Home ଓଡ଼ିଶା ରଣପୁର ସାମ୍ବାଦିକ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଟୀକା କରଣ

ରଣପୁର ସାମ୍ବାଦିକ ମାନଙ୍କୁ କୋଭିଡ୍ ଯୋଦ୍ଧା ଭାବେ ଟୀକା କରଣ

25

ନୟାଗଡ(ଓଡିଆପୁଅ /ଦେବୀପ୍ରସାଦ ଆଚାର୍ଯ୍ୟ)ରାଜ୍ୟ ସରକାର ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ କୋଭିଡ୍ ର ସମ୍ମୁଖ ଯୋଦ୍ଧା ଭାବରେ ଘୋଷଣା କରିବା ପରେ ଟୀକା କରଣ ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ରଣପୁର ଅଂଚଳରେ ଟୀକା ର ଅଭାବ ଥିଲେ ମଧ୍ୟ ନୟାଗଡ ଜିଲ୍ଲା ସୂଚନା ଲୋକ ସଂପର୍କ ଅଧିକାରୀଙ୍କ ଉଦ୍ୟମରେ ନୟାଗଡ ଜିଲ୍ଲାରେ  ଗଣମାଧ୍ୟମ ପ୍ରତିନିଧି ମାନଙ୍କର ଟୀକା କରଣ ଆରମ୍ଭ ହୋଇଯାଇଅଛି ।

ରଣପୁର ବ୍ଲକ୍ ର ୧୦ଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ମେ ୦୬ ତାରିଖରେ ମଝିଆଁଖଣ୍ଡ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରଥମ ଡୋଜ୍ ଟୀକା କରଣ କରାଯାଇଥିବା ଜଣାପଡିଛି । ଏହା ଫଳରେ କୋଭିଡ୍ ମୁକାବିଲା କ୍ଷେତ୍ରରେ ଗଣମାଧ୍ୟମ ପ୍ରତିନିଧିମାନେ ଅଧିକ ସହଯୋଗ କରିବା ସହ  ସେମାନଙ୍କର ମନୋବଳ ବଢିଥିବା କଥାକୁ ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଡା. ବୈଦନାଥ ନନ୍ଦ କହିଛନ୍ତି  ା

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.