଭ କରିଦେଲେଣି। ତେବେ ଜାନୁୟାରୀ ୩ ରୁ ପଶ୍ଚିମବଙ୍ଗ ସ୍କୁଲ ଏବଂ କଲେଜ ବନ୍ଦ ରହିବ। ରାଜ୍ୟରେ ୧୨% ପଜିଟିଭିଟି ରେଟ୍‌ ରିପୋର୍ଟ ହେବା ପରେ ରାଜ୍ୟ ସରକାରଙ୍କୁ ଏହିପରି ନିର୍ଣ୍ଣୟ େବାକୁ ବାଧ୍ୟ କରିଛି।

ଅପର ପକ୍ଷରେ ପାର୍କ, ସୁଇମିଂ ପୁଲ ଏବଂ ଏପରିକି ପର୍ଯ୍ୟଟନ ସ୍ଥାନ ପରି ସର୍ବସାଧାରଣ ସ୍ଥାନ ବନ୍ଦ ରହିବ। ଅନ୍ୟ ସରକାରୀ ଏବଂ ବେସରକାରୀ କାର୍ଯ୍ୟାଳୟଗୁଡ଼ିକୁ ୫୦% କ୍ଷମତାରେ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.