Home ଜିଲ୍ଲା ପରିକ୍ରମା ଆଖଣ୍ଡଳମଣିଙ୍କ ନୀତିକାନ୍ତିରେ ଘୋର ଆର୍ଥିକ ସଂକଟ, ସହାୟତା ପାଇଁ ଜିଲାପାଳଙ୍କୁ ଭେଟିଲେ ସେବାୟତ

ଆଖଣ୍ଡଳମଣିଙ୍କ ନୀତିକାନ୍ତିରେ ଘୋର ଆର୍ଥିକ ସଂକଟ, ସହାୟତା ପାଇଁ ଜିଲାପାଳଙ୍କୁ ଭେଟିଲେ ସେବାୟତ

45

ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମହାମାରୀ କରୋନା ପାଇଁ ଦୀର୍ଘମାସ ହେବ ଧର୍ମାନୁଷ୍ଠାନ ବନ୍ଦ ରହିଥିବାବେଳେ ରାଜ୍ୟର ଅନ୍ୟତମ ପ୍ରସିଦ୍ଧ ଶୈବକ୍ଷେତ୍ର ଆରଡି ଧାମର ବାବା ଆଖଣ୍ଡଳମଣିଙ୍କ ମନ୍ଦିର ବନ୍ଦ ରହିଛି । ତେବେ ମଧ୍ୟ ତାଙ୍କର ଦୈନନ୍ଦିନ ନୀତିକାନ୍ତି ସହ ସମସ୍ତ ପର୍ବପର୍ବାଣୀରେ ଅନୁଷ୍ଠିତ ହେଉଥିବା ନୀତିପୂଜା ସେବାୟତମାନେ ନିଜେ ବହନ କରିଆସୁଛନ୍ତି । ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି ୨୦୨୦ ମାର୍ଚ୍ଚ ମାସ ଠାରୁ ଆଜିପର୍ଯ୍ୟନ୍ତ ମନ୍ଦିର ବନ୍ଦ ରହିଥିବାରୁ କୌଣସି ଶ୍ରଦ୍ଧାଳୁ ଭକ୍ତଙ୍କ ପାଦ ଏଠାରେ ପଡୁନାହିଁ । ଫଳରେ ସେମାନଙ୍କ ଦାନ ଦକ୍ଷିଣା ବିନା ସେବାୟତଙ୍କ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡିଥିବା ବିଷୟ ସେବାୟତ ସନ୍ତୋଷ ପାଢୀ, ଜୀବନାନନ୍ଦ ପାଢୀ, ପପୁନ ପାଢୀ ପ୍ରମୁଖ ପ୍ରକାଶ କରିଛନ୍ତି । ଏମାନଙ୍କ ଅଭିଯୋଗ ମୂଳେ ମଣିବାବାଙ୍କ ଦୈନନ୍ଦିନ ନୀତିକାନ୍ତି ପାଇଁ ବର୍ତ୍ତମାନ ସମୟରେ ୫ ରୁ ୭ ହଜାର ଟଙ୍କା ଖର୍ଚ୍ଚ ହେଉଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସହାୟତା ରାଶି ଯୋଗାଇ ଦିଆଯାଏନାହିଁ । ହେଲେ ମହାମାରୀ କରୋନା ସମୟରେ ମଣିବାବାଙ୍କ ନୀତିକାନ୍ତିର ସୁପରିଚାଳନା ନିମନ୍ତେ ଆର୍ଥିକ ସହାୟତା ରାଶି ଯୋଗାଇ ଦେବାପାଇଁ ସେବାୟତମାନେ ଜିଲାପାଳ, ଉପଜିଲାପାଳ ଓ ସ୍ଥାନୀୟ ବିଧାୟକଙ୍କ ନିକଟରେ ଦାବି କରୁଥିଲେ ମଧ୍ୟ କେହି ନଶୁଣିବାରୁ ବାଧ୍ୟହୋଇ ଶେଷରେ ଆଜି ମନ୍ଦିରର ସେବାୟତମାନେ ଆରଡି ପୀଠରୁ ଆସି ଜିଲାପାଳ ଡ. ଜ୍ଞାନ ଦାସଙ୍କୁ ଭେଟିବା ସହ ତୁରନ୍ତ ନୀତିକାନ୍ତି ପାଇଁ ଆର୍ଥିକ ସହାୟତା ରାଶି ଯୋଗାଇଦେବାର ଦାବି କରିଛନ୍ତି । ଏବଂ ଆଗାମୀ ଦିନରେ ଏହି ଆର୍ଥିକ ସହାୟତା ଯୋଗାଇ ଦିଆନଗଲେ ବାବାଙ୍କ ନୀତିକାନ୍ତି ବନ୍ଦ ହେବାର ଆଶଙ୍କା ଦେଖାଦେବ ବୋଲି ସୂଚାଇଛନ୍ତି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.