Home କେନ୍ଦୁଝର ୧୩୦ ୱାର୍ଡସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହେବେ

୧୩୦ ୱାର୍ଡସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହେବେ

27

ହାଟଡ଼ିହି, ୨୪ /୧ (ଓଡିଆ ପୁଅ/ବିକାଶ ବିଶ୍ୱାଳ) ହାଟଡିହି ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ୪୧୯ଟି ୱାର୍ଡରୁ ୧୩୦ଜଣ ୱାର୍ଡସଭ୍ୟ ନିଦ୍ୱନ୍ଦରେ ନିର୍ବାଚିତ ହେବା ନିଶ୍ଚିତ ହୋଇଛି। ଏହି ୧୩୦ଟି ୱାର୍ଡରେ ଜଣେ ଲେଖାଏଁ ନାମାଙ୍କନପତ୍ର ଦାଖଲ କରିଥିବାରୁ ସେମାନେ ନିଦ୍ୱନ୍ଦରେ ନିର୍ବାଚିତ ହେବା ସୁନିଶ୍ଚିତ ହୋଇଛି। କଳିଗାଁ ପଞ୍ଚାୟତର ୧୩ଟି ୱାର୍ଡରୁ ୧୦ଟି ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବାବେଳେ ହାବଳେଶ୍ୱର ପଞ୍ଚାୟତର ୧୭ଟି ୱାର୍ଡରୁ ୧୧ଟି ୱାର୍ଡରେ ଜଣେ ଲେଖାଏଁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଶାସଙ୍ଗ ପଞ୍ଚାତର ୮ଓ ୧୦ନମ୍ବର ୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ପଢ଼ିଆରିପଲ୍ଲୀରେ ୪, ୧୧, ୧୨ନଂ ୱାର୍ଡ, ସୋସୋ ପଞ୍ଚାୟତର ୯ ଓ୧୦ନଂ ୱାର୍ଡ, ବାଲିବରେଇ ପଞ୍ଚାୟତର ୨, ୪, ୫, ୭, ୯, ୧୦, ୧୧ନଂ ୱାର୍ଡ, ବାଙ୍ଗୋରର ୧ ଓ ୧୪ନଂ ୱାର୍ଡ, କେ ବାଲିପାଳ ପଞ୍ଚାୟତର ୨, ୬, ୭, ୧୧ନଂ ୱାର୍ଡ, ଧନୁର୍ଜୟପୁର ପଞ୍ଚାୟତର ୩, ୪, ୫, ୬, ୧୦, ଓ ୧୧ନଂ ୱାର୍ଡ, ହଦଗଡର ୧୦ନଂ ୱାର୍ଡ, ଢ଼େଙ୍କାର ୨, ୩, ୪, ୫, ୧୨, ୧୪, ୧୫, ଓ ୧୮ନଂ ୱାର୍ଡ, ମରୈଗାଁର ୨, ୪, ୧୦, ୧୧, ୧୨, ୧୩, ୧୪ନଂ ୱାର୍ଡ, ହାଟଡିହି ପଞ୍ଚାୟତର ୨, ୫, ୬, ୧୩ ଓ ୧୪ନଂ ୱାର୍ଡ, ପନ୍ଦାଡୋର ୬, ୭, ୯ନଂୱାର୍ଡ, ସଢ଼ା ପଞ୍ଚାୟତର ୪, ଓ ୫ନଂୱାର୍ଡ, ଜମ୍ଭୀରାର ୨, ୩, ୪, ଓ ୧୧ନଂୱାର୍ଡ, ଓରାଳିର ୯ନଂ ୱାର୍ଡ, ଆମ୍ବୋର ୨, ୭, ୧୩, ୧୭ନଂୱାର୍ଡ, ଇଞ୍ଚୋଳ ପଞ୍ଚାୟତର ୧୨ନଂୱାର୍ଡ, ବଡରମ୍ପାସର ୨, ୪, ୯, ୧୧, ୧୨, ୧୪ସୁଲଣର ୯ ଓ ୧୦ନଂୱାର୍ଡ, ଅଁରା ପଞ୍ଚାୟତର ୧, ୨, ୫, ୧୦ନଂୱାର୍ଡ, ବଞ୍ଚୋର ୪ ଓ ୧୧ନଂୱାର୍ଡ, ପଞ୍ଚୁଗୋଛିଆର ୧, ୩, ୪, ୭, ୧୧, ୧୨, ୧୮ନଂୱାର୍ଡ, ଗେଡମା ପଞ୍ଚାୟତର ୧, ୨, ୪, ୫, ୬, ୭, ୮, ୧୨ନଂୱାର୍ଡ, ସମଣାର ୧, ୧୦ନଂୱାର୍ଡ, ଷଡଙ୍ଗର ୪, ୫, ୬, ୮, ୧୦ନଂୱାର୍ଡ, ଆଇତିପୁର ପଞ୍ଚାୟତର ୨, ୬, ୯, ୧୨, ୧୩, ଡଅଁର ପଞ୍ଚାୟତର ୧, ୨, ୪, ୫, ୮ନଂୱାର୍ଡରେ ଜଣେ ଲେଖାଏଁ ପ୍ରାର୍ଥୀ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି। ଫଳରେ ୧୩୦ଜଣ ଯାକ ୱାର୍ଡସଭ୍ୟ ସଭ୍ୟା ନିଦ୍ୱନ୍ଦରେ ନିର୍ବାଚିତ ହେବାର ସୁନିଶ୍ଚିତ ହୋଇଛି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.