Home ଓଡ଼ିଶା ୧୪ରେ ବିଶ୍ୱକଲ୍ୟାଣ ଶତରୁଦ୍ରାଭିଷେକ

୧୪ରେ ବିଶ୍ୱକଲ୍ୟାଣ ଶତରୁଦ୍ରାଭିଷେକ

146

ପିପିଲି ୧-୮ (ଓଡ଼ିଆ ପୁଅ) ପିପିଲି ନିକଟସ୍ଥ ରଇଁଶୋଲ ଗ୍ରାମସ୍ଥିତ ଶ୍ରୀନୀଳକଣ୍ଠେଶ୍ୱର ଦେବ ମନ୍ଦିର ପରିସରରେ ଆସନ୍ତା ୧୪ ତାରିଖରେ ନମକ ଚମକ ବିଧିରେ ଶତରୁଦ୍ରାଭିଷେକ ଆୟୋଜନ କରାଯିବ। ଏଥିପାଇଁ ପ୍ରସ୍ତୁତି କାର୍ଯ୍ୟକ୍ରମ ଜୋରସୋରରେ ଚାଲିଛି। ଯାହା ଏହି ଅଂଚଳ ପାଇଁ ପ୍ରଥମ। ଶ୍ରାବଣ ଶୁକ୍ଳ ଚତୁର୍ଦ୍ଦଶୀ ଦିନ ଏହି ଅଭିଷେକ କରାଯିବ। ସେଦିନ ପ୍ରଥମେ ସୂର୍ଯ୍ୟାର୍ଘ୍ୟ ଦାନ, ପାର୍ଶ୍ୱ ଦେବତା ପୂଜନ, ଦ୍ୱାରପାଳ ପୂଜନ, ମନ୍ଦିର ପ୍ରବେଶ କାର୍ଯ୍ୟ ପରେ ଶିବାର୍ଚ୍ଚନା କରାଯିବ। ସେହି ଶିବାର୍ଚ୍ଚନର ମହାସ୍ନାନ ବିଧିରେ ଶୁକ୍ଳ ଯଜୁର୍ବେଦୀୟ କାନ୍ୱଶାଖ୍ୟ ଶତରୁଦ୍ରାଭିଷେକକୁ ନମକ ଚମକ ବିଧିରେ କରାଯିବ। ଏଥିରେ ରାଜ୍ୟର ବିଭିନ୍ନ ଅଂଚଳରୁ ୫୦ରୁ ଅଧିକ କର୍ମକାଣ୍ଡୀ ବ୍ରାହ୍ମଣ ଓ ବେଦପାଠୀ ଯୋଗଦେବେ ବୋଲି ଅଭିଷେକର ଆୟୋଜକ କମିଟି ପକ୍ଷରୁ ପଣ୍ଡିତ ଶରତ ଚନ୍ଦ୍ର ଦାଶ, ସୁଦର୍ଶନ ମିଶ୍ର, ସୂର୍ଯ୍ୟ ପ୍ରସାଦ ରଥ, ମହାଦେବ ଶତପଥୀ, ହେମନ୍ତ କୁମାର ମିଶ୍ର, ଲକ୍ଷ୍ମୀଧର ଦାଶ, ତପନ କୁମାର ଦାଶ ଓ ଶ୍ରୀ ଅଖଣ୍ଡ ପ୍ରମୁଖ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ଅବସରରେ ଆୟୋଜିକ ଏକ ସଭାରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ ବେଦ ବିଭାଗ ମୁଖ୍ୟ ଡକ୍ଟର ଦିବାକର ମହାପାତ୍ର ଶୁକ୍ଳ ଯଜୁର୍ବେଦୀୟ କାଣ୍ୱଶାଖୀୟ ଶତରୁଦ୍ରାଭିଷେକକୁ ନମକ ଚମକ ବିଧି ଉପରେ ଆଲୋଚନା କରିବେ। ବିଶ୍ୱକଲ୍ୟାଣ ପାଇଁ ହେଉଥିବା ଶତରୁଦ୍ରାଭିଷେକ ଯୋଗ ଦେଇ ଦିବ୍ୟ ଅନୁଭବ ଲାଭ କରିବାକୁ ରଇଁଶୋଲ ଗ୍ରାମବାସୀ ବୃନ୍ଦ ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.