Home ଜିଲ୍ଲା ପରିକ୍ରମା ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୧୩୭ ସମିତିସଭ୍ୟ, ୧୬୧ ସରପଞ୍ଚ, ୧୦୦୫ ୱାର୍ଡସଭ୍ୟଙ୍କ ନାମାଙ୍କନ...

ରଣପୁର ବ୍ଲକ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୧୩୭ ସମିତିସଭ୍ୟ, ୧୬୧ ସରପଞ୍ଚ, ୧୦୦୫ ୱାର୍ଡସଭ୍ୟଙ୍କ ନାମାଙ୍କନ କାଏମ

49

ନୟାଗଡ ୨୪/୦୧ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) ନୟାଗଡ ଜିଲ୍ଲାର ସର୍ବବୃହତ ବ୍ଲକ ରଣପୁର ବ୍ଲକ ୩୭ ଗୋଟି ଗ୍ରାମପଞ୍ଚାୟତକୁ ନେଇ ରଣପୁର ପଞ୍ଚାୟତ ସମିତି। ୩୭ ଗୋଟି ଗ୍ରାମପଞ୍ଚାୟତ ନିର୍ବାଚନ ରଣାଙ୍ଗନରେ ସରପଞ୍ଚ ପାଇଁ ୧୬୨ ଜଣ ପ୍ରାର୍ôଥ ନାମାଙ୍କନ ଦାଖଲ କରିଥିଲେ। କିନ୍ତୁ ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ପ୍ରାର୍ôଥ ଦୁଇଟି ନାମାଙ୍କନ ପତ୍ର ଦାଖଲ କରିଥିବାରୁ ତାଙ୍କର ଗୋଟିଏ ପ୍ରାର୍ôଥପତ୍ର ନାକଚ କରାଯାଇଛି। ୩୭ ଗୋଟି ଗ୍ରାମପଞ୍ଚାୟତରେ ୧୪୦ ଜଣ ସମିତି ସଭ୍ୟ ପ୍ରାର୍ôଥ ନାମାଙ୍କନ ଦାଖଲ କରିଥିଲେ। ସେ ମଧ୍ୟରୁ ୧୩୭ ଜଣଙ୍କର ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ୩ ଜଣ ପ୍ରାର୍ôଥଙ୍କର ନାମାଙ୍କନ ପତ୍ର ନାକଚ କରାଯାଇଛି।

କେରଣ୍ଡାଟାଙ୍ଗୀ ଗ୍ରାମପଞ୍ଚାୟତର ଜଣେ, ବନ୍ଧମୁଣ୍ଡା ଗ୍ରାମପଞ୍ଚାୟତ ଜଣେ ଓ ବୃନ୍ଦାବନପୁର ଗ୍ରାମପଞ୍ଚାୟତର ଜଣେ ପ୍ରାର୍ôଥଙ୍କର ପ୍ରାର୍ôଥପତ୍ର ନାକଚ ହୋଇଛି। ସେହିଭଳି ଭାବରେ ୫୧୭ ୱାର୍ଡ ମେମ୍ବର ପାଇଁ ୧୦୧୯ ଜଣ ନାମାଙ୍କନ ଦାଖଲ କରିଥିଲେ। ସେମଧ୍ୟରୁ ୧୦୦୫ ଜଣଙ୍କର ନାମାଙ୍କନ ପତ୍ର କାଏମ ରହିଥିବା ବେଳେ ୧୪ ଜଣଙ୍କର ନାମାଙ୍କନ ପତ୍ର ନାକଚ ହୋଇଥିବା ରଣପୁର ବ୍ଲକ ଗ୍ରାମପଞ୍ଚାୟତ ଅଧିକାରୀ ସୁବାଷ ଚନ୍ଦ୍ର ସେଠୀ ସୂଚନା ପ୍ରଦାନ କରିଛନ୍ତି। ଜାନୁୟାରୀ ୨୫ ତାରିଖରେ ନାମାଙ୍କନ ପତ୍ର ପତ୍ୟାହାର ସମୟସୀମା ଥିବାରୁ ତାପରେ ନିର୍ବାଚନ ମଇଦାନରେ କେତେ ପ୍ରାର୍ôଥ ରହିବେ ତାହା ସ୍ଥିର ହେବ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.