Home କୋରାପୁଟ  ୧୨୫ କେଜି ଗଞେଇ ଜବତ ଓ ୨ ଗିରଫ

 ୧୨୫ କେଜି ଗଞେଇ ଜବତ ଓ ୨ ଗିରଫ

15

କୋରାପୁଟ ୦୬-୦୫(ଓଡିଆ ପୁଅ/ରଂଜନ ଦାସ)ସେମିଲିଗୁଡା ପୋଲିସ ଦ୍ୱାରା ୧୨୫ କେଜି ଗଞେଇ ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରାଯାଇଥିବା ସେମିଲିଗୁଡା ଥାନାର ଭାରପ୍ରାପ୍ତ ନିରୀକ୍ଷକ ଧିରେନ କୁମାର ବେହେରା ସୂଚନା ଦେଇଛନ୍ତି ।ସେମିଲିଗୁଡା ପୋଲିସ ଜାତୀୟ ରାଜପଥର ମିଲଛକରେ ପେଟ୍ରୋଲିଂ କରୁଥିବା ସମୟରେ ଏକ ଟୟୋଟା ଇନୋଭା ଗାଡି ନମ୍ବର ଓଡି-୦୨ ଡି ୨୦୦୦କୁ ଚେକିଂ କରିବା ପରେ ସେଥିରେ ଗଞେଇ ଥିବା ଜାଣିବାକୁ ପାଇଥିଲେ ।ସେମିଲିଗୁଡା ତହସିଲଦାର ଶରତ ମାଝିଙ୍କ ଉପସ୍ଥିତିରେ ଗଞେଇ ଓଜନ କରାଯାଇଥିଲା ଓ ସମୁଦାୟ ୫ ଟି ପ୍ୟାକେଟରେ ୧୨୫ କେଜି ଗଞେଇ ରହିଥିବା ସେମିଲିଗୁଡା ଥାନା ଅଧିକାରୀ ଶ୍ରୀ ବେହେରା ସୂଚନା ଦେଇଛନ୍ତି ।ଏହାର ଆନୁମାନିକ ମୂଲ୍ୟ ୬ ଲକ୍ଷ ଟଙ୍କାରୁ ଅଧିକା ହେବ ବୋଲି ସେ ପ୍ରକାଶ କରିଛନ୍ତି ।ଚେକିଂ ସମୟରେ ସେମିଲିଗୁଡା ଥାନା ଭାରପ୍ରାପ୍ତ ନିରୀକ୍ଷକଙ୍କ ସହ ହାବିଲଦାର ଏମ.କେ.ବାଘ ,କନେଷ୍ଟବଲ ଧବୁଲୁ ବେହେରା,ମଧୁସୂଦନ ମୁଦୁଲି ଓ ନନ୍ଦ ମୁଦୁଲିଏବଂ ଓଏପିଏଫର ଘେନୁ ଦୁର୍ଲିଆ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.