Home ଜିଲ୍ଲା ପରିକ୍ରମା ୧୪ ଦଫା ଦାବି ନେଇ ଓଡ଼ିଶା ବହୁଜନ ସାମ୍ମୁଖ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

୧୪ ଦଫା ଦାବି ନେଇ ଓଡ଼ିଶା ବହୁଜନ ସାମ୍ମୁଖ୍ୟର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲାପାଳଙ୍କୁ ଦାବିପତ୍ର

23

ଭଦ୍ରକ, ୧୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନୁଗୁଳ ସହରରେ ଥିବା ବାବା ସାହେବ ଆମ୍ବେଦକର ଫାଉଣ୍ଡେସନର କ୍ୟାମ୍ପସ ଓ ବାବା ସାହେବ ପ୍ରତିମୂର୍ତ୍ତି ଉଚ୍ଛେଦ ଆଦେଶ ରଦ୍ଦ ଓ ନିଶୁଲ୍କ ସ୍ଥାୟୀ ପଟ୍ଟା ପ୍ରଦାନ ଓ ରାଜ୍ୟର ପ୍ରତି ଜିଲାରେ ଆମ୍ବେଦକର ଭବନ ପ୍ରତିଷ୍ଠା ପାଇଁ ଜମି ଯୋଗାଇଦେବା ପାଇଁ ଓଡ଼ିଶା ବହୁଜନ ସାମ୍ମୁଖ୍ୟ ଭଦ୍ରକ ଶାଖା ପକ୍ଷରୁ ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ୧୪ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଏହି ଦାବିଗୁଡିକ ହେଲା ଅନୁଗୁଳ ସହରରେ ଥିବା ଆମ୍ବେଦକର ଫାଉଣ୍ଡେସନ ଦ୍ୱାରା ନିର୍ମିତ ଆମ୍ବେଦକର ଭବନ ଓ ସ୍ଥାପିତ ଆମ୍ବେଦନକର ପ୍ରର୍ତ୍ତିମୂର୍ତ୍ତି ଉଚ୍ଛେଦ ସଂପର୍କରେ ଅନୁଗୁଳ ଜିଲା ପ୍ରଶାସନ ପକ୍ଷରୁ ଜାରି କରାଯାଇଥିବା ନୋଟିସ୍‌କୁ ପ୍ରତ୍ୟାହାର କରି ଏହି ଜାଗାକୁ ଫାଉଣ୍ଡେସନ ନାମରେ ନିଃଶୁଳ୍କ ପଟ୍ଟା ପ୍ରଦାନ କରାଯାଉ । ବିଶେଷକରି ମହା କାରୁଣିକ ମହାତ୍ମା ତଥାଗତ ବୁଦ୍ଧଙ୍କ ପ୍ରତିମୂର୍ତ୍ତି ଓ ଭାରତରତ୍ନ ବାବା ସାହେବ ଡ. ବି. ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଓ ଫାଉଣ୍ଡେସନ ଭାଙ୍ଗିବା ତଥା ବହୁଜନ ନେତୃତ୍ୱମାନଙ୍କୁ ଅମାନବୀୟ ବ୍ୟବହାର ପାଇଁ ଅନୁଗୁଳ ଜିଲାପାଳଙ୍କୁ ତାଙ୍କ ପଦବୀରୁ ବହିଷ୍କାର କରିବା ପାଇଁ ଦାବି କରାଯାଇଛି । ଆମ୍ବେଦକରଙ୍କ ଫଟୋ ଥିବା ଏକ ଗଂଜି ପିନ୍ଧିଥିବା ଭଦ୍ରକ ପୀରହାଟ ଥାନା ଅନ୍ତର୍ଗତ କେଳାସାହି ବାସିନ୍ଦା ରାଜୁ ଦାସଙ୍କୁ ବିନ୍ଧା ବଜାର ଠାରେ ସର୍ବସାଧାରଣ ସ୍ଥାନରେ ମାଡମାରିବା ଘଟଣାରେ ଦୋଷୀମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

