Home ଜିଲ୍ଲା ପରିକ୍ରମା ୧୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ହାତ ଖାଲି, ସହରର ସୁରକ୍ଷା ବ୍ୟବସ୍ଥା ନେଇ...

୧୨ ଲକ୍ଷ ଟଙ୍କା ଲୁଟ୍ ଘଟଣାରେ ପୁଲିସ୍ ହାତ ଖାଲି, ସହରର ସୁରକ୍ଷା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ, କ୍ୟାମେରା ଆଖିରେ ଅନ୍ଧ ପୁଟୁଳି

30

ଭଦ୍ରକ, ୧୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ସହରର ଜନଗହଳିପୂର୍ଣ୍ଣ ଷ୍ଟେଟ୍‌ବ୍ୟାଙ୍କ ସମ୍ମୁଖ ଅପର୍ତ୍ତିବିନ୍ଧା ଛକରେ ୧୨ ଲକ୍ଷ ଟଙ୍କା ଲୁଟ୍ ଘଟଣାକୁ ୩୦ ଘଣ୍ଟା ବିତିଥିଲେ ହେଁ ପୁଲିସ୍ ହାତ ଖାଲି ରହିଛି। ପୂର୍ବରୁ ଏହା ଠାରୁ ତିନିଟି ବଡ ଲୁଟ୍ ଘଟଣା ଘଟିଥିଲେ ମଧ୍ୟ ପ୍ରଥମଥର ପାଇଁ କୌଣସି ଜଣେ ସାଧାରଣ ବ୍ୟକ୍ତବିଶେଷଙ୍କ ଠାରୁ ଏତେ ବଡ ଧରଣର ଲୁଟ୍ ହୋଇଛି। ପୂର୍ବରୁ ହୋଇଥିବା ସମସ୍ତ ଲୁଟ୍ ଘଟଣା ବ୍ୟାଙ୍କରୁ ଏଟିଏମ୍ କାଉଣ୍ଟରକୁ ଯାଉଥିବା ସମୟରେ ଘଟିଛି। ଏ ସମସ୍ତ ଘଟଣାରେ ମଧ୍ୟ ପୁଲିସ୍‌କୁ କୌଣସି ସଫଳତା ଆଜିପର୍ଯ୍ୟନ୍ତ ମିଳିପାରିନାହିଁ। ଅପରପକ୍ଷେ ସହରବାସୀଙ୍କୁ ସୁରକ୍ଷା ପାଇଁ ବିଭିନ୍ନ ଟ୍ରାଫିକ୍ ପୋଷ୍ଟରେ ଲାଗିଥିବା କ୍ୟାମେରା ଆଖିରେ ଅନ୍ଧପୁଟିଳି ବନ୍ଧା ଯାଇଛି। ଏହି କ୍ୟାମେରାଗୁଡିକ କାମ କରୁନି। ସହରର ଜନଗହଳିପୂର୍ଣ୍ଣ ଟ୍ରାଫିକ୍ ପୋଷ୍ଟରେ ଡବଲ ସିସି କ୍ୟାମେରା ଜଗିଛି। କେବଳ ଲୋକ ଦେଖାଣିଆ ଭାବେ ଜଗିଥିବା ବେଳେ ଏହାର କାର୍ଯ୍ୟକ୍ଷମ ଏଯାବତ୍ ହୋଇପାରିନି। ଏହା ପଛରେ କାରଣ କଣ ତାହା ବୁଝାପଡୁନି। ଏକ ମାସ ତଳେ ଏହି କ୍ୟାମେରା ଲାଗିବାକୁ ନେଇ ରାଜନେତାଙ୍କ ମଧ୍ୟରେ ତୁ ତୁ ମେ ମେ ଆରମ୍ଭ ହୋଇଥିଲା। ଲୁଟ୍ ଘଟଣା ପରେ ପ୍ରଥମେ ସହରାଞ୍ଚଳ ପୁଲିସ୍ ଅତ୍ୟନ୍ତ ଅସହାୟ ଭାବେ ଷ୍ଟେଟ୍ ବ୍ୟାଙ୍କ ପରିସରରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରିଥିଲା।

