Home ଜିଲ୍ଲା ପରିକ୍ରମା ୧୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

୧୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ

47

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି କେନ୍ଦ୍ର ଅବକାରୀ ଗୁଇନ୍ଦା ବିଭାଗ ଦ୍ୱାରା ପୁଣି ଜବତ ହୋଇଛି ୧୪ ଲକ୍ଷ ଟଙ୍କାର ୧୩୮ ଗ୍ରାମ ବ୍ରାଉନ୍‌ସୁଗାର । ଆଜି ଭଦ୍ରକ ବନ୍ତଛକ ନିକଟରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧୀନସ୍ଥ ଅରଞ୍ଜି ଗାଁର ଗଣେଶ ପଣ୍ଡା ନାମକ ଜଣେ ଯୁବକ ବ୍ରାଉନସୁଗାର ଧରି ଛିଡା ହୋଇଥିବାବେଳେ କୌଣସି ସୂତ୍ରରୁ ଖବର ପାଇ କେନ୍ଦ୍ର ଅବକାରୀ ବିଭାଗର ଗୁଇନ୍ଦା ସ୍କ୍ୱାର୍ଡ ଚଢାଉ କରିଥିଲା । ସେହିଭଳି ବନ୍ତଛକ ନିକଟରୁ ଅନ୍ୟ ଏକ ଯୁବକ ଠାରୁ ୧୪ ପେଟି ଆସ୍କା ଫଟି ମଧ୍ୟ ଜବତ କରି ତାକୁ ଗିରଫ କରାଯାଇଛି । ଗିରଫ ଯୁବକ ଜଣକ ହେଲା ବାସୁଦେବପୁର ଅଂଚଳର ବୈକୁଣ୍ଠ ଦାସ । ତାଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଥିବାର ସୂଚନା ମିଳିଛି । ତେବେ ଭଦ୍ରକ ଜିଲାରେ ନିଶା ବ୍ୟବସାୟୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏହାର ମୂଳ ଚେର ବାଲେଶ୍ୱରର ଜଳେଶ୍ୱର ବୋଲି ସମସ୍ତେ ଜାଣିଥିଲେ ମଧ୍ୟ କେହି ଅସଲ ଯୋଗାଣକାରୀକୁ ଧରିବାରେ ସକ୍ଷମ ହେଉନଥିବା ବିଷୟ ସାଧାରଣରେ ଚର୍ଚ୍ଚା ଜୋର ଧରିଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.