ସେହିପରି ବିଭିନ୍ନ ଥାନାରେ ଏସିସି/ଏସ୍‌ଟି ନିର୍ଯ୍ୟାତନା ମାମଲାରେ ଅଭିଯୁକ୍ତମାନଙ୍କୁ ଗିରଫ ନକରିବା ଓ ନିର୍ଯ୍ୟାତିତ ମାନଙ୍କୁ ଉପଯୁକ୍ତ ନ୍ୟାୟ ମିଳୁନାହିିଁ । ପୀରହାଟ ଥାନା ଅଧିକାରୀ ଓ ଚାନ୍ଦବାଲି ଏସ୍‌ଡିପିଓ ନିର୍ଯ୍ୟାତନା ମାମଲାରେ କୌଣସି ପଦକ୍ଷେପ ଗ୍ରହଣ କରୁନଥିବାରୁ ଅପରାଧୀମାନଙ୍କ ମନୋବଳ ବଢିଛି । ଏସ୍‌ସି/ଏସ୍‌ଟି ମାମଲାରେ ସରକାରଙ୍କ ତରଫରୁ ଯେଉଁ ସହାୟତା ରାଶି ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ଦିଆଯିବା ସହ ଛାତ୍ରଛାତ୍ରୀମାନଙ୍କୁ ଇଂଜିନିୟରିଂ ଓ ମେଡିକାଲ କଲେଜରେ ନାମଲେଖା କ୍ଷେତ୍ରରେ ସଂରକ୍ଷଣ ରଖିବା ପାଇଁ ଦାବି କରାଯାଇଛି । ଅପରପକ୍ଷରେ ବହୁଜନ ସାମ୍ମୁଖ୍ୟ ପକ୍ଷରୁ ଅମଲା ସଂଘର ନ୍ୟାର୍ଯ୍ୟ ଦାବିଗୁଡିକ ଗ୍ରହଣ କରି ନ୍ୟାୟ ପ୍ରଦାନ କରିବା ସହ ଅଘୋଷିତ ବିଦ୍ୟୁତକାଟ ଓ ବିଦ୍ୟୁତ୍ ଶୁଳ୍କର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ ଦାବି କରାଯାଇଛି । ଅତ୍ୟାବଶ୍ୟକୀୟ ସାମଗ୍ରୀର ଦରବୃଦ୍ଧି କମାଇବା, ପେଟ୍ରୋଲ, ଡିଜେଲ୍‌, ଗ୍ୟାସ୍ ସିଲିଣ୍ଡର ଦର ହ୍ରାସ ସହ ସରକାରୀ ଡାକ୍ତରଖାନା ଓ ଗଣଶିକ୍ଷା ବିଭାଗରେ ଖାଲି ପଡିଥିବା ଡାକ୍ତର ଓ ଶିକ୍ଷୟିତ୍ରୀ, ଅଧ୍ୟାପକ-ଅଧ୍ୟାପିକା ପଦବୀ ପୂରଣ କରିବା ପାଇଁ ଦାବି କରାଯାଇଛି । ଭୁବନେଶ୍ୱର ଠାରେ ଆମ୍ବେଦକର ସ୍ମାରକୀ ଓ ଆମ୍ବେଦକର ଭବନ ନିର୍ମାଣ ପାଇଁ ବାବା ସାହେବ ଆମ୍ବେଦକର ରିସର୍ଚ୍ଚ ଏଣ୍ଡ ଡେଭଲୋପମେଣ୍ଟ ଟ୍ରଷ୍ଟ ପକ୍ଷରୁ ଭୁବନେଶ୍ୱରର ଏକ ପ୍ରମୁଖ ସ୍ଥାନରେ ଜମି ଯୋଗାଇ ଦେବାକୁ କରାଯାଇଥିବା ଆବେଦନକୁ ଗ୍ରହଣ କରି ତୁରନ୍ତ ଆବଶ୍ୟକ ପଦକ୍ଷେପ ନିଆଯିବା ପାଇଁ ଦାବି କରାଯାଇଛି । ଏହାବ୍ୟତୀତ ସମାଜ ପାଇଁ ଉତ୍ସର୍ଗୀକୃତ ଜନନାୟକ ବାବା ସାହେବ ଆମ୍ବେଦକର, ପ୍ୟାରିୟାର ରାମସ୍ୱାମୀ, ଜ୍ୟୋତିବା ଫୁଲେ, ମାତା ସାବିତ୍ରୀ ବାଇ ଫୁଲେ, ବିର୍ସା ମୁଣ୍ଡା, ରାମ ମନୋହର ଲୋହ୍ୟାଙ୍କ ଜୀବନୀ ଓ ଆଦର୍ଶକୁ ସ୍କୁଲ ଓ କଲେଜ ପାଠ୍ୟକ୍ରମରେ ସାମିଲ କରିବା ପାଇଁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.