Home ଓଡ଼ିଶା ୧୦ ଶିଶୁ ଶ୍ରମିକ ଉଦ୍ଧାର

୧୦ ଶିଶୁ ଶ୍ରମିକ ଉଦ୍ଧାର

203

ବାଲେଶ୍ଵର, ୦୨/୦୮, (ଓଡ଼ିଆ ପୁଅ/ପଙ୍କଜିନୀ ନାୟକ): ୧୦ ଶିଶୁ ଶ୍ରମିକଙ୍କୁ ଆଜି ଉଦ୍ଧାର କରିଛି ପୋଲିସ। ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ଢ଼ାବାରେ ଶିଶୁ ଶ୍ରମିକର ମୃତ୍ୟୁ ପରେ ଏବେ କଟକ ପୋଲିସର ନିଦ ଭାଙ୍ଗିଛି। ତେବେ କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପ୍ରାୟ ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସ।

ଏକ ସ୍ୱତନ୍ତ୍ର ସ୍କ୍ୱାଡ୍‌ଗଠନ କରି ଟାଙ୍ଗୀ ଥାନା ଅଞ୍ଚଳରେ ଥିବା ବିଭିନ୍ନ ଢାବା, ହୋଟେଲ ଉପରେ ଚଢ଼ାଉ କରିଥିଲେ। ଏହି ଚଢ଼ାଉ ବେଳେ ୧୦ ଜଣ ଶିଶୁ ଶ୍ରମିକଙ୍କୁ ଉଦ୍ଧାର କରିଛି ପୋଲିସର ଏହି ସ୍ୱତନ୍ତ୍ର ଟିମ୍‌। ପରେ ଶ୍ରମିକଙ୍କୁ ଟାଙ୍ଗୀ ପୋଲିସ ସିଡବ୍ଲୁସିଙ୍କୁ ହସ୍ତାନ୍ତର କରାଯାଇଛି। ପରିବାର ଲୋକେ ଆସିବାପରେ ଏହି ବାଳ ଶ୍ରମିକ ମାନଙ୍କୁ ସେମାନଙ୍କ ଜିମା ଦିଆଯିବ ବୋଲି ଜଣାପଡ଼ିଛି। ତେବେ ଉଦ୍ଧାର ହୋଇଥିବା ସମସ୍ତ ଶିଶୁ ଶ୍ରମିକଙ୍କ ଘର ବିହାର ଓ ତେଲେଙ୍ଗାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ତେବେ ଆଗକୁ ଏଭଳି ଚଢ଼ାଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.