Home କୋରାପୁଟ କୋରାପୁଟ ଜିଲ୍ଲାରେ ୧୮୨ଜଣ କରୋନା ପଜିଟିଭ ଚିହ୍ନଟ

କୋରାପୁଟ ଜିଲ୍ଲାରେ ୧୮୨ଜଣ କରୋନା ପଜିଟିଭ ଚିହ୍ନଟ

6

କୋରାପୁଟ ୦୬-୦୫(ଓଡିଆ ପୁଅ/ରଂଜନ ଦାସ)  କୋରାପୁଟ ଜିଲ୍ଲାରେ ଗୁରୁବାର ଦିନ  ୭୨ଜଣ ମହିଳାଙ୍କ ସମେତ  ୧୮୨ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲା ପ୍ରଶାସନ ତରଫରୁ ସୂଚନା ଦିଆଯାଇଛି ।  ଆକ୍ରାନ୍ତ ମାନଙ୍କ ମଧ୍ୟରୁ କୋରାପୁଟ ପୌରାଂଚଳରୁ  ୩୨ ଜଣ ପଜିଟିଭ ଚିହ୍ନଟ ହୋଇଥିବାବେଳେ  ଜୟପୁର ପୌରାଂଚଳରୁ ୪୭ ,ସୁନାବେଡା ପୌରାଂଚଳରୁ ୨୮ ଏବଂ କୋଟପାଡ ଏନଏସିରୁ ୩ ଜଣ  ଆକ୍ରାନ୍ତ  ଚିହ୍ନଟ ହୋଇଛନ୍ତି । ସେହିପରି   ବନ୍ଧୁଗାଁ  ବ୍ଲକରୁ ୩,ବୈପାରିଗୁଡା ବ୍ଲକରୁ ୬,ବୋରିଗୁମ୍ମା ବ୍ଲକରୁ ୬,ଦଶମନ୍ତପୁର ବ୍ଲକରୁ ୩,ଜୟପୁର ବ୍ଲକରୁ ୧୪  ଓ କୋରାପୁଟ ବ୍ଲକରୁ ୭ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । କୋଟପାଡ ବ୍ଲକରୁ ୨,କୁନ୍ଦୁରା ବ୍ଲକରୁ ୧,ଲମତାପୁଟ ବ୍ଲକରୁ ୪,ଲକ୍ଷ୍ମୀପୁର ବ୍ଲକରୁ ୭,ନନ୍ଦପୁର ବ୍ଲକରୁ ୨,ନାରାୟଣପାଟଣା ବ୍ଲକରୁ ୪,ପଟ୍ଟାଙ୍ଗା ବ୍ଲକରୁ ୩ ଏବଂ ସେମିଲିଗୁଡା  ବ୍ଲକରୁ  ୧୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା  ଜଣାପଡିଛି ।ଅନ୍ୟ ପକ୍ଷରେ କୋରାପୁଟ ଜିଲ୍ଲାରେ ଗତ କିଛି ଦିନ ହେବ  ଟୀକାକରଣ ବନ୍ଦ ଥିବାରୁ ମଇ ୬  ତାରିଖ ସୁଦ୍ଧା ୪୫-୫୯ ଓ ୬୦ ବର୍ଷରୁ ଉର୍ଦ୍ଧ୍ୱ  ବୟସର  ୨ ଲକ୍ଷ  ୩୫  ହଜାର ୩୫  ଜଣଙ୍କୁ କରୋନା ଟୀକାକରଣ କରାଯାଇଥିବା ଜିଲ୍ଲା ପ୍ରଶାସନ ତରଫରୁ  ସୂଚନା ଦିଆଯାଇଛି । ସେହିପରି ମଇ ୬ ସୁଦ୍ଧା ଜିଲ୍ଲାର ମୋଟ ୯୬୦୨ ଆକ୍ରାନ୍ତଙ୍କ ଭିତରୁ  ୮୫୨୩ ଜଣ ଚିକିତ୍ସା ପରେ ସୁସ୍ଥ ହୋଇଥିବାବେଳେ ୧୦୫୮ ଟି ଏକ୍ଟିଭ କେସ ରହିଛି ଓ  ୨୧ ଜଣ କରୋନା  ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

Solve this *Time limit exceeded. Please complete the captcha once again.