Home କଳାହାଣ୍ଡି ୧୪ ଦଫା ଦାବୀ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡି ସଂଘ

୧୪ ଦଫା ଦାବୀ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ଘେରିଲେ ଅଙ୍ଗନୱାଡି ସଂଘ

84

କଳାହାଣ୍ଡି – ତା.୦୫.୧୧.୨୦୧୯ (ଓଡିଆପୁଅ) ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଲିତ କଳାହାଣ୍ଡି ଜିଲ୍ଲା ଅଙ୍ଗନୱାଡି ଲେଡିଜ ୱାର୍କର୍ରସ ୟୁନିଅନ ଡାକରାରେ ୧୪ ଦଫା ଦାବୀ ନେଇ କଳାହାଣ୍ଡି ଜିଲ୍ଲାପାଳଙ୍କ ଅଫିସ ଘେରାଉ କରିଛନ୍ତି ଜିଲ୍ଲା ଅଙ୍ଗନୱାଡି ସଂଘ । ଭବାନୀପାଟଣାସ୍ଥିତ ବାଲାଜୀ ମନ୍ଦିର ସମ୍ମୁଖରୁ ଏକ ଶୋଭାଯାତ୍ରାରେ ବାହାରି ଅଙ୍ଗନୱାଡି କର୍ମୀ ମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ କାର୍ଯୟାଳୟ ଗେଟ ସମ୍ମୁଖକୁ ପହଂଚିଥିଲେ । ଜିଲ୍ଲା ସଭାନେତ୍ରୀ ଝୂନୁପମା ଶତପଥିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବିକ୍ଷୋଭରେ ଜିଲ୍ଲାର ସମସ୍ତ ପଦାଧିକାରିଣୀଙ୍କ ସମେତ ସମସ୍ତ କର୍ମୀମାନେ ଯୋଗ ଦେଇଥିଲେ । ଅଙ୍ଗନୱାଡି କର୍ମୀ, ସହାୟୀକା ତଥା ମିନି ଅଙ୍ଗନଙ୍ଗାଡି କର୍ମୀ ମାନଙ୍କୁ ସରକାରୀ ମାନ୍ୟତା ପ୍ରଦାନ, ଦରମା ବୃଦ୍ଧି, ନୂତନ ଖାଦ୍ୟ ର ମୂଲ୍ୟ ବୃଦ୍ଧି,ଅଙ୍ଗନୱାଡି କର୍ମୀ ମାନଙ୍କୁ ଗାଁ କଲ୍ୟାଣ ସମିତି କାର୍ଯ୍ୟକ୍ରମରୁ ବାଦ ଦେବା ଆଦି ୧୪ ଦଫା ଦାବୀ ଜଣାଇଥିଲେ । ଏସଂପର୍କରେ ମୂଖ୍ୟମନ୍ତ୍ରୀ ଙ୍କ ଉଦେ୍ଦଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବୀ ପତ୍ର ଦାଖଲ କରାଯାଇଥିଲା ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.