Home କେନ୍ଦୁଝର ୧୨ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ ହେଲାନି

୧୨ ୱାର୍ଡରେ ପ୍ରାର୍ଥୀପତ୍ର ଦାଖଲ ହେଲାନି

32

ହାଟଡ଼ିହି, ୨୪ /୧ (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ୪୧୯ଟି ୱାର୍ଡ ଥିବାବେଳେ ସେଥିମଧ୍ୟରୁ ୧୨ଗୋଟି ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନଥିବା ଜଣାପଡିଛି। କେ.ବାଲିପାଳ ପଞ୍ଚାୟତର ୩ନଂ ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନଥିବାବେଳେ ଶାସଙ୍ଗର ୩ନଂ ଓ ୫ନମ୍ବର ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ୩ନଂ ୱାର୍ଡଟି ଅନୁସୁଚିତ ଜାତି ପାଇଁ ସଂରକ୍ଷିତ ଥିବାରୁ ଓ ସେଠାରେ ମାତ୍ର ଗୋଟିଏ ପରିବାର ଅନୁସୁଚିତ ଜାତିର ଥିବାବେଳେ ତାଙ୍କର କେହି ନାମାଙ୍କନ ଦାଖଲ କରିନଥିଲେ। ସେହିପରି ୫ନଂ ୱାର୍ଡରେ ମଧ୍ୟ ସମାନ ଅବସ୍ଥା। ଏହି ୱାର୍ଡଟି ଅନୁସୁଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରଖାଯାଇଥିବାବେଳେ ଏହି ୱାର୍ଡରେ ମାତ୍ର ଗୋଟିଏ ପରିବାର ଅନୁସୁଚିତ ଜନଜାତିର ଅଛନ୍ତି। ଏହି ପରିବାରରୁ କେହି ନାମାଙ୍କନପତ୍ର ଦାଖଲ କରିବାକୁ ରାଜି ହୋଇ ନଥିଲେ। ସେହିପରି କଳିଗାଁ ପଞ୍ଚାୟତର ୪ନଂ ୱାର୍ଡ ସଂରକ୍ଷିତ ଥିବା କାରଣରୁ ସେଠାରେ ମାତ୍ର ସେହି ଯାତିର ଗୋଟିଏ ପରିବାର ଥିବାରୁ କେହି ନାମାଙ୍କନପତ୍ର ଦାଖଲ କରିନଥିଲେ। ଓରାଳିର ୮ନଂ ୱାର୍ଡ, ପଞ୍ଚୁଗୋଛିଆର ୨୦ନଂ ୱାର୍ଡ, ବଡରମ୍ପାସର ୧୩ନଂ ୱାର୍ଡ, ହାବଳେଶ୍ୱରର ୧୫ନଂ ୱାର୍ଡ, ଗେଡମାର ୯ନଂ ୱାର୍ଡ, ଆମ୍ବୋ ପଞ୍ଚାୟତର ୪ନଂ ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି। ସେହିପରି ପନ୍ଦାଡୋର ୧ନଂ ୱାର୍ଡଟି ଅନୁସୁଚିତ ଜନଜାତିର ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ସ୍ଥାନରେ ଜଣେ ପୁରୁଷ ନାମାଙ୍କନପତ୍ର ଦାଖଲ କରିଥିବାରୁ ତାହା ନାକଚ ହୋଇଥିବାବେଳେ ଓ ୫ନଂ ୱାର୍ଡରେ କେହି ନାମାଙ୍କନପତ୍ର ଦାଖଲ କରିନାହାନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.