Home କେନ୍ଦୁଝର ୧୪ଲକ୍ଷ ଟଙ୍କାରେ ନିଲାମ ହେଲା ପୋଖରୀ

୧୪ଲକ୍ଷ ଟଙ୍କାରେ ନିଲାମ ହେଲା ପୋଖରୀ

68

ହାଟଡିହି ୪ । ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକ ସୋସୋ ପଞ୍ଚାୟତରେ ଏକ ପୋଖରୀ ୧୪ଲକ୍ଷ ୫୦୦ଟଙ୍କାରେ ନିଲାମ ହୋଇଥିବା ଚର୍ଚ୍ଚାର ବିଷୟ ପାଲଟିଛି । ପୁର୍ବରୁ ଏହି ପୋଖରୀଟି ଏକ ଲକ୍ଷ ଟଙ୍କାରେ ନିଲାମ ହେଉଥିବାବେଳେ ଚଳିତବର୍ଷ ଗ୍ରାମର ଦୁଇଗୋଷ୍ଠୀଙ୍କ ଭିତରେ ଯିଦ ଯାଦ ଲାଗି ଏହାକୁ ୧୪ଲକ୍ଷରୁ ଉର୍ଦ୍ଧ ଟଙ୍କାରେ ନିଲାମ କରାଯାଇଛି । ଆଜି କାନପୁର ଗ୍ରାମରେ ଥିବା ଗୋଡୁପୋଖରୀର ନିଲାମ ହେବାନେଇ ପୁର୍ବରୁ ନୋଟିସ ଦିଆଯାଇଥିଲା । ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ଅନୁଷ୍ଠିତ ଏହି ନିଲାମ ପ୍ରକ୍ରୀୟାରେ ଜିପିଓ ନବିନ ନାୟକ, ପିଇଓ ଅମିନ ମାଝୀ, ନରହରି ନାୟକ, ଭାରପ୍ରାପ୍ତ ସରପଞ୍ଚବେଣୁଧର ବିନ୍ଧାଣି, ଜିଆରଏସ ସତ୍ୟେନ୍ଦ୍ର ପାଗଳ ପ୍ରମୁଖ ଉପସ୍ଥିତ ରହି ନିଲାମ କରିଥିଲେ । ଏଥିରେ କାନପୁର ଗ୍ରାମର କାମେଶ୍ୱର ଏସଏସଜି ଗ୍ରୁପ ଓ ମା ଲକ୍ଷ୍ମୀନାରାୟଣ ଏସଏସଜି ଗ୍ରୁପ ମଧ୍ୟରେ ନିଲାମ ଡକାଯାଇଥିଲା । ଶେଷରେ କାମେଶ୍ୱର ଏସଏସଜି ଗ୍ରୁପ ୧୪ଲକ୍ଷ ୫ଶହ ଟଙ୍କାରେ ଏହି ପୋଖରୀକୁ ନିଲାମ ନେଇଥିବା ଜିପିଓ ନବିନ ନାୟକ ସୁଚନା ଦେଇଛନ୍ତି । ସମଗ୍ର ବ୍ଲକରେ ଏତେ ଟଙ୍କାରେ ଏକ ପୋଖରୀ ନିଲାମ ହେବା ଏହା ପ୍ରଥମ ଘଟଣା ବୋଲି ଆଲୋଚନା ହେଉଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.