Home କେନ୍ଦୁଝର ହାଟଡିହି ଡାକ୍ତରଖାନାକୁ ଅପଗ୍ରେଡେଡ କରିବାକୁ ଦାବି ଜୋର ଧରିଲା

ହାଟଡିହି ଡାକ୍ତରଖାନାକୁ ଅପଗ୍ରେଡେଡ କରିବାକୁ ଦାବି ଜୋର ଧରିଲା

37

ହାଟଡ଼ିହି, ୪ / ୯ : (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ହାଟଡିହି ଏରିଆ ହସପିଟାଲକୁ ଅପଗ୍ରେଡଡ କରିବାକୁ ଦାବି ଜୋର ଧରିଛି । ଏହି ଡାକ୍ତରଖାନାଟି ଉପରେ ହାଟଡିହି ବ୍ଲକର ହାଟଡିହି, ଶାସଙ୍ଗ, ପନ୍ଦାଡୋ, ବଞ୍ଚୋ, ଅକରୁଆ, ମରୈଗାଁ, ସଢ଼ା, ଇଞ୍ଚୋଳ ଆଦି ପଞ୍ଚାୟତା ୫୦ହଜାରରୁ ଉର୍ଦ୍ଧ ଲୋକ ନିର୍ଭର କରିଥାନ୍ତି । ଏହି ଡାକ୍ତରଖାନାଟି ଆନନ୍ଦପୁର-ଭଦ୍ରକ ରାଜ୍ୟ ରାଜପଥ କଡରେ ଅବସ୍ଥିତ ହୋଇଥିବାରୁ ଅନେକ ସମୟରେ ଦୁର୍ଘଟଣାର ଶୀକାର ହୋଇ ରୋଗୀମାନେ ଚିକିତ୍ସା ପାଇଁ ଧାଇଁ ଆସିଥାନ୍ତି । କିନ୍ତୁ ଦୁର୍ଭାଗ୍ୟର ବିଷୟ ଯେ ଏଠାରେ ଦୀର୍ଘବର୍ଷ ହେବ ଡାକ୍ତର ଅଭାବ ଯୋଗୁଁ ଚିକିତ୍ସା ସୁବିଧା ନପାଇ ରୋଗୀମାନେ ନିରାଶ ହୋଇ ଅନ୍ୟ ଡାକ୍ତରଖାନାକୁ ଯାଇ ଅଯଥା ଖର୍ଚ୍ଚାନ୍ତ ହୋଇଥାନ୍ତି । ପୁର୍ବରୁ ଏହି ଡାକ୍ତରଖାନାରେ ନିୟମିତ ଦୁଇଶହରୁ ଉର୍ଦ୍ଧ ରୋଗୀଙ୍କ ଲମ୍ବା ଧାଡି ଲାଗୁଥିବାବେଳେ ଜଣେ ମାତ୍ର ଡାକ୍ତର ସମସ୍ତ ରୋଗୀଙ୍କ ଚିକିତ୍ସା କରୁଥିଲେ । କିନ୍ତୁ ସେହି ଡାକ୍ତରଙ୍କ ବଦଳି ହୋଇଯିବା ପରଠାରୁ ଡାକ୍ତରଖାନାଟି ଡାକ୍ତର ବିହୀନ ହୋଇପଡିବାରୁ ଏଠାରେ ରୋଗୀଙ୍କ ସଂଖ୍ୟା ହ୍ରାସ ପାଇଯାଇଛି । ସେହିପରି ରାତିରେ ଅନେକ ଦୁର୍ଘଟଣାର ଶୀକାର ହୋଇ ଅନେକ ରୋଗୀ ଆସୁଥିଲେବି ଡାକ୍ତର ନଥିବାରୁ ଉପଖଣ୍ଡ ଚିକିତ୍ସାଳୟକୁ ଯିବାକୁ ବାଧ୍ୟ ହେଉଛନ୍ତି । ଗତ କିଛିମାସ ହେବ ଡିଏମଏଫ ଫଣ୍ଡରୁ ଜଣେ ଅବସରପ୍ରାପ୍ତ ଡାକ୍ତରଙ୍କୁ ନିଯୁକ୍ତି ଦିଆଯାଇ ଥିଲେବି ଡାକ୍ତର ଜଣଙ୍କ ଉପଯୁକ୍ତ ସେବା ଯୋଗାଇ ପାରୁ ନାହାନ୍ତି । ଅନେକ ସମୟରେ ରୋଗୀଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଯୋଗୁଁ ରୋଗୀମାନେ ଏହି ଡାକ୍ତରଖାନାକୁ ଆସିବାକୁ ରାଜି ହେଉନଥିବା ଅଭିଯୋଗ ହେଉଛି । ଡାକ୍ତର ଜଣକ ରୋଗୀଙ୍କ ଭଲମନ୍ଦ ଓ ସୁବିଧା ଅସୁବିଧା ବୁଝିନପାରି ବିରକ୍ତି ଭାବ ପ୍ରଦର୍ଶନ କରୁଥିବା ନେଇ ଅଭିଯୋଗ ହେଉଛି । ଏହାକୁନେଇ ଅନେକ ସମୟରେ ଡାକ୍ତରଖାନା ପରିସରରେ ଉତ୍ତେଜନା ମଧ୍ୟ ପ୍ରକାଶ ପାଉଛି । ଫଳରେ ସାଧାରଣ ରୋଗୀମାନେ ଥଣ୍ଡା, ଜ୍ୱରରେ ପିଡିତ ହୋଇଥିଲେବି ବାଧ୍ୟହୋଇ ଦୁର ଦୁରାନ୍ତ ଡାକ୍ତରଖାନାକୁ ଯିବାକୁ ବାଧ୍ୟ ହେଉଛନ୍ତି । ଏହି ଡାକ୍ତରଖାନାଟି ବ୍ଲକର କେନ୍ଦ୍ରସ୍ଥଳରେ ଥିବାବେଳେ ଏଠାକୁ ସମସ୍ତ ଅଞ୍ଚଳରୁ ଗମନାଗମନର ସୁବିଧା ଅଛି । ନିକଟରେ ବ୍ଲକ, ତହସିଲ, ବ୍ୟାଙ୍କ, କୋର୍ଟ କଚେରୀ ପ୍ରଭୃତି କାର‌୍ୟ୍ୟାଳୟ ଥିବାବେଳେ ଡାକ୍ତରଖାନାକୁ ଅପଗ୍ରେଡେଡ କରିବାପାଇଁ ଆବଶ୍ୟକ ଭିତ୍ତିଭୁମୀ ମଧ୍ୟ ରହିଛି । ଅପଗ୍ରେଡଡ କରିବା ପାଇଁ ଗତ ୧୦ବର୍ଷ ହେଲା ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହୋଇ ଆସୁଥିଲେ ମଧ୍ୟ ବିଭାଗୀୟ କର୍ତ୍ତୁପକ୍ଷଙ୍କ ଉଦାସୀନତା ଯୋଗୁଁ ତାହା ଫାଇଲ ତଳେ ଚାପିହୋଇ ରହିଯାଇଛି । ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତୁରନ୍ତ ଏହି ଡାକ୍ତରଖାନାକୁ ଅପଗ୍ରେଡଡ କରିବା ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.