ନିକଟବର୍ତ୍ତୀ ଥାନାମାନଙ୍କୁ ଲୁଟ୍ ସଂପର୍କିତ ସୂଚନା ଦେଇଥିଲା। ଏପରିକି ଲୁଟେରାଙ୍କୁ ପିଛା କରି ପାଣିକୋଇଲି ଟୋଲ୍ ଗେଟ୍ ପର୍ଯ୍ୟନ୍ତ ଯାଇଥିଲା। କିନ୍ତୁ ପୁଲିସ୍‌ର ଏ ସମସ୍ତ ପ୍ରୟାସ ଫେଲ୍ ମାରିଛି। ଏବେ ପୁଲିସ୍ ଅନ୍ଧାରରେ ବାଡି ବୁଲାଉଛି। ସୂଚନାଯୋଗ୍ୟ ପ୍ରାୟ ଏକମାସ ପୂର୍ବେ ଏହି ଅପର୍ତ୍ତିବିନ୍ଧା ଛକ ସମେତ ବାଇପାସ୍ ଛକ, ବନ୍ତ ଛକ, ଚରମ୍ପା ଛକ ପରି କେତେକ ଗୁରୁତ୍ୱପୂର୍ଣ୍ଣ ଟ୍ରାଫିକ୍ ପୋଷ୍ଟରେ ସିସି କ୍ୟାମେରା ସ୍ଥାପନ କରାଯାଇଥିଲା। କିନ୍ତୁ ଏତେ ଦିନର ବ୍ୟବଧାନ ପରେ ମଧ୍ୟ ଏଗୁଡିକ କାର୍ଯ୍ୟକ୍ଷମ ହୋଇନାହିଁ ବୋଲି ସହରବାସୀ ପ୍ରଶ୍ନ କରିଛନ୍ତି। ସହରବାସୀଙ୍କୁ ଭ୍ରମିତ କରିବା ପାଇଁ ଏପରି ଲୋକ ଦେଖାଣିଆ ପ୍ରଶାସନିକ ପ୍ରୟାସକୁ ସାଧାରଣରେ ନିନ୍ଦା କରାଯାଉଛି। ଯଦି ଲକ୍ଷାଧିକ ଟଙ୍କା ବ୍ୟୟରେ ସ୍ଥାପନ କରାଯାଇଥିବା କ୍ୟାମେରା ମାସକ ସମୟ ପରେ ମଧ୍ୟ କାର୍ଯ୍ୟକ୍ଷମ ନହେବା ଘଟଣା ପାଇଁ କିଏ ନୈତିକ ଦାୟିତ୍ୱ ବହନ କରିବ, ତାହା ଏକ ବହୁମୂଲ୍ୟର ପ୍ରଶ୍ନ। ଅପରାଧିକ କାର୍ଯ୍ୟକଳାପ ଉପରେ ଦୃଷ୍ଟି ରଖିବା ପାଇଁ ଏଗୁଡିକ ସ୍ଥାପନ କରାଯାଇଥିଲା। ସହରବାସୀଙ୍କ ନିକଟରେ ଶସ୍ତା ମାଇଲେଜ୍ ନେବାପାଇଁ ନୁହେଁ ବୋଲି କହିଛନ୍ତି ଆଇନ୍‌ଜୀବୀ ଗଦାଧର ବଳ। ଯଦି ଏ ସମସ୍ତ କ୍ୟାମେରା କାର୍ଯ୍ୟକ୍ଷମ ଥାଆନ୍ତା, ତେବେ ଅପରାଧୀଙ୍କୁ ସହଜରେ ଚିହ୍ନଟ କରାଯାଇପାରିଥାନ୍ତା ବୋଲି ଶ୍ରୀ ବଳ କହିଛନ୍ତି। ତେବେ କେଉଁ ଆଧାରରେ ପୁଲିସ୍ ତଦନ୍ତର ଦିଗକୁ ଆଗେଇ ନେଉଛି, ଅପରାଧୀଙ୍କ ନିକଟରେ ପହଞ୍ôଚ ପାରୁଛି କି ନାହିଁ ଓ ନିଜ ଦକ୍ଷତାର ପ୍ରମାଣ ଦେବାକୁ ଯାଇ କି ପ୍ରକାର ପଦକ୍ଷେପ ନେଉଛି, ତାହା ଦେଖିବାକୁ ସହରବାସୀ ଅନାଇ ବସିଛନ୍ତି।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.